ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ କ୍ରୀଡା ପ୍ରତିଯୋଗିତା ଉଦଯାପିତ



କେନ୍ଦ୍ରାପଡ଼ା,୪ା୧: କେନ୍ଦ୍ରାପଡା ଶିକ୍ଷା ବିକାଶ ସମିତି ଅଧିନରେ କେନ୍ଦ୍ରାପଡ଼ା ସଂକୁଳର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଡେରାବିଶ ବ୍ଲକ ଅନ୍ତର୍ଗତ ତିଲଙ୍ଗସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏଗାର ଗୋଟି ଶିଶୁବିଦ୍ୟାମନ୍ଦିରରୁ ଦୁଇଶହ ଭାଇଭଉଣୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ମୁଖ୍ୟଅତିଥି ଶିବ ପ୍ରସାଦ ରାଉତ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଧ୍ୱଜା ଉତ୍ତୋଳନ କରି କ୍ରୀଡା ପ୍ରତିଯୋଗିତାର ଶୁଭ ଉଦଘାଟନ କରିଥିଲେ। ଏହାପରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଅପରାହ୍ନରେ ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ କୁମାର ଦାସଙ୍କ ପୈାରହିତ୍ୟରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସୁରେନ୍ଦ୍ର ନାଥ ଶତପଥୀ, ମୁଖ୍ୟବକ୍ତା ଭାବେ ସଂକୁଳ ପ୍ରମୁଖ ବଳରାମ କର, ସଂଯୋଜକ ମନୋଜ କୁମାର ରାଉତ ଓ ଶିଶୁମନ୍ଦିର ସମ୍ପାଦକ ବିପିନ ବିହାରୀ ଖଟୁଆ ପ୍ରମୁଖ ସମ୍ମାନିତ ଅତିଥି ଭାବେ ସଭା ମଣ୍ଡନ କରିଥିଲେ। କ୍ରୀଡା ବୃତ୍ତ ପଠନ ପରେ ଅତିଥିମାନଙ୍କ ଦ୍ୱାରା କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଶେଷରେ ଧ୍ୱଜା ଅବତରଣ ପରେ ଧନ୍ୟବାଦ ଅର୍ପଣ ଓ ବନ୍ଦେ ମାତରଂ ଗାନ କରାଯାଇ କାର୍ଯ୍ୟକ୍ରମ ସମାପନ କରାଯାଇଥିଲା।


Next Post

ଉଷାରାଣୀ ଗୀତିନାଟ୍ୟ ପରିଷଦ ଓ ସଙ୍ଗୀତ ସଦନର ବୈଠକ

Mon Jan 5 , 2026
କେନ୍ଦ୍ରାପଡା ୫/୧- କେନ୍ଦ୍ରପଡା ବ୍ଲକ ଅନ୍ତର୍ଗତ ମରଡପୁର ସ୍ଥିତ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଉଷାରାଣୀ ଗୀତିନାଟ୍ୟ ପରିଷଦ ଓ ସଙ୍ଗୀତ ସଦନର ବାର୍ଷିକ ବୈଠକ ଓ ବନ୍ଧୁମିଳନ ଉତ୍ସବ ବନ୍ଦରେଶ୍ୱରରେ ଥିବା ନଙ୍ଗୁଳି ମଠରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ପ୍ରଭାତ କୁମାର ସିଂହଙ୍କ ପୌରହିତ୍ୟରେ ଅନୁଷ୍ଠାନର ବିଭିନ୍ନ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରାଯାଇଥିଲା । ସଦସ୍ୟମାନେ ସେମାନଙ୍କର ବହୁମୁଲ୍ୟ ମତାମତ ଦେଇଥିଲେ । ଏଥି ସହିତ ଚଳିତ […]

KANIKA