ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ବଳଭଦ୍ରପୁରରେ ରିଲିଫ ବଣ୍ଟନ



ଟ୍ଟାମୁଣ୍ଡାଇ ତା ୨୧/୮- ଚଳିତ ବ୍ରାହ୍ମଣୀ ନଦୀର ୩ୟ ବନ୍ୟାରେ ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଞ୍ଚଳ ବିଶେଷ ଭାବେ କ୍ଷତିଗସ୍ତ ହୋଇଛି I ରାଜନଗର ବିଧାୟକ ଧ୍ରୁବ ସାହୁ ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଞ୍ଚଳ ବୁଲି ବନ୍ୟା ବିପନ୍ନଙ୍କ ସ୍ଥିତି ଅନୁଧ୍ୟାନ କରିବା ସହିତ ପର୍ଯ୍ୟାୟକ୍ରମେ ବ୍ଲକ ଓ ପୌରାଞ୍ଚଳର ବିଭିନ୍ନ ୱାର୍ଡରେ ନିଜସ୍ୱ ରିଲିଫ ବଣ୍ଟନ ଆରମ୍ଭ କରିଛନ୍ତି I ଆଜି ବିଧାୟକ ଶ୍ରୀ ସାହୁ ନିଜର ସମର୍ଥକଙ୍କ ସହିତ ପଟ୍ଟାମୁଣ୍ଡାଇ ବ୍ଲକ ବଳଭଦ୍ରପୁର ପଂଚାୟତକୁ ବିପନ୍ନ ଲୋକମାନଙ୍କୁ ଭେଟି ଅଭାବ ଅସୁବିଧା ପଚାରି ବୁଝିବା ସହିତ ନିଜସ୍ୱ ରିଲିଫ ବଣ୍ଟନ କରିଥିଲେ I ବିଧାୟକ ସମସ୍ତ ବନ୍ୟା ବିପନ୍ନଙ୍କୁ ପର୍ଯ୍ୟାପ୍ତ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବୀ କରିଛନ୍ତି I


Be the first to comment

Leave a Reply

Your email address will not be published.