ପଟ୍ଟାମୁଣ୍ଡାଇ ବନ୍ୟା ପରେ ସ୍ଥିତି ସଂଗୀନ, ରିଲିଫ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ,ସିଂହଗାଁ ସମେତ ବହୁ ଗାଁ ବାହ୍ୟଜଗତରୁ ବିଛିନ୍ନ , ବନ୍ୟାଞ୍ଚଳରେ ବିଧାୟକ ଓ ଜିଲ୍ଲାପାଳ



ପଟ୍ଟାମୁଣ୍ଡାଇ ତା ୧/୮-ବ୍ରାହ୍ମଣୀ ବନ୍ୟାରେ ପଟ୍ଟାମୁଣ୍ଡାଇ ବ୍ଲକର ୧୪ଟି ପଂଚାୟତ ଓ ପୌରାଞ୍ଚଳ ର ୧୧ ଟି ୱାର୍ଡ ବିଶେଷ ଭାବେ କ୍ଷତିଗସ୍ତ ହେବା ସହିତ ପ୍ରାୟ ୬୫ହଜାର ଲୋକ ବିପନ୍ନ ହୋଇଛନ୍ତି । ବନ୍ୟା କମିଛି ସତ ମାତ୍ର ବିପନ୍ନଙ୍କ ଦୁର୍ଦଶା ବଢ଼ି ବଢ଼ି ଚାଲିଛି ।  ବନ୍ୟା ଯୋଗୁଁ ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଞ୍ଚଳରେ ବ୍ୟାପକ ଫସଲ ହାନି ଘଟିବା ସାଙ୍ଗକୁ ରାସ୍ତା ଘାଟ ଧୋଇ ଯାଇ ଯୋଗାଯୋଗ ବାଧା ପ୍ରାପ୍ତ ହୋଇଛି । ବିଭିନ୍ନ ସ୍କୁଲ କଲେଜ ପାଣି ପଶି ଯିବା ଫଳରେ ଶିକ୍ଷାଦାନ ଠପ ହୋଇଛି । ବହୁ କଚା ଘରେ ପାଣି ପଶି ଯାଇ ଶହ ଶହ ଘର ଭାଙ୍ଗି ଛି ।ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳ ରେ ପାନୀୟଜଳ ଓ ଗୋ ଖାଦ୍ୟ ଅଭାବ ଦେଖାଦେଇଛି । ଅଣ୍ଢରା ଅଳପୁଆ, ତୁଳସୀଡିଆ ଆଦି ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରେ ପାଣି ପଶି ସ୍ୱାସ୍ଥ୍ୟସେବା ବ୍ୟାହତ ହୋଇଛି । ଏବେବି ସିଂହଗାଁ ସମେତ ବହୁ ଗାଁ ବାହ୍ୟଜଗତରୁ ବିଛିନ୍ନ ରହିଛି । ଆଜି ପୂର୍ବାହ୍ନରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର ଆୟାର ତହସିଲଦାର ପଞ୍ଚାନନ ନାୟକ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ବି ଡି ଓ ଶୀତଲ ଅଗ୍ରୱାଲ, ଗମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ସହକାରୀ ଯନ୍ତ୍ରୀ ଶିୱାନୀ ଶଙ୍କର ଦାଶ ବ୍ଲକ ସହକାରୀ ଯନ୍ତ୍ରୀ ପ୍ରସନ୍ନ ରାଉତ ଜିଲ୍ଲା ପରିଷଦ ସଦସ୍ୟ ପ୍ରିୟ ଦର୍ଶନୀ ତରାଇ ସରପଞ୍ଚ ପଦ୍ମିନୀ ବେହେରା ଅନ୍ନପୂର୍ଣ୍ଣା ସେଠୀ ଦେବବ୍ରତ ନାୟକ ସମିତି ସଭ୍ୟ ଶଶାଙ୍କ ଶେଖର ବିଶ୍ୱାଳ ରାମ ଚନ୍ଦ୍ର ସେଠୀ ନିରଞ୍ଜନ ବାରିକ ଅନ୍ବେଷଣ ସମ୍ପାଦକ ଅନନ୍ତ କର ପ୍ରମୁଖ ଅଳପୁଆ ସୁବର୍ଣ୍ଣପୁର ମିଶ୍ରବାଗ ପେଣ୍ଠପାଳ ପଂଚାୟତର କୋଳଥିଆ ବାଲିକିରା ଗାଁ ର ବନ୍ୟା ବିପନ୍ନ ଲୋକଙ୍କ ସହିତ ଆଲୋଚନା କରିଥିଲେ । ଜିଲ୍ଲା ପାଳ ପର୍ଯ୍ୟାପ୍ତ ଶୁଖିଲା ଖାଦ୍ୟ ଗୋଖାଦ୍ୟ ଓ ପିଇବା ପାଣି ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ । ବିଧାୟକ ଓ ଜିଲ୍ଲାପାଳ ନୀଳକଣ୍ଠପୁର ନିକଟ ରେ ଘେରିବନ୍ଧରେ ହୋଇ ଥିବା ଘାଇ ପରିଦର୍ଶନ କରିଥିଲେ । ଏହା ପରେ ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ସହିତ ପଟ୍ଟାମୁଣ୍ଡାଇ ବ୍ଲକର ଅନ୍ୟତମ ବିଶେଷ କ୍ଷତିଗସ୍ତ ଅଂଚଳ ଶ୍ରୀରାମପୁର ଡାମରପୁର ଓ ବଳ ଭଦ୍ରପୁର ପଂଚାୟତକୁ ଯାଇ ବନ୍ୟା ବିପନ୍ନଙ୍କ ସ୍ଥିତି ଅନୁଧ୍ୟାନ କରିଥିଲେ ।ବିଧାୟକ ଓ ଜିଲ୍ଲା ପାଳଙ୍କ ସହିତ ପଟ୍ଟାମୁଣ୍ଡାଇ ତହସିଲଦାର ବ୍ଲକ ଅଧକ୍ଷ ବିଡ଼ିଓ ବଳଭଦ୍ରପୁର ସରପଞ୍ଚ ପ୍ରିୟବ୍ରତ ଓଝା ଶ୍ରୀରାମପୁର ସରପଞ୍ଚ ସସ୍ମିତା ସେଠୀ ପ୍ରମୁଖ ବନ୍ୟା ବିପନ୍ନ ଅଂଚଳ ପରିଦର୍ଶନ କରି ଅଭାବ ଅସୁବିଧା ସମ୍ପର୍କରେ ବିଧାୟକ ଓ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଜିଲ୍ଲା ପାଳ ବିପନ୍ନ ଲୋକମାନଙ୍କୁ ପର୍ଯ୍ୟାପ୍ତ ଶୁଖିଲା ଖାଦ୍ୟ ଗୋ ଖାଦ୍ୟ ଓ ପିଇବା ପାଣି ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ । ଜିଲ୍ଲାପାଳଙ୍କ ଗସ୍ତ ପରେ ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଞ୍ଚଳ ରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି ।


Be the first to comment

Leave a Reply

Your email address will not be published.