ଆଇନ ମହାବିଦ୍ୟାଳୟ ଦ୍ୱାରା ପ୍ରାଥମିକ ଆଇନ ସହାୟତା ପରାମର୍ଶ କେନ୍ଦ୍ର ଉଦ୍ଘାଟିତ



କେନ୍ଦ୍ରାପଡା ୨୭/୭ : କେନ୍ଦ୍ରାପଡାର ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟର ଆଇନ ସହାୟତା କେନ୍ଦ୍ର ଦ୍ୱାରା ଗୁହାଳସିଙ୍ଘ ପଞ୍ଚାୟତ କାର୍ଯ୍ୟାଳୟରେ ଏକ ନିଃଶ୍ଲୁକ ପ୍ରାଥମିକ ଆଇନ ସହାୟତା ପରାମର୍ଶ କେନ୍ଦ୍ର ଉଦ୍ଘାଟନ ଉତ୍ସବ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟର ମୁଖ୍ୟ ଅତିଥି କୁଳପତି ପ୍ରଫେସର ଡ. ଶିବରାମ ତ୍ରିପାଠୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ନିଃଶୁକ ପ୍ରାଥମିକ ଆଇନ ସହାୟତା ପରାମର୍ଶ କେନ୍ଦ୍ରର ଫଳକ ଅନାବରଣ କରିବା ସହିତ ସଭା ଉଦ୍ଘାଟନ କରିଥିଲେ। ଶ୍ରୀ ତ୍ରିପାଠୀ ନିଃଶୁକ ଆଇନ ସହାୟତାର ତୃଣମୂଳ ସ୍ଥଳରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଧ୍ୟାପକ ମାନଙ୍କ ଗୁରୁତ୍ୱ ପୂର୍ଣ ଭୂମିକା ସମାଜ ପାଇଁ ଅତ୍ୟନ୍ତ ପ୍ରୟୋଜନର ବାର୍ତ୍ତା ରଖିଥିଲେ। ନାରୀଶକ୍ତିର ଉଥାନ ସମଗ୍ର ସମାଜର ହିତ ସାଧନ ନିମନ୍ତେ ଅପରିହାର୍ଜ୍ୟ। ଉକ୍ତ ମଞ୍ଚରେ ଅନ୍ୟତମ ସମ୍ମାନୀୟ ଅତିଥି ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ସନ୍ତୋଷ କୁମାର ମହାପାତ୍ର ନ୍ୟାୟ ପ୍ରଦାନର ବିଭିନ୍ନ ଦିଗ ଉପରେ ଆଲୋକପ୍ରାତ କରିଥିଲେ ଓ ଶ୍ରୋତାବୃନ୍ଦଙ୍କୁ ପ୍ରତ୍ୟକ୍ଷ ଭାବେ ନିଃଶୁକ ଆଇନ ସେବାର ସତ୍ୟ ପୂର୍ବକ କାର୍ଯ୍ୟକାରିତା ସମ୍ପର୍କରେ ଅବଗତ କରାଇଥିଲେ। ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟର ପରିଚାଳନା ସମିତିର ସଭାପତି ସୁଜିତ କୁମାର ମହାନ୍ତି ସଭାପତିତ୍ୱ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ରବୀନ୍ଦ୍ର କୁମାର ବଳ ସ୍ୱାଗତ ଅଭିଭାଷାଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ବରିଷ୍ଟ ଅଧ୍ୟାପକ ଡଃ ଚିରଞ୍ଜିବୀ ପଣ୍ଡା ମହାବିଦ୍ୟାଳୟ ଦ୍ୱାରା ପୋଷ୍ୟ ପଞ୍ଚାୟତ ଡେରାବିଶ ଅଞ୍ଚଳର ଗୁହାଳସିଙ୍ଘ ଗ୍ରାମରେ ନିଶୁକ ଆଇନ ପରାମର୍ଶ କେନ୍ଦ୍ରର କାର୍ଯ୍ୟ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ। ଗୁଆଲସିଙ୍ଘ ପଞ୍ଚାୟତର ସରପଞ୍ଚ ମଧୁସ୍ମିତା ଦାସ ଏହା ଏକ ସ୍ୱାଗତ ଯୋଗ୍ୟ କାର୍ଯ୍ୟ, ଏହି ପଦକ୍ଷେପ ପଞ୍ଚାୟତବାସୀଙ୍କୁ ସୁଫଳ ଉପଲବ୍ଧ କରାଇବ ବୋଲି ମତବ୍ୟକ୍ତ କରିଥିଲେ। ପୂର୍ବତନ ଛାତ୍ର ଆକାଶ ଚନ୍ଦ୍ର ନାୟକ ମଞ୍ଚ ପରିଚାଳନା କରିଥିଲେ। ମହାବିଦ୍ୟାଳୟର ଉପାଧ୍ୟକ୍ଷ କଳିଙ୍ଗ କେଶରୀ ବେହେରା ମଞ୍ଚାସୀନ ଅତିଥି ଶ୍ରୋତାବୃନ୍ଦ, ସମସ୍ତ କର୍ମଚାରୀ, ସାମ୍ବାଦିକ ଓ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।


Be the first to comment

Leave a Reply

Your email address will not be published.