
କେନ୍ଦ୍ରାପଡା ୫/୧- କେନ୍ଦ୍ରପଡା ବ୍ଲକ ଅନ୍ତର୍ଗତ ମରଡପୁର ସ୍ଥିତ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଉଷାରାଣୀ ଗୀତିନାଟ୍ୟ ପରିଷଦ ଓ ସଙ୍ଗୀତ ସଦନର ବାର୍ଷିକ ବୈଠକ ଓ ବନ୍ଧୁମିଳନ ଉତ୍ସବ ବନ୍ଦରେଶ୍ୱରରେ ଥିବା ନଙ୍ଗୁଳି ମଠରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ପ୍ରଭାତ କୁମାର ସିଂହଙ୍କ ପୌରହିତ୍ୟରେ ଅନୁଷ୍ଠାନର ବିଭିନ୍ନ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରାଯାଇଥିଲା । ସଦସ୍ୟମାନେ ସେମାନଙ୍କର ବହୁମୁଲ୍ୟ ମତାମତ ଦେଇଥିଲେ । ଏଥି ସହିତ ଚଳିତ ବର୍ଷରେ ସାମାଜିକ କାର୍ଯ୍ୟକ୍ରମ କରାଯିବାକୁ ସ୍ଥିର କରାଗଲା । ଏହି ବୈଠକରେ ସନ୍ତୋଷ କୁମାର ପଣ୍ଡା, ବିଜୟ କୁମାର ବେହେରା, କାହ୍ନୁ ଚରଣ ମହାରଣା, ନିବେଦିତା ନାୟକ, ମୈତ୍ରୀମିଲନ ମୁକ୍ତିସ୍ମିତା ଦାସ, ଆନନ୍ଦିନୀ ସିଂହ, ସୁପ୍ରଭା ମହାରଣା, ମହେନ୍ଦ୍ର ବେହେରା, ଗୌରାଙ୍ଗ ବେହେରା, ଶୀତ କୁମାର ନାୟକ, ରାଜେନ୍ଦ୍ର ବେହେରା, ଶୁଭଙ୍କର ସିଂହ, ବିଜୟଲଷ୍ମୀ ଦାସ, ଦୁର୍ଗା ପ୍ରସାଦ ଦାଶ, ସୌଭାଗ୍ୟ କୁମାର ବେହେରା, ବର୍ଷା ପ୍ରିୟଦର୍ଶିନୀ ମିଶ୍ର, ସୁଶୀଲ ସୁତାର, ସୌଭାଗିନୀ ମହାପାତ୍ର, ବୈଶାଖୀ ପ୍ରିୟଦର୍ଶିନୀ ମିଶ୍ରଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ ।











