ରଥଦାଣ୍ଡରେ ଯୁବ କଂଗ୍ରେସର ସେବା କାର୍ଯ୍ୟକ୍ରମ



କେନ୍ଦ୍ରାପଡା ୨୪/୭ : କେନ୍ଦ୍ରାପଡା-ପବିତ୍ର ବାହୁଡା ଯାତ୍ରା ଅବସରରେ କେନ୍ଦ୍ରାପଡା ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଶ୍ରୀ ବଳ ଦେବଜୀୟୁଙ୍କ ବଡ ଦାଣ୍ଡରେ ବାହୁଡା ଯାତ୍ରାରେ ଯୋଗ ଦେବାକୁ ଆସିଥିବା ଭକ୍ତ ମାନଙ୍କର ସେବା ପାଇଁ ପ୍ରସାଦ ଓ ଦହିପାଣି ବଣ୍ଟନ କରାଯାଇଥିଲା। ଏଥି ନିମନ୍ତେ ରଥଦାଣ୍ଡରେ ଯୁବ କଂଗ୍ରେସ ପକ୍ଷରୁ ଏକ ଷ୍ଟଲ ଖୋଲାଯାଇ ସେବାକାର୍ଯ୍ୟକ୍ରମ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଲକ୍ଷ୍ମୀପ୍ରିୟା ନାୟକ ଆନୁଷ୍ଟାନିକ ଭାବେ ଅରାହ୍ନ ଦୁଇ ଘ ଟିକାରେ ଉଦ୍‌ଘାଟନ କରିଥିଲେ। ଯୁବ କଂଗ୍ରେସର ଏଭଳି ସେବା କାର୍ଯ୍ୟକ୍ରମକୁ ଭକ୍ତମାନେ ଭୂୟସୀ ପ୍ରସଂଶା କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକ ଓ ମୁନିସ୍‌ପାଲଟିର ଶତାଧିକ ଯୁବକ ଯୋଗ ଦେଇ ଶ୍ରୀ ବଳଦେବ ଜୀୟୁଙ୍କ ବାହୁଡା ଯାତ୍ରାର ସେବାରେ ନିଜକୁ ସମର୍ପିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଯୁବନେତା ସ୍ୱାଗତ ପ୍ରଧାନ, ରତ୍ନାକର, ଆଦିତ୍ୟ, ସୁଶିଲ, ଆଶୁତୋଷ ପୃଷ୍ଟି, ଶ୍ରୀଧର, ଜୀବନ ଜ୍ୟୋତିଙ୍କ ସହଯୋଗରେ କାର୍ଯ୍ୟକ୍ରମରେ ବରିଷ୍ଟ କଂଗ୍ରେସ କର୍ମୀ ଦିଲ୍ଲୀପ ପ୍ରଧାନ, ପ୍ରଫୁଲ୍ଲ ଦାସ, ସସ୍ମିତା ପଣ୍ଡା, ରବିନାରାୟାଣ ବେହେରା, ସନ୍ତୋଷ ବେହେରା, ଭାଗିରଥୀ ଜେନା, ବେଣୁଧର ସାହୁ, ପ୍ରଭାତ ରାଉତ, ପ୍ରଦୀପ ପାତ୍ର ପହଞ୍ଚି ସମସ୍ତ ଯୁବକ କଂଗ୍ରେସର କର୍ମକତାମାନଙ୍କୁ ସାଧୁବାଦ ଜଣାଇଥିଲେ ।


Be the first to comment

Leave a Reply

Your email address will not be published.