ପୋଖରିଆପଡ଼ା ମା ମଙ୍ଗଳାଙ୍କ ପୀଠରେ ଝାମୁ ଯାତ୍ରା ଅନୁଷ୍ଠିତ



ପଟ୍ଟାମୁଣ୍ଡାଇ ୦୮/୦୪ ବହୁ କିମ୍ବଦନ୍ତୀ ବହନ କରି ଆସିଥିବା ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅଧୀନ ପୋଖରିଆପଡ଼ା ଗ୍ରାମର ମା ମଙ୍ଗଳାଙ୍କ ପୀଠରେ ଝାମୁ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ପୂଜକ ଜଗବନ୍ଧୁ ନାୟକ ଏବଂ ପୂଜକ ଲକ୍ଷ୍ମଣ ଦାଶ ଓ ଜିତେନ୍ଦ୍ର ଦାଶଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଝାମୁ ଯାତ୍ରାରେ ମା ମଙ୍ଗଳାଙ୍କ ଷୋଡ଼ଶ ଉପଚାର ପୂଜା, ସୂର୍ଯ୍ୟପୂଜା, ଦ୍ଵାରପାଳ ପୂଜା, ଘଟସ୍ଥାପନ, ହୋମ ଯଜ୍ଞାଦି କର୍ମ ଅନୁଷ୍ଠିତ ହୋଇଥିଲା। ପରମ୍ପରା ଅନୁଯାୟୀ ମା ମଙ୍ଗଳାଙ୍କ ଚଳନ୍ତି ପ୍ରତିମା ବିମାନରେ ବିଜେହୋଇ ନଗର ପରିକ୍ରମା କରିବା ସହିତ ଘରକୁ ଘର ଯାଇ ପ୍ରସାଦ ଲାଗି ହେବା ସହିତ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଥାନ୍ତି। ପରମ୍ପରା ଅନୁଯାୟୀ ମାଙ୍କ ମନ୍ଦିର ପାର୍ଶ୍ଵରେ ପ୍ରସ୍ତୁତ ରଡ଼ ନିଆଁରେ ପାଟୁଆ ଖାଲି ପାଦରେ ଚାଲିବାର ବିଧି ରହିଛି। ମା ଶାରଳାଙ୍କ କ୍ଷେତ୍ର କୁଜଙ୍ଗରୁ ଆସିଥିବା ବିପିନ ଦାଶ ଓ ତାଙ୍କ ସାଥୀ ମା ମଙ୍ଗଳାଙ୍କ ପ୍ରତିରୁପକୁ ମସ୍ତକରେ ଧାରଣ କରି ଖାଲି ପlଦରେ ନିଆଁରେ ଚାଲିବାର ଦୁର୍ଶ୍ୟ ଦେଖିବା ପାଇଁ ପଟ୍ଟାମୁଣ୍ଡାଇ ସହର ସମେତ ଆଖପାଖ ଅଞ୍ଚଳର ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଧରେନ୍ଦ୍ର ନାୟକ, ଜିତେନ୍ଦ୍ର ନାୟକ, ଅରୁଣ କୁମାର ନାଥ, ସଂଗ୍ରାମ ସାହୁ, ସମୀର ପାତ୍ର, ପ୍ରେମାନନ୍ଦ ପଣ୍ଡା, ବଂଶୀଧର ନାୟକ, ସୁଭେନ୍ଦ୍ର ଚୌଧୁରୀ, ରଞ୍ଜନ ନାୟକ, ସର୍ବେଶ୍ଵର ମଲ୍ଲ, ରଞ୍ଜନ ନାଥ, ସୌମ୍ୟରଞ୍ଜନ ଚୌଧୁରୀ, ରବୀନ୍ଦ୍ର ପାତ୍ର, ଦେବାଶିଷ ନାୟକ ଓ ଶରତ ନାୟକଙ୍କ ପରିଚାଳନାରେ ଅନୁଷ୍ଠିତ ଝାମୁ ଯାତ୍ରା ଉତ୍ସବରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ଶ୍ରୀମତୀ ବନ୍ଦନା ପାତ୍ର, ବରିଷ୍ଟ ଯୁବନେତା ମିଟୁ ମନୋଜ ନାୟକ, କାଉନସିଲର ଲାସ୍ୟମୟୀ ସାହୁ, ମୃତ୍ୟୁଞ୍ଜୟ ପାଢ଼ୀ, ଉପେନ୍ଦ୍ର ନାୟକ, ନିରାକାର ସାହୁ , ଆଡଭୋକେଟ୍ ପ୍ରମୋଦ ସାହୁ, ଗୋପିନାଥ ତ୍ରିପାଠି ପ୍ରମୁଖ ଅତିଥି ଭାବରେ ଯୋଗଦେଇଥିଲେ। ଏହି ଅବସରରେ ସଙ୍ଗୀତ ଗୁରୁ କୃପାସିନ୍ଧୁ ନାୟକଙ୍କ ପରିଚାଳନାରେ କସ୍ତୁରୀ କଳା ନିକେତନର କଣ୍ଠଶିଳ୍ପୀ ମାନେ ଭଜନ ପରିବେଷଣ କରିଥିଲେ। ସ୍ଥାନୀୟ ଅଂଚଳର ହଜାର ହଜାର ଭକ୍ତ ମାଙ୍କ ଦର୍ଶନ କରିବା ସହିତ ପ୍ରସାଦ ସେବନ କରିଥିଲେ।


Leave a Reply

Your email address will not be published. Required fields are marked *