
ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ପକ୍ଷରୁ ସଚେତନତା ଶିବିର

ପଟ୍ଟାମୁଣ୍ଡାଇ ୨୧/୭ – ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ପକ୍ଷରୁ ସ୍ଥାନୀୟ କୋର୍ଟ ପରିସରରେ ମଙ୍ଗଳବାର କାର୍ଯ୍ୟକ୍ଷେତ୍ରରେ ମହିଳାମାନଙ୍କ ପ୍ରତି ହେଉଥିବା ବିଭିନ୍ନ ପ୍ରକାରର ଯୌନ ଆକ୍ରୋଶ ଓ ନିର୍ଯାତନା ରୋକିବା ନେଇ ଏକ ବିଶେଷ ଆଇନଗତ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ କାର୍ଯ୍ୟକ୍ଷେତ୍ରରେ ମହିଳାମାନେ ସମ୍ମୁଖୀନ ହେଉଥିବା ମାନସିକ ଓ ଶାରୀରିକ ନିର୍ଯାତନା, ଅବାଞ୍ଛିତ ବ୍ୟବହାର ଏବଂ କର୍ମସଂସ୍ଥାନରେ ଏକ ସୁରକ୍ଷିତ ପରିବେଶ ସୃଷ୍ଟି କରିବା ଉପରେ ଦୀର୍ଘ ଆଲୋଚନା କରାଯାଇଥିଲା।
ପଟ୍ଟାମୁଣ୍ଡାଇ ତାଲୁକ୍ ସେବା ସମିତି ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲାଜଜ ବିଦ୍ୟାଧର ପୃଷ୍ଟି ଯୋଗଦେଇ କହିଥିଲେ ପ୍ରତ୍ୟେକ କର୍ମଜୀବୀ ମହିଳାଙ୍କର କାର୍ଯ୍ୟକ୍ଷେତ୍ରରେ ସମ୍ମାନର ସହ କାମ କରିବାର ଅଧିକାର ରହିଛି। ଏହି ସନ୍ଦର୍ଭରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଐତିହାସିକ ମୋକଦ୍ଦମାର ସ୍ଥିରୀକୃତ ସିଦ୍ଧାନ୍ତ ଏବଂ ପୋଶ୍ ଆକ୍ଟ ୨୦୧୩ର ଆଇନଗତ ପ୍ରାବଧାନ ବିଷୟରେ ସମ୍ପୂର୍ଣ୍ଣ ଆଲୋକପାତ କରାଇଥିଲେ। ସିନିୟର୍ ସିଭିଲ୍ ଜଜ୍ ଅପ୍ରୁବା ଚୌଧୁରୀ ଯୋଗ ଦେଇ ପୋଶ୍ ଆଇନ ଉପରେ ଆଲୋଚନା କରି କହିଥିଲେ ସୁପ୍ରିମ କୋର୍ଟଙ୍କ ନିର୍ଦେଶ ଅନୁଯାଇ ପ୍ରତ୍ୟେକ ସରକାରୀ ଓ ବେସରକାରୀ ସଂସ୍ଥାରେ ଇଂଟରନାଲ କମ୍ପେ୍ଲନ କମିଟି ଗଠନ ବାଧ୍ୟତାମୂଳକ। ୧୦ କିମ୍ବା ତା’ଠାରୁ ଅଧିକ କର୍ମଚାରୀ ଥିବା ପ୍ରତ୍ୟେକ ସଂସ୍ଥାରେ ଆଇ.ସି ଗଠନ କରି ମହିଳା ମାନଙ୍କୁ ସୁରକ୍ଷା ଦେବା ଉପରେ ଆଲୋକପାତ କରାଇଥିଲା । ଅତିରିକ୍ତ ସିଭିଲ ବିଚାରପତି ଜେଏମଏଫସି ଡ଼ି.