ପଟ୍ଟାମୁଣ୍ଡାଇ ଓକିଲ ସଂଘ ପକ୍ଷରୁ ଜିଲ୍ଲା ଜଜଙ୍କୁ ସମ୍ବର୍ଦ୍ଧନା



ପଟ୍ଟାମୁଣ୍ଡାଇ ତା ୧୦/୭- କେନ୍ଦ୍ରାପଡ଼ା ଜିଲ୍ଲାର ନବ ନିଯୁକ୍ତ ଜିଲ୍ଲା ଜଜ୍ ମାନ୍ୟବର ଦୀପକ କୁମାର ଆଜି ପଟ୍ଟାମୁଣ୍ଡାଇ କୋର୍ଟ ପରିଦର୍ଶନରେ ଆସିଥିଲେ। ମାନ୍ୟବର ଜିଲ୍ଲା ଜଜ କୋର୍ଟ ପରିଦର୍ଶନ କରି ସମସ୍ତ ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେI ପଟ୍ଟାମୁଣ୍ଡାଇ ଓକିଲ ସଂଘର ନିମନ୍ତ୍ରଣ କ୍ରମେ ଜିଲ୍ଲା ଜଜ ଓକିଲ ସଂଘ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ I ପଟ୍ଟାମୁଣ୍ଡାଇ ଓକିଲ ସଂଘ ପକ୍ଷରୁ ସଭାପତି ସୂର୍ଯ୍ୟରଞ୍ଜନ ରାଉଳ ଉପସଭପତି ଗୋପୀନାଥ ତ୍ରିପାଠୀ, ସମ୍ପାଦକ ରବିନ୍ଦ୍ର କୁମାର ଦାଶ, ଯୁଗ୍ମ ସମ୍ପାଦକ ସମ୍ପାଦକ କୁମାର ସତ୍ୟନାରାୟଣ ନାୟକ କୋଷାଧକ୍ଷ ଗୀତାଞ୍ଜଳି ପୃଷ୍ଟି ଓ ପାଠାଗାର ସମ୍ପାଦିକା ସିନା ରାଣୀ ଓଝା ପ୍ରମୁଖ ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ଦେଇ ମାନ୍ୟବର ଜିଲ୍ଲା ଜଜ୍ ଙ୍କୁ ବିପୁଳ ସମ୍ୱର୍ଦ୍ଧନା ପ୍ରଦାନ କରିଥିଲେ। ଏଥିରେ ଓକିଲ ସଂଘ ପ୍ରତିଷ୍ଠାତା ସଭାପତି ଅନନ୍ତ ଚନ୍ଦ୍ର ଦାଶ, ସଂପାଦକ ଭୀମସେନ ପ୍ରଧାନ ଓକିଲ ସଂଘ ପକ୍ଷରୁ ସ୍ଵାଗତ ଅଭିଭାଷଣ ଦେଇଥିଲେI ଓକିଲ ସଂଘ ଉପସଭାପତି ଗୋପୀନାଥ ଆଡ଼ଭୋକେଟ ବିଦ୍ୟାଭୂଷଣ ଦାଶ ଓ ହୃଦାନନ୍ଦ ମହାନ୍ତି ବିଭିନ୍ନ ସମସ୍ୟା ସମ୍ପର୍କରେ ମାନ୍ୟବର ଜିଲ୍ଲା ଜଜଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମାନ୍ୟବର ଜିଲ୍ଲା ଜଜ୍ ବିଭିନ୍ନ ସମସ୍ୟାକୁ ଗୁରୁତ୍ବର ସହିତ ଗ୍ରହଣ କରିବା ସଙ୍ଗେ ସଙ୍ଗେ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦେଇଥିଲେ ।


Be the first to comment

Leave a Reply

Your email address will not be published.