ପଟ୍ଟାମୁଣ୍ଡାଇ କଲେଜରେ କୌଶଳ ବିକାଶ କାର୍ଯ୍ୟକ୍ରମ


ଉତ୍କଳ ବିଶ୍ୱ ବିଦ୍ୟାଳୟ କୌଶଳ ବିକାଶ କେନ୍ଦ୍ର ଓ ପଟ୍ଟାମୁଣ୍ଡାଇ କଲେଜ ଆକ୍‌୍ୟୁଏସି ପଦାର୍ଥବିଜ୍ଞାନ, ରାଜନୀତିବିଜ୍ଞାନ ଓ ବାଣିଜ୍ୟ ବିଭାଗ ମିଳିତ ସହଯୋଗରେ କଲେଜ ପରିସରରେ ଏକ କୌଶଳ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ କଲେଜ ଅଧକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଉତ୍କଳ ବିଶ୍ୱବିଦ୍ୟାଳୟ କୌଶଳ ବିକାଶ କେନ୍ଦ୍ର ନିର୍ଦେଶକ ପ୍ରଫେସର ଅବିଦ ଅଲ୍ଲୀ ଖାନ ମୁଖ୍ୟଅତିଥି ଓ ରିସର୍ଚ୍ଚ ଆସୋସିଏଟ ଡ଼ ଏଲ ଡାକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଛାତ୍ର ଛାତ୍ରୀମାନଙ୍କୁ ବିଭିନ୍ନ କୌଶଳ ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାଧ୍ୟାପକ ଡ଼ ରମେଶ କୁମାର ସାହୁ ଓ ସର୍ବେଶ୍ୱର ସାହୁ ଏବଂ ଅଧ୍ୟାପକ ରଞ୍ଜନ ବେହେରା ଅନ୍ୟତମ ସମ୍ମାନିତଅତିଥି ଭାବେ ଯୋଗ ଦେଇଥିଲେ । ଆକ୍‌ଯୁଏସି ସଂଯୋଜକ ପ୍ରାଧ୍ୟାପକ ଡ଼ ସୁନୀଲ ପ୍ରଧାନ ସ୍ୱାଗତଭାଷଣ ଓ ଅତିଥିପରିଚୟ ପ୍ରଦାନ କରିଥିଲେ । ଅଧ୍ୟାପିକା ଶୁଭଶ୍ରୀ ପୋଥାଳ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ କ୍ୟାପଟେନ ମନୋଜ ପରିଡା, ପ୍ରାଧ୍ୟାପକ ଫକୀର ପ୍ରଧାନ, ଅଧ୍ୟାପକ ଡ଼ ମାନସ ନାୟକ,ଡ଼ ନିବେଦିତା ପ୍ରଧାନ,ସୀମାଙ୍ଗିନୀ ଦାସ ପରିଚାଳନା କରିଥିବାବେଳେ ଅଧ୍ୟାପକ ଜିତେନ୍ଦ୍ର ମଲ୍ଲିକ, ସରୋଜ ନାୟକ, ଅମିତ କୁମାର ସାହୁ ଓ ମନୋଜ ଦାସ ପରିଚାଳନାରେ ସହଯୋଗ କରିଥିଲେ ।