ଜନଔଷଧୀ କେନ୍ଦ୍ର ପକ୍ଷରୁ ସ୍ୱାସ୍ଥ୍ୟ ସଚେତନତା ପଦଯାତ୍ରା



କେନ୍ଦ୍ରାପଡା,୬।୩: କେନ୍ଦ୍ରାପଡା ଜିଲ୍ଲା ଭାରତୀୟ ଜନଔଷଧୀ କେନ୍ଦ୍ର ପକ୍ଷରୁ ଜନଔଷଧୀ ସପ୍ତାହ ପାଳନ ଅବସରରେ କେନ୍ଦ୍ରାପଡା ନୂଆବସଷ୍ଟାଣ୍ଡ ଠାରୁ ପୁରୁଣା ବସଷ୍ଟାଣ୍ଡ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ପଦଯାତ୍ରାକୁ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ରବିନ୍ଦ୍ର କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ଉଦ୍‌ଘାଟନ କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ପୌରାଧକ୍ଷା ସରିତା ସାହୁ, ପୂର୍ବତନ ଜିଲ୍ଲାପାରିଷଦ ଅଧ୍ୟକ୍ଷା ଗିତା ସେଠୀ ଯୋଗଦେଇ ଜିଲ୍ଲାରେ ଜନଔଷଧି ଦ୍ୱାରା କିପରି ଲୋକମାନେ ଲାଭବାନ ହେଉଛନ୍ତି ତାହା ବର୍ଣ୍ଣନା କରିଥିଲେ । ସେହିପରି ପୁରୁଣା ବସଷ୍ଟାଣ୍ଡ ଠାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଏଡିଏମଓ ମନୋରଞ୍ଜନ ରାଉତ ଯୋଗଦେଇ ପଦଯାତ୍ରାକୁ ଉଦ୍‌ଯାପନ କରିଥିଲେ । ଏହି ସଚେତନାତା କାର୍ଯ୍ୟକ୍ରରେ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ସ୍ୱାସ୍ଥ୍ୟ ନିରିକ୍ଷକ(ଡିଆଇ) ସୁକାନ୍ତ କୁମାର ସାହୁ, ଗିତା ସେଠୀ ଯୋଗଦେଇ ଜନଔଷଧୀ କେନ୍ଦ୍ର ଦ୍ୱାରା ସାଧାରଣ ଲୋକମାନେ କିପରି ସୁଲଭ ମୁଲ୍ୟରେ ଔଷଧ ପାଉଛନ୍ତି କହିଥିଲେ । କାରଣ ଲୋକମାନଙ୍କ ପାଖକୁ ସିଧା କମ୍ପାନୀ ପାଖରୁ ଜନଔଷଧୀ କେନ୍ଦ୍ରକୁ ଆସୁଛି । ଏହି ସମସ୍ତ କାର୍ଯ୍ୟକ୍ରମରେ ଜନ ଔଷଧୀ ରାଜ୍ୟ ଇନଚାର୍ଜ ଦେବେନ୍ଦ୍ର କୁମାର ନାୟକ, କେନ୍ଦ୍ରାପଡ଼ା ଜିଲ୍ଲା ସାଧାରଣ ସମ୍ପାଦକ ଅଶୋକ ପଣ୍ଡା, ଜିଲ୍ଲା ଉପସଭାପତି ରଂଜନ କୁମାର ମିଶ୍ର, କୋଷାଧ୍ୟକ୍ଷ ସତ୍ୟରଂଜନ ସାହୁ, ଜିଲ୍ଲା ସଭାପତି ପଦ୍ମନାଭ ତ୍ରିପାଠୀ, ଅଜିତ କୁମାର ପଣ୍ଡା ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ।


Next Post

କେନ୍ଦ୍ରାପଡାରେ ଜିଲ୍ଲା ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର

Mon Mar 9 , 2026
କେନ୍ଦ୍ରାପଡ଼ା,୯ା୩:ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଆଜିର ଶିବିରରେ ମୋଟ ୧୦୬ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା। ସେଥି ମଧ୍ୟରୁ ୮୮ଟି ବ୍ୟକ୍ତିଗତ ଏବଂ ୧୮ଟି ସାମୁହିକ ଅଭିଯୋଗ ଥିଲା। ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୬ ଜଣଙ୍କୁ ୪୫ ହଜାର ଟଙ୍କା ଆର୍ôଥକ ସହାୟତା ପ୍ରଦାନ କରାଯାଇଛି। ୭ ଟି ଅଭିଯୋଗର ତୁରନ୍ତ ସମାଧାନ ହୋଇଥିଲା। […]

KANIKA