ଲୋକନାଥପୁର ମା ‘ଛୁଆଳିଆପୀଠରେ ପ୍ରତିଭା ସମ୍ମାନ ଓ ସମ୍ବର୍ଦ୍ଧନା



ପଟ୍ଟାମୁଣ୍ଡାଇ ତା୧୦/୩-ପଟ୍ଟାମୁଣ୍ଡାଇ ବ୍ଲକ ଅର୍ନ୍ତଗତ ଲୋକନାଥପୁର ମା’ ଛୁଆଳିଆ ପୀଠ ମଣ୍ଡପରେ ସିଦ୍ଧ ପରମହଂସ ନୋଡାଲ ୟୁପି ସ୍କୁଲ୍ ଓ ଜରିଆ ବଳଦେବ ସରକାରୀ ଉଚ୍ଚ ବିଦ୍ୟାଳୟ କ୍ଲଷ୍ଟରର ଆନୁକୂଲ୍ୟରେ ମିଳିତ ସମ୍ବର୍ଦ୍ଧନା ସଭା ଏବଂ ଲୋକନାଥପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି ।  ପଟ୍ଟାମୁଣ୍ଡାଇ ବ୍ଲକ ପ୍ରାକ୍ତନ ଶିକ୍ଷା ଅନୁନିରୀକ୍ଷକ ବିଜୟ କୁମାର ଜେନାଙ୍କ ପୌରହିତ୍ୟରେ ଆୟୋଜିତ ମନୋଜ୍ଞ ଉତ୍ସବରେ ରାଜ୍ୟ ମାଧ୍ୟମିକ ଶିକ୍ଷା ଉପ-ନିର୍ଦ୍ଦେଶକ ହିମାଂଶୁ ଭୂଷଣ ଓଝା ମୁଖ୍ୟଅତିଥି ଭାବେ ଯୋଗ ଦେଇ ଉତ୍ସବକୁ ଉଦଘାଟନ କରିବା ସହିତ ଶ୍ରେଣୀ ଗୃହ ମଧ୍ୟରେ ଦେଶର ଭବିଷ୍ୟତ ରହିଥିବାରୁ ପିଲାମାନଙ୍କୁ ଭଲ ମଣିଷ କରିବା ପାଇଁ ଶିକ୍ଷକ ଓ ଅଭିଭାବକ ଦାୟିତ୍ୱ ବାନ ହେବାକୁ ପରାମର୍ଶ ଦେଇଥିଲେ ।  ଏଇ ଅବସରରେ ଲୋକନାଥପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରେରେ ଅନୁଷ୍ଠିତ ବିଜ୍ଞାନ ଦିବସ କାର୍ଯ୍ୟକ୍ରମ ଓ ନିପୁଣ ଓଡ଼ିଶା ଷ୍ଟଲକୁ ମୁଖଅତିଥି ପରିଦର୍ଶନ କରି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଧାନଶିକ୍ଷକ ଶୁଭା°ଶୁ କୁମାର ଦାସଙ୍କ ସ°ଯୋଜନାରେ ଆୟୋଜିତ ମନୋଜ୍ଞ ଉତ୍ସବରେ ପଟ୍ଟାମୁଣ୍ଡାଇ ପ୍ରାକ୍ତନ ଶିକ୍ଷା ଜିଲ୍ଲା ଅଧିକାରୀ ସରୋଜକାନ୍ତ ବିହାରୀ ମୁଖ୍ୟବକ୍ତା, ଗଙ୍ଗାରାମପୁର ହାଇସ୍କୁଲ ପ୍ରଧାନଶିକ୍ଷକ ଚିତ୍ତ ରଞ୍ଜନ କବି, ସି ଆର ସି ସି ରଞ୍ଜନ ବେହେରା ଲଷ୍ମଣ ସେଠୀ, ଶିକ୍ଷାବିତ ଡ଼ ନାରାୟଣ ଜେନା,ପୂର୍ବତନ ସି ଆର ସି ସି ଅଶୋକ ପରିଡା ନନ୍ଦ କିଶୋର ରାଉତ ଓ ରମେଶ ମହାନ୍ତି, ନାୟଵ ସରପଞ୍ଚ ସଞ୍ଜୟ ନାୟକ,ସ୍କୁଲ ପରିଚାଳନା କମିଟି ସଭାପତି ସ୍ୱରୂପ ଜେନା, ଅକ୍ଷୟ ନନ୍ଦ ଆରତ ନାୟକ ଓ ସୁଲେଖ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ନୂଆପଡ଼ା ୟୁପି ସ୍କୁଲ ପ୍ରଧାନଶିକ୍ଷକ ଶ୍ରୀନିବାସ ସାହୁ ସ୍ୱାଗତଭାଷଣ ଓ ଅତିଥିପରିଚୟ ପ୍ରଦାନ କରିଥିଲେ।ଏଇ ଅବସରରେ ଲୋକନାଥପୁର ପ୍ରକଳ୍ପ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ନେତ୍ରମଣି ଖଟୁଆ ଓ ଅଵସରପ୍ରାପ୍ତ ଶିକ୍ଷକ ଭାବଗ୍ରାହୀ ଦାସ, ବଳଭଦ୍ର ପତି, ପଦ୍ମ ଚରଣ ପଣ୍ଡା, ଅନ୍ନପୂର୍ଣ୍ଣା ପରିଡ଼ା, ଭରତ ଚନ୍ଦ୍ର ବିଶ୍ୱାଳ, ଅରବିନ୍ଦ ସାମଲଙ୍କୁ ମୁଖ୍ୟଅତିଥି ରାଜ୍ୟ ମାଧ୍ୟମିକ ଶିକ୍ଷା ଉପନିର୍ଦେଶକ ଶ୍ରୀ ଓଝା ମାନପତ୍ର, ଉପଢୌକନ, ଉତ୍ତରୀୟ ଓ ପୁଷ୍ପଗୁଛ ପ୍ରଦାନକରି ସମ୍ବର୍ଦ୍ଧିତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସହକାରୀ ଶିକ୍ଷୟିତ୍ରୀ ସସ୍ମିତା ଦଳାଇ, ଦୀପ୍ତିରେଖା ବେହେରା, ସ୍ନିଗ୍ଧା ସୂଚରୀତା ସାହୁ, ସଙ୍ଘମିତ୍ରା ସାମନ୍ତ ପ୍ରମୁଖ ପରିଚାଳନା କରିଥିବାବେଳେ ସ୍ନେହଲତା ଦାସ, ରାଜେଶ କୁମାର ପଣ୍ଡା, ଶତ୍ରୁଘ୍ନ ମଳିକ, ଲକ୍ଷ୍ମୀପ୍ରିୟା ବେହେରା ଓ ଝୁନୁପ୍ରିୟା ଜେନା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।  ଶେଷରେ ଛାତ୍ରୀ ଶୁଭଲକ୍ଷ୍ମୀ ଦାସ ଧନ୍ୟବାଦ ଦେଇଥିଲେ । 


Discover more from

Subscribe now to keep reading and get access to the full archive.

Continue reading