ଟ୍ରଷ୍ଟ ପକ୍ଷରୁ କର୍କଟ ପିଡିତଙ୍କୁ ଆର୍ଥିକ ସହାୟତା



କେନ୍ଦ୍ରାପଡ଼ା,୧୮ା୩: ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଜଣେ କର୍କଟ ପିଡିତଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ଏମରିଟସ ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସଙ୍କ ନିର୍ଦେଶ କ୍ରମେ ଟ୍ରଷ୍ଟ ପକ୍ଷରୁ ତାଙ୍କୁ ତୁରନ୍ତ ସହାୟତା ପ୍ରଦାନ କରାଯାଇଛି। ଟ୍ରଷ୍ଟି ଭୁବନମୋହନ ଦାସ କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ଗ୍ରାମର ମୁଖକର୍କଟରେ ପିଡିତ ପାଣ୍ଡବ ଚରଣ ମଲିକଙ୍କ ଘରେ ପହଞ୍ଚି ଟ୍ରଷ୍ଟ ପକ୍ଷରୁ ତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଆର୍ଥିକ ସହାୟତା ପ୍ରଦାନ ସମୟରେ ରତ୍ନାକର ସାର ଉପସ୍ଥିତ ଥିଲେ।


Next Post

ବାରୋ ଶିଶୁ ଅନନ୍ତ ଆଶ୍ରମରେ ବିଶାଳ ଆଧ୍ୟାତ୍ମିକ ସମ୍ମିଳନୀ

Tue Mar 18 , 2025
କେନ୍ଦ୍ରାପଡା, ୧୮ା୩: କେନ୍ଦ୍ରାପଡ଼ା ବ୍ଲକ ଅର୍ନ୍ତଗତ ବାରୁଅସ୍ଥିତ ଶ୍ରୀ ଶିଶୁ ଅନନ୍ତ ଆଶ୍ରମ ପରିସରରେ ଆସନ୍ତା ଗୁରୁବାର ଅପରାହ୍ନ ୫ଟାରେ ଆଶ୍ରମର ଭକ୍ତବୃନ୍ଦ, ଆଞ୍ଚଳିକ ସଜ୍ଜନ ବୃନ୍ଦ ଏବଂ ଅରିଲୋର ଅନନ୍ତ ବଳିଆ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ପରିବେଶ, ଗଣତନ୍ତ୍ର ଏବଂ ଧର୍ମ ସମ୍ପର୍କିତ ଏକ ବିଶାଳ ଆଧ୍ୟାତ୍ମିକ ସମ୍ମିଳନୀ ଅନୁଷ୍ଠିତ ହେବ। ପୂଜ୍ୟପୂଜକ ପଦ୍ମଶ୍ରୀ ବାବା ବଳିଆଙ୍କ ମାର୍ଗ ଦର୍ଶନରେ ଅନୁଷ୍ଠିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ବିପୁଳ ସଂଖ୍ୟାରେ […]

You May Like