ବିଶିଷ୍ଟ ଜନନାୟକ ଯଦୁମଣି ମଙ୍ଗରାଜଙ୍କ ପ୍ରତିମୂର୍ତ୍ତି ପୁନଃସ୍ଥାପନ ଦାବି



କେନ୍ଦ୍ରାପଡ଼ା,୯ା୪:ମହାନ୍ ସ୍ୱାଧୀନତା ସଂଗ୍ରାମୀ ତଥା ପ୍ରାକ୍ତନ ଉପବାଚସ୍ପତି ଯଦୁମଣି ମଙ୍ଗରାଜଙ୍କ ଏକ ବ୍ରୋଞ୍ଜ ପ୍ରତିମୂର୍ତ୍ତି କେନ୍ଦ୍ରାପଡ଼ା ସହରର ତିନିମୁହାଣୀ ଛକରେ କେନ୍ଦ୍ରାପଡ଼ା ପୌରପରିଷଦ ପକ୍ଷରୁ ନିର୍ମାଣ କରାଯାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟନାୟକ, ପ୍ରାକ୍ତନମନ୍ତ୍ରୀ କାହ୍ନୁଚରଣ ଲେଙ୍କା, ପ୍ରାକ୍ତନ ସାଂସଦ ଜୟନ୍ତୀ ପଟନାୟକଙ୍କ ଦ୍ୱାରା ୧୯୮୭ ମସିହାରେ ଉଦ୍ଘାଟିତ କରାଯାଇଥିଲା। ସେହିଦିନ ଠାରୁ ଜିଲ୍ଲା କ୍ଷତ୍ରିୟ ଖଣ୍ଡାୟତ ମହାସଂଘ ଓ ସହରର ବୁଦ୍ଧିଜିବୀ, ରାଜନୈତିକ ବ୍ୟକ୍ତିବିଶେଷ, ବିଭିନ୍ନ ସାମାଜିକ ସଂଗଠନ ପ୍ରତିବର୍ଷ ତାଙ୍କର ଜୟନ୍ତୀ ଓ ଶ୍ରାଦ୍ଧଦିବସକୁ ପାଳନ କରିଆସୁଥିଲେ। କିନ୍ତୁ ଦୁଖ ଓ ପରିତାପର ବିଷୟ ତିନିମୁହାଣୀ ଛକର ପ୍ରଶସ୍ତି କରଣ ପାଇଁ ସ୍ୱର୍ଗତ ମଙ୍ଗରାଜଙ୍କ ପ୍ରତିମୂର୍ତ୍ତିର୍କୁ ରାସ୍ତା ର୍ପ୍ରସସ୍ତିକରଣ କରିବା ବାହାନାରେ ଅତ୍ୟନ୍ତ କଦର୍ଯ୍ୟ ଭାବରେ ଏକ ଅଖା ବସ୍ତାରେ ଭର୍ତ୍ତିକରି ପରିତ୍ୟକ୍ତ ସ୍ଥାନରେ ଫୋପାଡି ଦିଆଯାଇଅଛି। ଏ ସଂପର୍କରେ ଖବର ହସ୍ତଗତ ହେବାପରେ ଜିଲ୍ଲାର ବୁଦ୍ଧିଜିବି, ମାନ୍ୟଗନ୍ୟ ବ୍ୟକ୍ତି, ବିଭିନ୍ନ ସାମାଜିକ ସଂଗଠନର କର୍ମକର୍ତ୍ତା ବିଶେଷ ଉଦବେଗ ପ୍ରକାଶ କରିବା ସହିତ ଏହି କାର୍ଯ୍ୟ ର ଘୋର ନିନ୍ଦା କରିଥିଲେ। ଜିଲ୍ଲା କ୍ଷତ୍ରିୟ ଖଣ୍ଡାୟତ ମହାସଂଘ ପକ୍ଷରୁ ସଭାପତି ଶରତ କୁମାର ବେହୁରା ଙ୍କ ନେତୃତ୍ୱରେ ଗୋଲେଖ ଚନ୍ଦ୍ର ପଢିଆରୀ, ଡକ୍ଟର ଚୈତନ୍ୟ ଚରଣ ପରିଡ଼ା, ସୁଶିଲ କୁମାର ସାମଲ, ଗୋଲେଖ ଚନ୍ଦ୍ର ପରିଡ଼ା, ତରୁଣ ରଞ୍ଜନ ପ୍ରଧାନ, ମାନସ କୁମାର ରାଉତରାୟ ପ୍ରମୁଖ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ ପୂର୍ବକ ଉକ୍ତ ପ୍ରତିମୂର୍ତ୍ତି କୁ ପୁନଃ ଉପଯୁକ୍ତ ସ୍ଥାନରେ ସ୍ଥାପନ କରି ପୂଜ୍ୟ ପୂଜାର ପରମ୍ପରାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଅନୁରୋଧ କରିଥିଲେ।


Next Post

ବୈଠକ ଓ ଭାଷଣ ବାଜୀରେ ଚାଲିଛି ପୌରପାଳିକା , ପୌରାଂଚଳବସୀ ମୌଳିକ ସୁବିଧାରୁ ବଂଚିତ

Fri Apr 10 , 2026
  ପଟ୍ଟାମୁଣ୍ଡାଇ ୯/୪ – ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ ପରିମଳ ଓ ବର୍ଯ୍ୟବସ୍ତୁ ପରିଚାଳନା,ଭିତିିଭୂମି ବିକାଶ ଓ ଜନସ୍ୱାସ୍ଥ୍ୟ ନେଇ ବିଭିନ୍ନ ସମୟରେ ବୈଠକ ହେଉଛି । ବୈଠକରେ ଜନକଲ୍ୟାଣ ଯୋଜନା ଓ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଲମ୍ବା ଲମ୍ବା ଭାଷଣ ଦିଆଯାଉଛି । ବିଭିନ୍ନ ଗଣମାଧ୍ୟମରେ ଏନେଇ ଖବର ପ୍ରଶାରଣ ହେଉଛି । ହେଲେ ସହରର ବିକାଶମୂଳକ କାର୍ଯ୍ୟ, ପରିମଳ ବ୍ୟବସ୍ଥା, ରାସ୍ତାଘାଟ, ପାନୀୟ ଜଳ ଯୋଗାଣ, […]