କୃଷ୍ଣବଳରାମ କ୍ରିକେଟ ଟୁର୍ନାମେଣ୍ଟ, ମାଟିଆ ଚମ୍ପିୟାନ



ପଟ୍ଟାମୁଣ୍ଡାଇ ତା ୧୩/୨- ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ନୂଆଗାଁ କାକୁଡିପଲ୍ଲୀ କୃଷ୍ଣ ବଳରାମ କ୍ଲବ ପକ୍ଷରୁ ୪ଦିନିଆ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇ ଯାଇଛି । ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ର ୧୬ଟି ୱାର୍ଡ ମଧ୍ୟରେ ଆୟୋଜିତ କ୍ରିକେଟ ଟୁର୍ନାମେଣ୍ଟରେ ପୌରାଞ୍ଚଳ ର ୧୬ଟି ୱାର୍ଡର ୧୬ଟି କ୍ରିକେଟ ଦଳ ଭାଗ ନେଇଥିଲେ । ଫାଇନାଲ ଖେଳ ନୂଆଗାଁ କାକୁଡିପଲ୍ଲୀ ୯ନଂ ୱାର୍ଡ କ୍ରିକେଟ ଦଳ ଓ ୧୭ନଂ ୱାର୍ଡ ମାଟିଆ କ୍ରିକେଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ନୂଆଗାଁ କାକୁଡିପଲ୍ଲୀ କ୍ରିକେଟ ଦଳକୁ ହରାଇ ମାଟିଆ ଦଳ ବିଜୟୀ ହୋଇ ଚଳିତବର୍ଷର ଚମ୍ପିୟାନ ହୋଇଛି । ନୂଆଗାଁ କାକୁଡିପଲ୍ଲୀ କୃଷ୍ଣବଳରାମ କ୍ରିକେଟ କ୍ଲବ ସଭାପତି ଯୁବନେତା ଦିଲ୍ଲୀପ ସେଠୀଙ୍କ ପୌରହିତ୍ୟରେ ଆୟୋଜିତ ଉଦଯାପନୀ ଉତ୍ସବରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି ଓ ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧକ୍ଷ ହେମନ୍ତ ସାହୁ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ବିଜୟୀ ମାଟିଆ ଦଳକୁ ଚମ୍ପିୟାନ ଟ୍ରଫି ଓ ନୂଆଗାଁ କାକୁଡିପଲ୍ଲୀ ଦଳକୁ ରନର୍ସ କପ ପ୍ରଦାନ କରିଥିଲେ । ଏହି ଟୁର୍ନାମେଣ୍ଟକୁ ଚିତ୍ତ ରଂଜନ ସେଠୀ, ଦିଲ୍ଲୀପ ସେଠୀ, ମଙ୍ଗୁଳି ସେଠୀ, ଚିଣ୍ଟୁ ଦାସ ଓ ମଣ୍ଟୁ ସେଠୀ ପରିଚାଳନା କରିଥିଲେ ।


Next Post

ଛାତ୍ରୀଛାତ୍ରମାନେ ଦୁର୍ବଳତାକୁ ଶକ୍ତିରେ ପରିଣତ କଲେ ସଫଳତା ନିଶ୍ଚିତ

Fri Feb 13 , 2026
ମାଟିଆପଡା ହାଇସ୍କୁଲ ବାର୍ଷିକ ଉତ୍ସବ ପଟ୍ଟାମୁଣ୍ଡାଇ ତା ୧୩/୨- ସାମ୍ପ୍ରତିକ ପ୍ରତିଯୋଗିତାମୂଳକ ସମୟରେ ଛାତ୍ରୀଛାତ୍ରମାନେ ନିଜର ଦୁର୍ବଳତା କୁ ପରଖି ଶକ୍ତିରେ ପରିଣତ କଲେ ଜୀବନ ସବୁ କ୍ଷେତ୍ରରେ ସଫଳ ହେବା ସହିତ ନିଜର ସ୍ବପ୍ନ ସାକାର କରିପାରିବେ ବୋଲି ରାଜନଗର ବିଧାୟକ ଧ୍ରୁବ ସାହୁ ପଟ୍ଟାମୁଣ୍ଡାଇ ବ୍ଲକ ଦିହୁଡିପୁର ପଂଚାୟତ ମାଟିଆ ପଡା ସରକାରୀ ହାଇସ୍କୁଲର ବାର୍ଷିକ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପ୍ରକାଶ କରିଛନ୍ତି । […]