ବ୍ଲକ ଏକାଦଶକୁ ହରାଇ ସାମ୍ବାଦିକ ଏକାଦଶ ଚମ୍ପିୟନ



କେନ୍ଦ୍ରାପଡା,୨୨ା୧୨: କେନ୍ଦ୍ରାପଡ଼ା ପଞ୍ଚାୟତ ସମିତି ଆନୁକୂଲ୍ୟରେ ରବିବାର ଦିନ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ଆୟୋଜନ କରାଯାଇଥିଲା । ଯେଉଁଥିରେ ବ୍ଲକ ଏକାଦଶ, ସରପଞ୍ଚ ଏକାଦଶ, ପିଓ ଓ ଏଡିଓ ଏକାଦଶ ଏବଂ ସାମ୍ବାଦିକ ଏକାଦଶଙ୍କ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ କେନ୍ଦ୍ରାପଡା ବ୍ଲକ ଜଜାଙ୍ଗ ସ୍ଥିତ ଖେଳ ପଡିଆରେ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଫାଇନାଲ ମ୍ୟାଚରେ ବ୍ଲକ ଏକାଦଶଙ୍କୁ ହରାଇ ସାମ୍ବାଦିକ ଏକାଦଶ ବିଜୟୀ ହୋଇଥିଲା । ଫାଇନାଲ ମ୍ୟାଚରେ ସାମ୍ବାଦିକ ଅଲେଖ ନାୟକ ୫୨ ରନ କରି ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ସେହିଭଳି ବ୍ଲକ ପ୍ରଶାସନ ପକ୍ଷରୁ ବେଷ୍ଟ ବୋଲର ଶୁଭେନ୍ଦୁ ବେହେରା ପୁରସ୍କାର ପାଇଥିବା ବେଳେ ସରପଞ୍ଚ ଟିମ ପକ୍ଷରୁ ଘାଗରା ସରପଞ୍ଚଙ୍କ ପ୍ରତିନିଧି ଅଜିତ ପରିଡା ବେଷ୍ଟ ବ୍ୟାଟ୍ସମ୍ୟାନ ପୁରସ୍କାର ପାଇଥିଲେ । ଶେଷରେ କେନ୍ଦ୍ରାପଡ଼ା ବିଡ଼ିଓ ଅଭିଷେକ ସ୍ୱାଇଁ ବିଜେତା ସାମ୍ବାଦିକ ଦଳ ଅଧିନାୟକ ବଳରାମ ବେହେରା ଉପ ଅଧିନାୟକ ପ୍ରଦୋଷ ବିଶ୍ୱାଳଙ୍କୁ ଟ୍ରଫି ପ୍ରଦାନ କରିଥିଲେ । ରାଜନଗର ବିଡ଼ିଓ ଅନିରୁଦ୍ଧ ବେହେରା ଖେଳ ପରିଚାଳନା କରିଥିଲେ । କପାଳେଶ୍ୱର ସରପଞ୍ଚଙ୍କ ପ୍ରତିନିଧି ଲୋହିତ ମହାନ୍ତି ଖେଳ ଆୟୋଜନାରେ ସହଯୋଗ କରିଥିଲେ । ଏହି କ୍ରୀଡା ଆୟୋଜନରେ କେନ୍ଦ୍ରାପଡ଼ା ପଞ୍ଚାୟତ ସମିତି କର୍ମଚାରୀ ତଥା ସମସ୍ତ ଅଫିସିଆଲି ଷ୍ଟାଫ ମାନେ ଉପସ୍ଥିତ ଥିଲେ ।


Discover more from

Subscribe now to keep reading and get access to the full archive.

Continue reading