ବସନ୍ତକୁମାରୀ ଗ୍ରାମୀଣ ଚକ୍ଷୁ ଚିକିତ୍ସାଳୟର ଉନବିଂଶତମ ବାର୍ଷିକ ଉତ୍ସବ



କେନ୍ଦ୍ରାପଡ଼ା,୧୬ା୩ : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁର ବସନ୍ତ କୁମାରୀ ଗ୍ରାମୀଣ ଚକ୍ଷୁ ଚିକିତ୍ସାଳୟ ଓ ଗବେଷଣା କେନ୍ଦ୍ରର ଉନବିଂଶତମ ବାର୍ଷିକ ଉତ୍ସବ ଚିକିତ୍ସାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଚିକିତ୍ସାଳୟର ପ୍ରତିଷ୍ଠାତା ପ୍ରଫେସର ଡା. ବିମଳକାନ୍ତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡା ସତ୍ୟସାଇ ସେବାସମିତି ସଭାପତି ଉମେଶ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି, ଭୁବନେଶ୍ୱର ରୋଟାରୀ କ୍ଲବ(ୟୁନିକ୍‌)ର ସଭାପତି ଲକ୍ଷ୍ମୀକାନ୍ତ ପାଲିତ ମୁଖ୍ୟବକ୍ତା ଓ କଟକ ରୋଟାରୀ ଚକ୍ଷୁ ଚିକିସାôଳୟର ଡା. ସନ୍ତୋଷ ମହାପାତ୍ର ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଓସ୍ତପୁର ଭଳି ଏକ ନିପଟ ମଫସଲ ଅଂଚଳରେ ୧୯ବର୍ଷ ପୂର୍ବେ ଏକ ମହତ ଉଦେଶ୍ୟରେ ଏଭଳି ଏକ ଅତ୍ୟାଧୁନିକ ଚକ୍ଷୁ ଚିକିତ୍ସାଳୟ ପ୍ରତିଷ୍ଠାକରି ଗ୍ରାମାଚଂଳର ଗରୀବ ଲୋକମାନଙ୍କୁ ଚକ୍ଷୁ ଚିକିତ୍ସାର ସେବା ଯୋଗାଇଦେବା କେବଳ ବିମଳବାବୁଙ୍କ ଭଳି ସମାଜସେବୀଙ୍କ ଦ୍ୱାରା ସମ୍ଭବ ବୋଲି ମତବ୍ୟକ୍ତ କରିଥିଲେ । ମା’ ବସନ୍ତ କୁମାରୀଙ୍କ ନାମରେ ପ୍ରତିଷ୍ଠା କରାଯାଇଥିବା ଏହି ଚିକିତ୍ସାଳୟରେ ଏହା ମଧ୍ୟରେ ୨୦ହଜାରରୁ ଉର୍ଦ୍ଧ୍ୱ ରୋଗୀଙ୍କ ଚିକିତ୍ସା କରାଯାଇଛି । ବହୁ ଘାତ ପ୍ରତିଘାତ ମଧ୍ୟରେ ୧୯ବର୍ଷ ଅତିକ୍ରମ କରିଥିବା ଏହି ଚିକିତ୍ସାଳୟରେ ଚକ୍ଷୁ ଅସ୍ର୍ତ୍ରୋପ୍ରଚାର ପାଇଁ ସୁଦୂର କଟକ, ଭୁବନେଶ୍ୱର ଭଳି ସହରକୁ ଯାଇପାରୁନଥିବା ଗରୀବ ଅସହାୟ ଲୋକମାନଙ୍କ ଚକ୍ଷୁରେ ଏଠାରେ ଅସ୍ର୍ତ୍ରୋପ୍ରଚାର କରାଯାଉଛି । ସମାଜସେବାକୁ ନିଜ ଜୀବନର ବ୍ରତ କରିଥିବା ଡା. ବିମଳ ତ୍ରିପାଠୀ ପ୍ରକୃତରେ ଏମାଟିର ଜଣେ ସୁଯୋଗ୍ୟ ସନ୍ତାନ ଓ ଏକ ବିରଳ ବ୍ୟକ୍ତିତ୍ୱ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଚକ୍ଷୁ ଚିତ୍ସାଳୟର ପରିଚାଳନାରେ ପ୍ରମୁଖ ଅବଦାନ ଥିବା କର୍ମଚାରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଚିକିତ୍ସାଳୟର ଡା. ସରୋଜ କୁମାର ତ୍ରିପାଠୀ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ ସହ ଉତ୍ସବ ପରିଚାଳନା କରିଥିଲେ । ଶେଷରେ ଇଂ ମନୋଜ କୁମାର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ରୋଟାରୀ କ୍ଲବ(ୟୁନିକ୍‌)ର ପ୍ରାକ୍ତନ ସଭାପତି ପ୍ରଫେସର ଡା. ପ୍ରଫୁଲ୍ଲ କୁମାର ମହାପାତ୍ର, ଦିବ୍ୟରଞ୍ଜନ ଦାସ, ନିରଜନୟନ ଦତ୍ତ, ଡା. ନିରଞ୍ଜନ ପରିଡା, ସରକାରୀ ଓକିଲ ସଞ୍ଜୟ କୁମାର ଜେନା, ମନୋଜ କୁମାର ସାହୁ, ସତ୍ୟବ୍ରତ ସିଂ ପ୍ରମୁଖ ଉପସ୍ଥିତ ଥିଲେ।


Discover more from

Subscribe now to keep reading and get access to the full archive.

Continue reading