ଗୋକୁଳ ଚନ୍ଦ୍ର ସଂଗୀତ ସଦନର ସାଧାରଣ ପରିଷଦ ବୈଠକ


କେନ୍ଦ୍ରାପଡା, ୨୨ା୮ – କେନ୍ଦ୍ରାପଡା ଜିଲ୍ଲାର ସର୍ବ ପ୍ରାଚୀନ ସଂଗୀତ ଅନୁଷ୍ଠାନ ଗୋକୁଳ ଚନ୍ଦ୍ର ସଂଗୀତ ସଦନର ବାର୍ଷିକ ସାଧାରଣ ପରିଷଦ ବୈଠକ ସଭାପତି ଅମ୍ବିକା ପ୍ରସାଦ ଦାସଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଛି । ବୈଠକ ଆରମ୍ଭରେ ସମ୍ପାଦକ ଉମାକାନ୍ତ ଜେନା ବିଗତ ସାଧାରଣ ପରିଷଦ ବୈଠକର ବିବରଣୀ ପାଠ କରିଥିଲେ ଏବଂ ଏହା ସର୍ବ ସମ୍ମତିକ୍ରମେ ଗୃହୀତ ହୋଇଥିଲା । ଏହାପରେ କାର୍ଯ୍ୟସୂଚୀ ଅନୁଯାୟୀ ସଭାପତି ଶ୍ରୀଦାସ ଆଲୋଚନା ଆରମ୍ଭ କରିଥିଲେ । ଜରାଜୀର୍ଣ୍ଣ ହୋଇପଡ଼ିଥିବା ସଦନ ଗୃହର ମରାମତି ଓ ରକ୍ଷଣାବେକ୍ଷଣ,ଶିକ୍ଷା ଦାନ କରାଯାଉଥିବା ନୃତ୍ୟ,ସଂଗୀତ,ତବଲା,ଆର୍ଟ ଆଦି ବିଭାଗର ସୁପରିଚାଳନା, ବିଭିନ୍ନ କାର୍ଯ୍ୟକ୍ରମର ସଫଳ ରୂପାୟନ ଏବଂ ଜିଲ୍ଲାର ଉତ୍ତରପୀଢିକୁ କଳା,ସଂଗୀତ ଓ ସଂସ୍କୃତି ପ୍ରତି ଆକୃଷ୍ଠ କରାଇବା ଆଦି ପ୍ରସଙ୍ଗରେ ସର୍ବ ସମ୍ମତି କ୍ରମେ ବହୁ ଗୁରୂତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ରାଜଭବନ ଠାରେ ନୃତ୍ୟ ପରିବେଷଣ କରି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିବା ସଦନର କଳାକାର ମାନଙ୍କୁ ପରବର୍ତ୍ତୀ ସମୟରେ ରାଜ୍ୟପାଳ ଦେଇଥିବା ପୁରସ୍କାର ସେମାନଙ୍କୁ ଆଗାମୀ ସେପ୍ଟେମ୍ବର ୩ତାରିଖରେ ଏକ ଆନୁଷ୍ଠାନିକ ସାଂସ୍କୃତିକ ଉସ୍‌ôବରେ ପ୍ରଦାନ କରାଯିବାକୁ ସ୍ଥିର କରାଯାଇଥିଲା । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅଡ଼ିଟର ଗଣେଶ ଚନ୍ଦ୍ର ସାମଲ,କୋଷାଦ୍ଧକ୍ଷା ନୃତ୍ୟଗୁରୁ ଭାନୁପ୍ରିୟା ଖଟୁଆ,ସହ ସମ୍ପାଦକ ଗୌତମ ସାହୁ,ସଂଗଠନ ସମ୍ପାଦକ ଚନ୍ଦ୍ରଭାନୁ ମେକାପ,ସାଂସ୍କୃତିକ ସମ୍ପାଦକ ମୋହିନୀ ଲକ୍ଷ୍ମୀମୁଦ୍ରା ଶତପଥି,ପୁଷ୍ପାଂଜଳୀ ବସ୍ତିଆ,ହେମନ୍ତ କୁମାର ଜେନା,ସୌମ୍ୟା ସଲୋନୀ ବେହେରା,ବିଶ୍ୱ ପ୍ରକାଶ ନାୟକ,ଉମାକାନ୍ତ ସିଂହ,ଯଜାତି କେଶରୀ ମହାନ୍ତି,ପବିତ୍ର ମୋହନ ସାହୁ,ଅନାମ ଚରଣ ମହଲା,ଅଭିମନ୍ୟୁ ନାୟକ,ମଧୁସ୍ମିତା ସାହୁ ପ୍ରମୁଖ ସଭ୍ୟ ସଭ୍ୟାମାନେ ଯୋଗଦାନ କରି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଏହି ବୈଠକରେ ବର୍ଷିୟାନ ସମାଜସେବୀ ଗୋପାଳ ଚନ୍ଦ୍ର ମହାଳିକ,ପୂର୍ବତନ ପୌର କାଉନସିଲର ହିରଣ୍ୟ କୁମାର ପଣ୍ଡା,ସଂଗୀତ ଗୁରୁ ଆଦିକନ୍ଦ ସାହୁ,ଆର୍ଟ ଗୁରୁ ହିମାଂଶୁ କୁମାର ଦାସ,ଶିକ୍ଷାବିତ୍ ବିନାୟକ ପ୍ରସାଦ ପ୍ରଧାନ ,ସମାଜସେବୀ ବସନ୍ତ କୁମାର ସାହୁ,ସୌମ୍ୟ ରଂଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।


Next Post

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମକର ଦାସଙ୍କ ପରଲୋକ

Wed Aug 23 , 2023
କେନ୍ଦ୍ରାପଡ଼ା, ୨୨ା୮: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମକର ଦାସଙ୍କର ଆଜି ସକାଳ ୬.୪୦ ମିନିଟ୍ ସମୟରେ ପରଲୋକ ହୋଇଯାଇଛି । ଏସ୍‌ସିବି ମେଡିକାଲରେ ଚିକିତ୍ସାଧିନ ଥିବା ଅବସ୍ଥାରେ ସେ ଇହଲୀଳା ସମ୍ବରଣ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୯୯ ବର୍ଷ ହୋଇଥିଲା । ମୃତ୍ୟୁଶଯ୍ୟା ନିକଟରେ ପୁତ୍ର ପଂଚାନନ, ପୁତ୍ରବଧୂ, ଓ ନାତି ପ୍ରମୁଖ ଉପସ୍ଥିତ ଥିଲେ । ବାର୍ଦ୍ଧକ୍ୟ ଯୋଗୁଁ ତାଙ୍କ କିଡ୍‌ନୀ ଓ ଫୁସଫୁସ୍‌ରେ ସଂକ୍ରମଣ […]