କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌର ପରିଷଦ ଆସନ୍ତା ୩୧ ତାରିଖରେ ସ୍ୱାୟତ ଶାସନ ଦିବସ ପାଳିବ । ଏହି ଦିବସକୁ ଦୃଷ୍ଟିରେ ରଖି ବିଧାୟକ, ପ୍ରଶାସନିକ ଅଧିକାରୀ ପଟ୍ଟାମୁଣ୍ଡାଇ ପୌରାଅଂଚଳରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ । ଏ ନେଇ ପୌର ପରିଷଦ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି । ହେଲେ ୪ବର୍ଷ ତଳେ ଶିଳାନ୍ୟାସ ହୋଇଥିବା ପ୍ରକଳ୍ପରୁ ୨ରୁ ୩ଟି କାର୍ଯ୍ୟ ସମ୍ପୁଣ୍ଣ୍ର୍ ହୋଇଥିବା ବେଳେ କେତେକ ଅଧାପଡିଛି ତ ଆଉ କେତେକ ଆରମ୍ଭ ହୋଇନାହିଁ । ବିଭିନ୍ନ ସ୍ଥାନରେ କେବଳ ଫଳକଗୁଡିକ ଶୋଭା ମଣ୍ଡନ କରୁଛି । ଏହାକୁ ନେଇ ପୌରାଂଚଳର ଅଧିବାସୀ ଓ ବୁଦ୍ଧିଜୀବୀମାନେ ନାପସନ୍ଦ କରି କହିଛନ୍ତି, କାମ ହେବାର ନାଁ ଗନ୍ଧ ନାହିଁ କି କେହି ଲୋକ ଉପକୃତ ହେଉନାହାନ୍ତି ।