
ରାଜ୍ୟ ବିଜେଡି ସୁପ୍ରିମୋ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟନାୟକଙ୍କ ନିର୍ଦେଶରେ ରାଜ୍ୟ ବିଜେଡି ତଥ୍ୟ ଅନୁସନ୍ଧାନକାରୀ ଦଳ କଲେଜ ଛାତ୍ରୀ ଆତ୍ମଦାହ ଘଟଣାର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରିବା ପାଇଁ ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ସହିତ ଆଜି ସନ୍ଧ୍ୟାରେ କାଠିଆପଡା ଗାଁରେ ପହଂଚିଛି । ଏହି ରାଜ୍ୟ ବିଜେଡି ଟିମରେ ପୂର୍ବତନ ମହିଳା, ଶିଶୁ ବିକାଶ ଓ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ, ପୂର୍ବତନ ସାଂସଦ ଡ଼ା ରାଜଶ୍ରୀ ମଲିକ, ରାଜ୍ୟ ମହିଳା ବିଜେଡି ସାଧାରଣ ସମ୍ପାଦିକା ଲୋରା ମହାପାତ୍ର,ରାଜ୍ୟ ବିଜେଡି ସଂଖ୍ୟାଲଘୁ ସାମ୍ମୁଖ୍ୟ ଆବାହକ ଋଜୁୱାନା ବେଗମ ସାମିଲ ଥିବାବେଳେ ତାଙ୍କ ସହିତ କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ଅଧକ୍ଷା ଲିଳିତା ଦାସ, ଜିଲ୍ଲା ବିଜେଡି ସଭାପତି ଶିବ ପ୍ରସାଦ ଭୋଳ,ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ରୋଶନା ସାହୁ, ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ଓ ପୌର ପରିଷଦ ଅଧକ୍ଷ ହେମନ୍ତ ସାହୁ କାଠିଆପଡା ଗାଁରେ ପହଂଚି ମୃତା ଛାତ୍ରୀ ପରିବାରକୁ ଭେଟି ଘଟଣା ସମ୍ପର୍କରେ ପଚାରି ବୁଝି ଥିଲେ । ପୋଲିସ ଅବହେଳା ପାଇଁ ସମ୍ପୃକ୍ତା କଲେଜ ଛାତ୍ରୀଙ୍କ ଅମୂଲ୍ୟ ଜୀବନ ଯାଇଛି ବୋଲି ରାଜ୍ୟ ବିଜେଡି ଟିମ ଅନୁଭବ କରିବା ସହିତ କର୍ତ୍ତବ୍ୟରେ ଅବହେଳା କରିଥିବା ପୋଲିସ ଅଫିସରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ, ମୃତ ପରିବାରକୁ ଉପଯୁକ୍ତ କ୍ଷତିପୂରଣ, ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଓ ଦୋଷୀକୁ କଠୋର ଦଣ୍ଡ ବିଧାନ ପାଇଁ ରାଜ୍ୟ ବିଜେଡି ଟିମ ସରକାରଙ୍କ ଠାରେ ଦାବୀ କରିଛି ।











