ପୂର୍ବତନ ରାଷ୍ଟ୍ରପତି ଡଃ. କଲାମଙ୍କ ଜୟନ୍ତୀ ପାଳନ



କେନ୍ଦ୍ରାପଡା ୧୫/୧୦ –ଭାରତର ପୂର୍ବତନ ରାଷ୍ରପତି ତଥା ଭାରତରତ୍ନ ଡଃ ଏ. ପି.ଜେ.ଅବଦୁଲ କଲାମ ସ୍ମୃତି କମିଟି ତରଫରୁ ପୂର୍ବତନ ରାଷ୍ଟ୍ରପତି ଡଃ. କଲାମଙ୍କ ୯୪ତମ ଜୟନ୍ତୀ ପାଳନ କରାଯାଇଥିଲା । ମେଡିକାଲ ରୋଡରେ ଥିବା ଡଃ. ଅବଦୁଲ୍ କଲାମଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ପରେ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା । ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ସଭାରେ ସଂଘର କାର୍ଯ୍ୟକାରୀ ସଭାପତି ବ୍ରଜକିଶୋର ଜେନା ଅଧ୍ୟକ୍ଷତା କରିଥିଲେ । ସାମରିକ କ୍ଷେତ୍ରରେ ଭାରତରକୁ ଶକ୍ତିଶାଳୀ କରିବାରେ ଡଃ. କଲାମଙ୍କ ଅବଦାନ ଅତୁଳନୀୟ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ସାମରିକ ଶକ୍ତି ବୃଦ୍ଧି ସହ ଶିକ୍ଷା, ଅର୍ଥନୀତି କ୍ଷେତ୍ରରେ ଦେଶକୁ ଆଗେଇ ନେବା ଦିଗରେ ଡଃ କଲାମ ପ୍ରତ୍ୟେକ ଭାରତୀୟଙ୍କ ନିକଟରେ ଚିର ସ୍ମରଣୀୟ ହୋଇ ରହିବେ । ସଭାରେ ସ୍ମୃତି କମିଟିର ଆବାହକ ହେମନ୍ତ କୁମାର ଜେନା, ରବୀନ୍ଦ୍ର ନାଥ ରଥ, ଗୋପିନାଥ ବାରିକ, କାଶୀନାଥ ରାଉତରାୟ, ହିରଣ୍ୟ କୁମାର ପଣ୍ଡା ପ୍ରମୁଖ ସ୍ମୃତିଚାରଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading