ବ୍ଲକ ଏକାଦଶକୁ ହରାଇ ସାମ୍ବାଦିକ ଏକାଦଶ ଚମ୍ପିୟନ



କେନ୍ଦ୍ରାପଡା,୨୨ା୧୨: କେନ୍ଦ୍ରାପଡ଼ା ପଞ୍ଚାୟତ ସମିତି ଆନୁକୂଲ୍ୟରେ ରବିବାର ଦିନ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ଆୟୋଜନ କରାଯାଇଥିଲା । ଯେଉଁଥିରେ ବ୍ଲକ ଏକାଦଶ, ସରପଞ୍ଚ ଏକାଦଶ, ପିଓ ଓ ଏଡିଓ ଏକାଦଶ ଏବଂ ସାମ୍ବାଦିକ ଏକାଦଶଙ୍କ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ କେନ୍ଦ୍ରାପଡା ବ୍ଲକ ଜଜାଙ୍ଗ ସ୍ଥିତ ଖେଳ ପଡିଆରେ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଫାଇନାଲ ମ୍ୟାଚରେ ବ୍ଲକ ଏକାଦଶଙ୍କୁ ହରାଇ ସାମ୍ବାଦିକ ଏକାଦଶ ବିଜୟୀ ହୋଇଥିଲା । ଫାଇନାଲ ମ୍ୟାଚରେ ସାମ୍ବାଦିକ ଅଲେଖ ନାୟକ ୫୨ ରନ କରି ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ସେହିଭଳି ବ୍ଲକ ପ୍ରଶାସନ ପକ୍ଷରୁ ବେଷ୍ଟ ବୋଲର ଶୁଭେନ୍ଦୁ ବେହେରା ପୁରସ୍କାର ପାଇଥିବା ବେଳେ ସରପଞ୍ଚ ଟିମ ପକ୍ଷରୁ ଘାଗରା ସରପଞ୍ଚଙ୍କ ପ୍ରତିନିଧି ଅଜିତ ପରିଡା ବେଷ୍ଟ ବ୍ୟାଟ୍ସମ୍ୟାନ ପୁରସ୍କାର ପାଇଥିଲେ । ଶେଷରେ କେନ୍ଦ୍ରାପଡ଼ା ବିଡ଼ିଓ ଅଭିଷେକ ସ୍ୱାଇଁ ବିଜେତା ସାମ୍ବାଦିକ ଦଳ ଅଧିନାୟକ ବଳରାମ ବେହେରା ଉପ ଅଧିନାୟକ ପ୍ରଦୋଷ ବିଶ୍ୱାଳଙ୍କୁ ଟ୍ରଫି ପ୍ରଦାନ କରିଥିଲେ । ରାଜନଗର ବିଡ଼ିଓ ଅନିରୁଦ୍ଧ ବେହେରା ଖେଳ ପରିଚାଳନା କରିଥିଲେ । କପାଳେଶ୍ୱର ସରପଞ୍ଚଙ୍କ ପ୍ରତିନିଧି ଲୋହିତ ମହାନ୍ତି ଖେଳ ଆୟୋଜନାରେ ସହଯୋଗ କରିଥିଲେ । ଏହି କ୍ରୀଡା ଆୟୋଜନରେ କେନ୍ଦ୍ରାପଡ଼ା ପଞ୍ଚାୟତ ସମିତି କର୍ମଚାରୀ ତଥା ସମସ୍ତ ଅଫିସିଆଲି ଷ୍ଟାଫ ମାନେ ଉପସ୍ଥିତ ଥିଲେ ।


Next Post

ଜିଲ୍ଲା ସ୍ତରୀୟ ସାଂସଦ ଖେଳ ମହୋତ୍ସବ ଉଦଘାଟିତ

Mon Dec 22 , 2025
କେନ୍ଦ୍ରାପଡ଼ା,୨୨ା୧୨:କେନ୍ଦ୍ରାପଡ଼ା ହାଇସ୍କୁଲ ଖେଳ ପଡିଆରେ ଜିଲ୍ଲାସ୍ତରୀୟ ସାଂସଦ ଖେଳ ମହୋତ୍ସବ ଉଦଘାଟିତ ହୋଇଯାଇଛି। ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାଂସଦ ଖେଳ ମହୋତ୍ସବ ସଂଯୋଜକ ତଥା ଜିଲ୍ଲା ବିଜେପି ସଭାପତି ଶଶାଙ୍କ ସେଠୀ, ଜିଲ୍ଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ବାରିକ, ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ। […]

KANIKA