ଜିଲ୍ଲା କ୍ଷତ୍ରିୟ ଖଣ୍ଡାୟତ ମହାସଙ୍ଘର ବାହୁଡା ପାଇଁ ପ୍ରସ୍ତୁତି ବୈଠକ



କେନ୍ଦ୍ରାପଡ଼ା,୫ା୭:କେନ୍ଦ୍ରାପଡ଼ା ଜିଲ୍ଲା କ୍ଷତ୍ରିୟ ଖଣ୍ଡାୟତ ମହାସଂଘ ପକ୍ଷରୁ ପବିତ୍ର ବାହୁଡା ଯାତ୍ରା ଉପଲକ୍ଷେ ଆଗନ୍ତୁକ ଭକ୍ତମାନଙ୍କ ସେବା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା କ୍ଷତ୍ରିୟ ଖଣ୍ଡାୟତ ମହାସଂଘ ସଭାପତି ଶରତ କୁମାର ବେହୁରାଙ୍କ ସଭାପତିତ୍ୱରେ ରିଭରଭୀୟୁ ସମିଳନୀ କକ୍ଷରେ ଏହି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆସନ୍ତା ତା ୨୫. ୭. ୨୦୨୬ ରିଖର ପବିତ୍ର ବାହୁଡା ଯାତ୍ରା ଉପଲକ୍ଷେ ଶ୍ରୀ ଶ୍ରୀବଳଦେବଜୀଉ ମହାପ୍ରଭୁଙ୍କ ରଥଦାଣ୍ଡରେ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ପ୍ରସାଦ ବିତରଣ ନିମନ୍ତେ ସ୍ଥିର କରାଗଲା। ନିଦ୍ଦିିଷ୍ଟ ଦିନ ଏବଂ ନିଦ୍ଦିଷ୍ଟ ସମୟରେ ସମସ୍ତ ସଦସ୍ୟ/ ସଦସ୍ୟା ଉପସ୍ଥିତ ରହି ପ୍ରଭୁଙ୍କର ସେବା କାର୍ଯ୍ୟରେ ନିୟୋଜିତ ହୋଇ ମହାପ୍ରଭୁଙ୍କ ଅପାର କରୁଣା ଲାଭ କରିବେ। ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜେନ୍ଦ୍ର କୁମାର ରାଉତରାୟ, ଗୋଲେଖ ଚନ୍ଦ୍ର ପଢିଆରୀ, ତରୁଣ ରଞ୍ଜନ ପ୍ରଧାନ, ଚନ୍ଦନ ପରିଡ଼ା, ନିର୍ମଳ ଚନ୍ଦ୍ର ଜେନା, ଭାଗିରଥି ଜେନା, ଗୋଲେଖ ଚନ୍ଦ୍ର ପରିଡ଼ା, ବୃନ୍ଦାବନ ସ୍ୱାଇଁ,ବିରେନ୍ ରାୟ, ସୁଶିଲ କୁମାର ସାମଲ, ଡକ୍ଟର ଚୈତନ୍ୟ ଚରଣ ପରିଡ଼ା, ଧନେଶ୍ୱର ରାଉତ, ସୁଧାଶୁଂ ବେହୁରା, ସୁକାନ୍ତ ରାଉତ, ନିରଞ୍ଜନ ମଳିକ, ହୃଷିକେଶ ବେହେରା, ରଞ୍ଜନ ନାୟକ, ମାନସ ରାଉତରାୟ, ସଂଗ୍ରାମ ଜେନା, ଶାନ୍ତି ଭୂୟାଁ, ତ୍ରିଲୋଚନ ରାଉତ, ସରୋଜ ପରିଡ଼ା, ପୀତବାସ ବେହେରା, ରଶ୍ମି ରଜଂନ ରାଉତ, ସିଦ୍ଧାର୍ଥ ଜେନା, ବିଭାସ ଭୂୟାଁ, ଚିତରଞ୍ଜନ ବଳ ପ୍ରମୁଖ ଉପସ୍ଥିତ ଥିଲେ।


Be the first to comment

Leave a Reply

Your email address will not be published.