ଆରିପଦା ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ପାଇଲେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର


କେନ୍ଦ୍ରାପଡ଼ା,୭ା୯: ଡେରାବିଶ ବ୍ଲକ ଅଧିନ ଆରିପଦା ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ବନିତା ଭଦ୍ରଙ୍କୁ ଗୁରୁଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଛି। ଇଛାପୁର ହାଇସ୍କୁଲ ପରିସରରେ ଜିଲ୍ଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଜିଲ୍ଲାପାଳ ରଘୁରାମ ଆର.ଆୟାର ମୁଖ୍ୟଅତିଥି ଭାବେ ଯୋଗଦେଇ ଶିକ୍ଷୟିତ୍ରୀ ଶ୍ରୀମତୀ ଭଦ୍ରଙ୍କୁ ଉତ୍ତରୀୟ, ମାନପତ୍ର, ଟ୍ରଫି ଓ ପୁଷ୍ପଗୁଛ ପ୍ରଦାନ କରି ସମ୍ମାନିତ କରିଛନ୍ତି। ଶ୍ରୀମତୀ ଭଦ୍ର ଜଣେ ଛାତ୍ରବତ୍ସଳ, ପରୋପକାରୀ ଓ ମିଷ୍ଟଭାଷି ଶିକ୍ଷୟିତ୍ରୀ ରୂପେ ଡେରାବିଶ ବ୍ଲକରେ ପରିଚିତ। ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ଏହି ପୁରସ୍କାର ପାଇବା ପଛରେ ତାଙ୍କର ପିତାମାତା, ଶଶୁର,ଶାଶୁଙ୍କ ଆଶ୍ରିର୍ବାଦ ସ୍ୱାମୀଙ୍କ ସାହସ ଓ ପ୍ରେରଣା, ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀଙ୍କ ପ୍ରେରଣା, ଶିକ୍ଷକ,ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କ ସହଯୋଗ, ବନ୍ଧୁ ଓ ଶୁଭେଛୁମାନଙ୍କର ଉତ୍ସାହ ରହିଛି। ଏହି ପୁରସ୍କାର ପାଇଥିବାରୁ ଶ୍ରୀମତୀ ଭଦ୍ରଙ୍କୁ ବିଭିନ୍ନ ମହଲରୁ ଶୁଭେଛୁମାନେ ଅଭିନନ୍ଦନ ଜଣାଇଛନ୍ତି।


Next Post

କଂସାର ପଞ୍ଚାୟତରେ ଭାଗବତ ସପ୍ତାହ ଅନୁଷ୍ଠିତ

Sun Sep 7 , 2025
କେନ୍ଦ୍ରାପଡ଼ା,୭ା୯: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ଗ୍ରାମପଞ୍ଚାୟତର ଯୋଡିଚଉଁରା ପୀଠରେ ଭାଗବତ ଗାଦି ଅନୁଷ୍ଠିତ ହୋଇଅଛି। ଦୀର୍ଘଦିନ ହେବ ଏଠାରେ ଭାଗବତ ସପ୍ତାହ ଅନୁଷ୍ଠିତ ହେଉଅଛି। ବାସୁଦେବ ଜନ୍ମଦିନ ଅବସରରେ ଭାଗବତ ସପ୍ତାହ ପାଳନ ହୋଇଅଛି। ରୀତି ନୀତି ଅନୁଯାୟୀ ନୀତିକାନ୍ତି, ହୋମଯଜ୍ଞ, ପ୍ରସାଦ ସେବନ ପ୍ରଭୃତି କାର୍ଯ୍ୟ କରାଯାଇଛି। ସନ୍ତୋଷ କୁମାର ନାୟକ, ଗୈାରାଙ୍ଗ ସାହୁ, ପୂର୍ଣ୍ଣଚନ୍ଦ୍ର ମହାନ୍ତି, କ୍ଷେତ୍ରବାସୀ ପରିଡା, ପ୍ରଭାକର ପରିଡା, ପ୍ରଶାନ୍ତ କୁମାର ବେହେରା, […]

KANIKA