
ପଟ୍ଟାମୁଣ୍ଡାଇ ତା ୧୪/୮- ପଟ୍ଟାମୁଣ୍ଡାଇ ପୌର ପରିଷଦ ପକ୍ଷରୁ ଏମ ଏନ ହାଇସ୍କୁଲ ଏନ ସି ସି ସ୍କାଉଟ ସହଯୋଗରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧକ୍ଷ ହେମନ୍ତ ସାହୁ ଓ ପୌର ନିର୍ବାହୀ ଅଧିକାରୀ ରଞ୍ଜନ ଦାଶଙ୍କ ନେତୃତ୍ୱରେ ଆୟୋଜିତ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ପଟ୍ଟାମୁଣ୍ଡାଇ ପୌର ପରିଷଦ କାର୍ଯ୍ୟାଳୟ ଠାରୁ ବାହାରି ପଟ୍ଟାମୁଣ୍ଡାଇ ଏମ ଏନ ହାଇସ୍କୁଲ ପର୍ଯ୍ୟନ୍ତ ଯାଇ କାର୍ଯ୍ୟକ୍ରମ ଶେଷ ହୋଇଥିଲା । ଏଥିରେ କାଉନସିଲର ମଳୟ ଓଝା, ପୌର କର୍ମଚାରୀ ସରୋଜ ପଣ୍ଡା, ତପସ୍ୱିନୀ ଦାଶ, ପ୍ରଫୁଲ୍ଲ ଦାଶ, ଗଣେଶ ଦାସ, ଗଙ୍ଗାଧର ନାୟକ, ମନୋରଞ୍ଜନ ଦାଶ, ହୃଷିକେଶ ନାଥ, ସ୍ୱଚ୍ଛ ନିରୀକ୍ଷକ ପୁଷ୍ପାଞ୍ଜଳି ପାତ୍ର,ଏମ ଏନ ହାଇସ୍କୁଲ ପ୍ରଧାନଶିକ୍ଷକ ଅଶୋକ ରାଉତରାୟ, ଏନ ସି ସି ଶିକ୍ଷକ ସରୋଜ ସ୍ୱାଇଁ, କ୍ରୀଡା ଶିକ୍ଷକ ଶଶାଙ୍କଶେଖର ସାହୁ, ଶିକ୍ଷୟିତ୍ରୀ ଅନିତା ଧଳ ପ୍ରମୁଖ ହାଇସ୍କୁଲ ଛାତ୍ରଛାତ୍ରୀ ଏନ ସି ସି, ସ୍କାଉଟ ପିଲାମାନଙ୍କ ସହିତ ଜାତୀୟ ପତାକା ଧରି ବିଭିନ୍ନ ଦେଶାତ୍ମବୋଧ ସ୍ଲୋଗାନ ଦେଇ ବିଭିନ୍ନ ଅଂଚଳ ପରିକ୍ରମା କରିଥିଲେ ।











