
କେନ୍ଦ୍ରାପଡା,୧୦ା୮: ଶ୍ରୀ ଶ୍ରୀ ବଳଦେବଜୀଉଙ୍କର ପବିତ୍ର ଜନ୍ମଭିଷେକ ନୀତି ପାଳନ ହେବା ଅବସରରେ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ସୁବର୍ଣ୍ଣ ଅଳଙ୍କାର ପ୍ରସ୍ତୁତ କମିଟି ଦ୍ୱାରା ପ୍ରସ୍ତୁତ ଏକ ପରିକଳ୍ପିତ ସୁବର୍ଣ୍ଣ ବେଶର ଏକ ସୁନ୍ଦର ଅକର୍ଶଣୀୟ ସଦୃଶ୍ୟ ନମୁନା ଚିତ୍ର ବିଗ୍ରହ କେନ୍ଦ୍ରାପଡାର ଜିଲ୍ଲାପାଳ ରଘୁରାମ ଆୟାରଙ୍କ ଦ୍ୱାରା ମନ୍ଦିର ପୁରୋହିତ ଗୋସାଇଁଙ୍କ ମନ୍ତ୍ରପାଠରେ ଲୋକାର୍ପିତ ହୋଇଥିଲା । ଏହି ପଦର୍ଶନୀକୁ ମହାପ୍ରଭୁଙ୍କ ସ୍ନାନମଣ୍ଡପ ଉପରେ ମହାପ୍ରଭୁଙ୍କ ୨୨ଗୋଟି ଦିବ୍ୟ ବେଶ ଓ ପ୍ରାଚିନ କ୍ଷେତ୍ର ଉପାଖ୍ୟାନ ଲିଖିତ ‘ତୁଳସୀ କ୍ଷେତ୍ର ମାହାତ୍ମ୍ୟ’ ଆଧାରରେ ମହାପ୍ରଭୁଙ୍କ ଦିବ୍ୟଲିଳା ପଟୋଚିତ୍ର ପଦର୍ଶିତ ହୋଇଥିଲା । ଏହି ଲୋକାର୍ପିତ ଉତ୍ସବରେ ଜିଲ୍ଲାପାଳଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ ବା ଶ୍ରୀ ବଳଦେବଜୀଉ ପରିଚାଳନା କମିଟି ବା ନ୍ୟାସୀ ମଣ୍ଡଳୀର ନୂତନ ସଭାପତି ନବକୃଷ୍ଣ ଜେନା ପୋଲିସ ଏସିପିଓ ଦେବଜ୍ୟେତି ଗୌଡ ସଦର ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁ ଦବତ୍ତର ଅଧିକାରୀ ବଳଭଦ୍ର ପତ୍ରୀ ଉପସ୍ଥିତ ଥିଲେ । ଲୋକାର୍ପିତ ପରେ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ ଭାଷଣରେ ଏହି ପରିକଳ୍ପିତ ସୁନା ବେଶ ବାସ୍ତବ ରୁପ ନେବାପାଇଁ କିପରି ନିଶ୍ଚିତ ସିଘ୍ର ପଦକ୍ଷେପ ନେବେ ସେ ସମ୍ପର୍କରେ ନିଜନିଜର ସାହାର୍ଯ୍ୟ ପୂର୍ଣ୍ଣ ସର୍ମଥିତ ମତବ୍ୟକ୍ତ କରିଥିଲେ । ଗବେଶକ ନିରଞ୍ଜନ ମେକାପ ତୁଳସୀକ୍ଷେତ୍ର ମାହାତ୍ୟର ଦେଇଥିବା ଚିତ୍ର ଗୁଡିକ ସମ୍ବଦ୍ଧରେ ମହାପ୍ରଭୁ ବଳଦେବଜୀଉ ଲିଳା ପ୍ରଶଙ୍ଗ ଚିତ୍ର ଗୁଡିକ ପୌରାଣିକ ବିବରଣୀ ଗୁଡିକୁ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ ଦର୍ଶାଇଥିଲେ । କମିଟିର ସଦସ୍ୟମାନଙ୍କ ମଧ୍ୟରେ ଉମାକାନ୍ତ ବଳ, ରାଜେଶ ବେହେରା, ନିରଞ୍ଜନ ମେକାପ, ଅଞ୍ଜନ କୁମାର ପୃଷ୍ଟି, ଅଜୟ କୁମାର ବିହାରୀ, ମନୋଜ କୁମାର ନନ୍ଦ, ନିମାଇ ଚରଣ କର, ନୃସିଂହ ଚରଣ ପତ୍ରୀ, ଅଭୟ ଦାସ, ଆଶୁତୋଷ ପଣ୍ଡା, ହିମାଂଶୁ କୁମାର ରାଉତ, ଆଶିଷ ପ୍ରଧାନ, ନିରୁପମା ରାଉତ, ଆଲୋକ ସାହୁ, ବଳଦେବ ସେନା ସଭାପତି ପୁପୁନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।











