ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ୨୧ରେ ସାମୁହିକ ଗଣବିବାହ



କେନ୍ଦ୍ରାପଡ଼ା,୧୦ା୪:ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅଧିନରେ ଆସନ୍ତା୨୧ ତାରିଖରେ କେନ୍ଦ୍ରାପଡ଼ା ମହାବିଦ୍ୟାଳୟ ଖେଳ ପଡିଆରେ ସାମୁହିକ ଗଣ ବିବାହ ଆୟୋଜିତ ହେବ। ଏହି ଗଣ ବିବାହରେ ମୋଟ ୬୦ଟି ଦମ୍ପତି ଅଂଶଗ୍ରହଣ କରିବେ। ଏହି କାର୍ଯ୍ୟକ୍ରମକୁ ସୁଚାରୁ ଓ ସଫଳତାର ସହ ଆୟୋଜନ କରିବା ପାଇଁ ସ୍ଥାନୀୟ ଓସ୍ୱାନ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିବାହ ମଣ୍ଡପ ବ୍ୟବସ୍ଥା, ପାଣିଯୋଗାଣ, ବିଦ୍ୟୁତ ସୁବିଧା, ସ୍ୱାସ୍ଥ୍ୟ ସେବା, ସୁରକ୍ଷା ବ୍ୟବସ୍ଥା ଓ ଅନ୍ୟାନ୍ୟ ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ବୈଠକରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁଷମା ମହାନ୍ତି, ଡିଏସପି (ଡିଆଇବି) ଲକ୍ଷ୍ମୀ ନାରାୟଣ ତିୱାରୀ, ସହକାରୀ ଅଗ୍ନିଶମ ଅଧିକାରୀ ପ୍ରଶାନ୍ତ କୁମାର ମହାପାତ୍ରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ତତ୍‌ସମ୍ବନ୍ଧିତ ଏଜେନ୍ସୀମାନେ ଉପସ୍ଥିତ ଥିଲେ।


Next Post

ବସପୁର ପଞ୍ଚାୟତରେ ବରିଷ୍ଠ ନାଗରିକ ମାନଙ୍କ କର୍ମକର୍ତ୍ତା ନିର୍ବାଚନ

Sun Apr 12 , 2026
କେନ୍ଦ୍ରାପଡ଼ା,୧୨/୪: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବସପୁର ପଞ୍ଚାୟତ ବରିଷ୍ଠ ନାଗରିକ ମାନଙ୍କର ତୃତୀୟ ପର୍ଯ୍ୟାୟ ବୈଠକ ଆରିପଦାସ୍ଥିତ ସାହାରା ସୁନ୍ଦରୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଅଧିବେଶନରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସନାତନ ଦାସ ସଭାପତିତ୍ୱ କରିଥିଲେ । ଉକ୍ତ ଅଧିବେଶନରେ ୨୬ଜଣ ସଦସ୍ୟ ଉପସ୍ଥିତ ଥିଲେ । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶିକ୍ଷାବିତ୍ ଏହି ସଭାରେ ସଂଯୋଜକ ଭାବେ ଯୋଗଦାନ କରି ସଭାର ଲକ୍ଷ୍ୟ ଓ […]