କେ ବାଲକ୍ରିଷ୍ଣନ ଯୋଗ ଦେଇ ସର୍ବୋଚ୍ଚ ନ୍ୟାୟାଳୟଙ୍କର ପୋଶ୍ ସଂକ୍ରାନ୍ତୀୟ ବିଭିନ୍ନ ମୋକଦ୍ଦମାର ସ୍ଥିରୀକୃତ ହୋଇଥିବା ସିଦ୍ଧାନ୍ତ ଉପରେ ଆଲୋକପାତ କରିଥିଲେ । ପଟ୍ଟାମୁଣ୍ଡାଇ ସିଭିଲ କୋର୍ଟରେ ଇଂଟରନାଲ କମ୍ପେନ୍ କମିଟି ଗଠିତ ହୋଇସାରିଛି । ପ୍ରତ୍ୟେକ ସରକାରୀ ଓ ବେସରକାରୀ ସଂସ୍ଥା, ବିଦ୍ୟାଳୟ, ମହାବିଦ୍ୟାଳୟ, ବିଇଓ ଅଫିସ, ତହସିଲ ଅଫିସ ବ୍ଲକ ଅଫିସ, ବ୍ୟାଙ୍କ ସବୁଠାରେ ସୁପ୍ରିମ କୋର୍ଟଙ୍କ ନିର୍ଦେଶରେ ଆଇସି ଗଠନ କରିବା ନୀୟମ । ଯେଉଁ ସଂସ୍ଥା କମିଟି ଗଠନ ନ କରିବେ ପ୍ରଥମେ ୫୦ ହଜାର ୧ ଲକ୍ଷ ଅର୍ଥ ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିବ ବୋଲି ଆଲୋଚନା ହୋଇଥିଲା ।ପଟ୍ଟାମୁଣ୍ଡାଇ ସିଭିଲ କୋର୍ଟର ସିଭିଲ୍ ବିଚାରପତି ତଥା ଜେଏମଏଫ୍ସି. ବିଦ୍ୟୁତଲତା ପ୍ରଧାନ ଯୋଗ ଦେଇ ଯଦି କର୍ମ କ୍ଷେତ୍ରରେ ମହିଳା ମାନଙ୍କ ପ୍ରତି କିଛି ଘଟଣା ଘଟେ ତେବେ ପୀଡ଼ିତା ଘଟଣାର ୩ ମାସ ମଧ୍ୟରେ ଅଭିଯୋଗ କରିପାରିବେ।ଯେଉଁଠାରେ ଆଇସି ନାହିଁ କିମ୍ବା ଅସଂଗଠିତ କ୍ଷେତ୍ରରେ କାମ କରାଯାଉଛି,ତେବେ ପିଟିତା ଲୋକାଲ କମିଟି ନିକଟରେ ଅଭିଯୋଗ କରାଯାଇପାରିବ।ତଦନ୍ତ ସମୟରେ ପୀଡ଼ିତାଙ୍କ ସୁରକ୍ଷା ପାଇଁ କାର୍ଯ୍ୟସ୍ଥଳ ପରିବର୍ତନ ସହ ଛୁଟି କିମ୍ବା ଅନ୍ୟାନ୍ୟ ଅନ୍ତର୍ବର୍ତୀ ସହାୟତାର ବ୍ୟବସ୍ଥା ରହିଛିବୋଲି କହିଥିଲେ ।ଏହି ଶିବିରରେ ପଟ୍ଟାମୁଣ୍ଡାଇ ସିଭିଲ କୋର୍ଟର କର୍ମକର୍ତା ପଟ୍ଟାମୁଣ୍ଡାଇ ବାର ଆଶୋସିଏସନର ରିଟେନର ଗୀତାଞ୍ଜଳି ପୃଷ୍ଟି ଅତିଥି ପରିଚୟ ପ୍ରଦାନ କରିଥିଲେ । ସରକାରୀ ଓକିଲ ଧୀରେନ୍ଦ୍ରନାଥ ସାହୁ, ଓକିଲ ହୃଦାନନ୍ଦ ମହାନ୍ତି, ପ୍ରଫୁଲ୍ଲ ଦାଶ, ଲିଗାଲ ଏଡ଼ର ଅପର୍ଣା ସାମଲ, ମୋହନ ଦାଶ, ଅରବିନ୍ଦ ପଣ୍ଡା ସିଏସ.ଆଇ ଓ କୋର୍ଟର ସମସ୍ତ କର୍ମକର୍ତା ଉପସ୍ଥିତ ରହିଥିଲୋ

Leave a Reply