ବିଷ୍ଣୁପୁର ପ୍ରବେଶ ଦ୍ୱାର ତୋରଣ ଉଦଘାଟିତ



ପଟ୍ଟାମୁଣ୍ଡାଇ ୨୧/୩  -ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଣ୍ଢରା ପଂଚାୟତ ବିଷ୍ଣୁପୁର ଗ୍ରାମର ନବନିର୍ମିତ ପ୍ରବେଶ ଦ୍ୱାର ତୋରଣ ଶୁକ୍ରବାର ଉଦଘାଟିତ ହୋଇଯାଇଛି। ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର ମୁଖ୍ୟଅତିଥି, ପଟ୍ଟାମୁଣ୍ଡାଇ ଭାରାପ୍ରାପ୍ତ ବିଡିଓ ଅଶୋକ ମହାନ୍ତି, ଅଣ୍ଢରା ସରପଂଚ କଳ୍ପନା ଜେନା,ପୂର୍ବତନ ସରପଂଚ ବସନ୍ତ ସ୍ୱାଇଁ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ସୁସଜ୍ଜିତ ପ୍ରବେଶ ଦ୍ୱାର ତୋରଣ ଗାଁର ଶୋଭା ବୃଦ୍ଧି କରିବା ସହିତ ସଦଭାବ ଓ ଭାଇଚାରା ବଜାୟ ରଖିବ ବୋଲି ପ୍ରକାଶ କରିଥିଲେ । କ୍ୟାପଟେନ ଦିଲ୍ଲୀପ କୁମାର ମଲ୍ଲିକ ସ୍ୱାଗତଭାଷଣ ଓ ଶିକ୍ଷାବିତ ରଞ୍ଜନ କୁମାର ମଲ୍ଲିକ ଅତିଥିପରିଚୟ ପ୍ରଦାନ କରିଥିଲେ । ଏହି ଉତ୍ସବରେ ବିପିନ ବିହାରୀ ମଲ୍ଲିକ, ବର୍ମା ସୁଦର୍ଶନ ମଲ୍ଲିକ, ଅଧ୍ୟାପକ ନିରଞ୍ଜନ ବାରିକ, ସିଂହଗାଁ ସମିତି ସଭ୍ୟ ଅଭୟ ସ୍ୱାଇଁ, ଆଡ଼ଭୋକେଟ ସୁମନ୍ତ ମଲ୍ଲିକ, କୈଳାସ ଚନ୍ଦ୍ର ଦାସ, ବିଜୟ କୁମାର ନାୟକ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସଚ୍ଚିଦାନନ୍ଦ ମଲ୍ଲିକ, କାର୍ତିକ ମଲ୍ଲିକ, ଦୁର୍ଯ୍ୟୋଧନ ମଲ୍ଲିକ, ବାନାମ୍ବର ମଲ୍ଲିକ, ରତ୍ନାକର ମଲ୍ଲିକ, ନବୀନ ମଲ୍ଲିକଙ୍କ ସମେତ ବିଷ୍ଣୁପୁର ଗ୍ରାମବାସୀ ପରିଚାଳନା କରିଥିଲେ ।


Next Post

ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ପରଲୋକ

Sat Mar 22 , 2025
କେନ୍ଦ୍ରାପଡ଼ା,୨୧ା୩: କେନ୍ଦ୍ରାପଡା ଜିଲ୍ଲାର ଆଳି ବିଧାନସଭା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ୬୭ ବୟସରେ ପରଲୋକ ହୋଇଯାଇଛି। ସେ କିଛି ଦିନ ଧରି ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଶ୍ରୁକବାର ରାତି ୮ଟାରେ ତାଙ୍କର ଦେହାନ୍ତ ହୋଇଯାଇଛି । ତାଙ୍କ ମୃତ୍ୟୁ ଖବର ପାଇ କଂଗ୍ରେସର ବରିଷ୍ଠ ନେତା, ବିଜେପି ନେତା ଓ ମନ୍ତ୍ରୀ, ବିଜେଡି ନେତା ପ୍ରମୁଖ ହସପିଟାଲକୁ ଯାଇ ଶେଷ […]

KANIKA