ଆରିପଦା ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ପାଇଲେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର


କେନ୍ଦ୍ରାପଡ଼ା,୭ା୯: ଡେରାବିଶ ବ୍ଲକ ଅଧିନ ଆରିପଦା ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ବନିତା ଭଦ୍ରଙ୍କୁ ଗୁରୁଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଛି। ଇଛାପୁର ହାଇସ୍କୁଲ ପରିସରରେ ଜିଲ୍ଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଜିଲ୍ଲାପାଳ ରଘୁରାମ ଆର.ଆୟାର ମୁଖ୍ୟଅତିଥି ଭାବେ ଯୋଗଦେଇ ଶିକ୍ଷୟିତ୍ରୀ ଶ୍ରୀମତୀ ଭଦ୍ରଙ୍କୁ ଉତ୍ତରୀୟ, ମାନପତ୍ର, ଟ୍ରଫି ଓ ପୁଷ୍ପଗୁଛ ପ୍ରଦାନ କରି ସମ୍ମାନିତ କରିଛନ୍ତି। ଶ୍ରୀମତୀ ଭଦ୍ର ଜଣେ ଛାତ୍ରବତ୍ସଳ, ପରୋପକାରୀ ଓ ମିଷ୍ଟଭାଷି ଶିକ୍ଷୟିତ୍ରୀ ରୂପେ ଡେରାବିଶ ବ୍ଲକରେ ପରିଚିତ। ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ଏହି ପୁରସ୍କାର ପାଇବା ପଛରେ ତାଙ୍କର ପିତାମାତା, ଶଶୁର,ଶାଶୁଙ୍କ ଆଶ୍ରିର୍ବାଦ ସ୍ୱାମୀଙ୍କ ସାହସ ଓ ପ୍ରେରଣା, ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀଙ୍କ ପ୍ରେରଣା, ଶିକ୍ଷକ,ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କ ସହଯୋଗ, ବନ୍ଧୁ ଓ ଶୁଭେଛୁମାନଙ୍କର ଉତ୍ସାହ ରହିଛି। ଏହି ପୁରସ୍କାର ପାଇଥିବାରୁ ଶ୍ରୀମତୀ ଭଦ୍ରଙ୍କୁ ବିଭିନ୍ନ ମହଲରୁ ଶୁଭେଛୁମାନେ ଅଭିନନ୍ଦନ ଜଣାଇଛନ୍ତି।


Discover more from

Subscribe now to keep reading and get access to the full archive.

Continue reading