
କେନ୍ଦ୍ରାପଡ଼ା,୨୩ା୮ : ଚନ୍ଦ୍ରଯାନ-୩ର ନିରାପଦ ଓ ସଫଳ ଅବତରଣ ନିମନ୍ତେ ଗରାପୁରସ୍ଥିତ ଦିବ୍ୟଜୀବନ ସଙ୍ଘ, କେନ୍ଦ୍ରାପଡାର ଶିବାନନ୍ଦ ଆଶ୍ରମ ଓ ଶିବାନନ୍ଦ ବିଦ୍ୟାମନ୍ଦିର ପକ୍ଷରୁ ସାମୁହିକ ପ୍ରାର୍ଥନା ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ କେନ୍ଦ୍ରାପଡା ଦିବ୍ୟଜୀବନ ସଙ୍ଘର ସଭାପତି ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ଚନ୍ଦ୍ରଯାନ-୩ର ସଫଳତା ପୂର୍ବକ ଚନ୍ଦ୍ର ପୃଷ୍ଟରେ ଅବତରଣ ପାଇଁ ସାମୂହିକ ପ୍ରାର୍ଥନା କରାଯାଇଥିଲା । ଶିବାନନ୍ଦ ଆଶ୍ରମ ପରିସରରେ ଅନୁଷ୍ଠିତ ଏହି ପ୍ରାର୍ଥନା ସଭାରେ ବିଦ୍ୟାମନ୍ଦିରର ସମସ୍ତ ବିଦ୍ୟାର୍ଥୀ, ଗୁରୁଜୀ,ଗୁରୁମା, ଉପାଧ୍ୟକ୍ଷ ଡଃ. କାଳୀପ୍ରସନ୍ନ ଶତପଥୀ, ମହିଳା ସ୍ୱୟଂ ସହାୟିକା ଗୋଷ୍ଠିର ସଦସ୍ୟା ନଲିନୀପ୍ରଭା ମହାନ୍ତି, ରୁଦ୍ରାଣୀ ମହାପାତ୍ର, ମଧୁସ୍ମୀତା ନନ୍ଦ, ଦିପ୍ତିମୟୀ ବେହେରା, ମାମୁନି ସେନାପତି, ତୃପ୍ତିମୟୀ ବାରିକ, ବିଦ୍ୟାମନ୍ଦିରର ଅଧ୍ୟକ୍ଷ ଡଃ. ସୁରେନ୍ଦ୍ର ନାଥ ଆଚାର୍ଯ୍ୟ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ବ୍ରହ୍ମଚାରୀ ନୃସିଂହ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।











