

କେନ୍ଦ୍ରାପଡା ୨୧/୮ : କେନ୍ଦ୍ରାପଡା ଜିଲ୍ଲା ବିଜୁଜନତା ଦଳର ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ରାଜନଗର ବିଧାୟକ ଧ୍ରୁର୍ବ ଚରଣ ସାହୁ, ଜିଲ୍ଲା ବିଜେଡି ସଭାପତି ଶିବ ପ୍ରସାଦ ଭଳ, ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ ଦାସ, ଜିଲ୍ଲା ମହିଳା ବିଜେଡି ସଭାପତି ସରିତା ସାହୁ, ଜିଲ୍ଲା ପରିଷଦ ସଭାପତି ଲିଲିତା ଦାସ ଏବଂ ଅନ୍ୟ କର୍ମକର୍ତ୍ତାମାନେ କେନ୍ଦ୍ରାପଡା ଜିଲ୍ଲା ବନ୍ୟାଞ୍ଚଳ ପରିଦର୍ଶନ କରି ବନ୍ୟା ମୁକାବିଲା ନିମନ୍ତେ ଆବଶ୍ୟକୀୟ ପୂର୍ବ ପ୍ରସ୍ତୁତିର ଅଭାବ ସହ ରିିଲିଫ ଯୋଗାଣରେ ଅବ୍ୟବସ୍ଥା ଅଭିଯୋଗ କରିଛନ୍ତି । ସରକାରୀ ସହୟତାରେ ଅଧିକ ବିଳମ୍ବ କରିବା ସହିତ ନାମକୁମାତ୍ର ରିଲିଫ ଦେଇଛନ୍ତି । ବିରୋଧ ଦଳର ସହଯୋଗ ଲୋଡ଼ାଯାଉ ନାହିଁ। ଅନ୍ୟ ଜିଲ୍ଲାମାନଙ୍କୁ ସ୍ୱତନ୍ତ୍ର ଅଧିକାରୀ ବନ୍ୟା ପରିଚାଳନା ନିମନ୍ତେ ନିଯୁକ୍ତି ଦିଆଯାଇଛି । ଏଥିରୁ କେନ୍ଦ୍ରାପଡ଼ା ବାଦ ପଡ଼ିଛି । ମୁଖ୍ୟମନ୍ତ୍ରୀ ଅନ୍ୟ ଜିଲ୍ଲାଗୁଡ଼ିକୁ ପରିଦର୍ଶନ କରି ଆମ ଜିଲ୍ଲାକୁ ପାଶୋରି ଦେଲେ ବୋଲି ଜିଲ୍ଲା ବିଜେଡି ଅଭିଯୋଗ କରିଛି। ଜିଲ୍ଲାର ବନ୍ୟା ବିପନ୍ନଙ୍କ ଦୁଃଖ ଦୁର୍ଦ୍ଦଶା ଦୂର କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଏକ ଦାବି ପତ୍ର ଉପରୋକ୍ତ ନେତାମାନେ ଆଜି ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ଏହି ଦାବି ଗୁଡିକ ମଧ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାକୁ ବନ୍ୟା ପ୍ରପିଡ଼ିତ ଅଂଚଳ ଭାବରେ ଘୋଷଣା କରାଯିବା, ଦୀର୍ଘ ଦିନ ଧରି ଜଳବନ୍ଦୀରେ ସମସ୍ତ ଲୋକମାନଙ୍କୁ ଏକାଥରକେ ୭ଦିନର ରିଲିଫ ଯୋଗାଇଦିଆଯିବା ଏବଂ ପ୍ରି କିଚେନ୍ର ବ୍ୟବସ୍ଥା କରାଯିବା, ବିନା ଖାଦ୍ୟରେ ପଡ଼ିରହିଥିବା ଗାଈ, ଛେଳି ଓ ମେଣ୍ଢାଆଦି ପଶୁମାନଙ୍କ ପାଇଁ ଏକାଥରକେ ୭ଦିନ ପାଇଁ ପଶୁଖାଦ୍ୟ ଯୋଗାଇ ଦିଆଯିବା, ଚାଳଘର ଓ ଅତ୍ୟଧୁକ ବନ୍ୟାଜଳ ଦୃଷ୍ଟିରୁ ଛାତ ଉପରେ ଆଶ୍ରୟ ନେଇଥିବା ପରିବାରକୁ ପାଲ ଯୋଗାଇ ଦିଆଯିବା, ଦୂଷିତ ଜଳହେତୁ ସମସ୍ତ ବିପନ୍ନକୁ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦିଆଯିବା, ଆଜି ସୁଦ୍ଧା ୨୫ ଦିନରୁ ଉର୍ଦ୍ଧ ଲୋକମାନେ ଜଳ ବନ୍ଦିରେ ଥିବା ସ୍ୱାସ୍ଥ୍ୟ ଜନୀତ ସମସ୍ୟା ପାଇଁ ପର୍ଯ୍ୟାପ୍ତ ପରିମାଣର ଔଷଧ ଯୋଗାଇଦିଆଯିବା ଓ ଡ଼ାକ୍ତରୀ ଦଳ ଉକ୍ତ ସ୍ଥାନକୁ ପଠାଯିବା, ବନ୍ୟା ପ୍ରପିଡ଼ିତ ଅତ୍ୟକ ବର୍ଷାଯୋଗୁଁ ଚାଷୀମାନଙ୍କର ଧାନ ଓ ପନିପରିବା ଚାଷ କ୍ଷୟକ୍ଷତି ଜନିତ ଆର୍ôଥକ ସହାୟତା ଯୋଗାଇ ଦିଆଯିବା ଓ ବନ୍ୟାଜନିତ କ୍ଷୟକ୍ଷତି ହୋଇଥିବା ଚାଷିମାନଙ୍କର କୃଷି ଋଣ ଛାଡ଼ କରାଯିବା ପ୍ରଭୁତି। କେନ୍ଦ୍ରାପଡ଼ା ଜିଲ୍ଲାକୁ ବନ୍ୟା ପ୍ରପିଡ଼ିତ ଅଂଚଳ ଭାବରେ ଘୋଷଣା କରାଯିବା ସହିତ ରିଲିଫ ରନ୍ଧା ଖାଦ୍ୟ, ପ୍ରାଣୀ ସମ୍ପଦ ଖାଦ୍ୟ, ଚିକିତ୍ସା ବ୍ୟବସ୍ଥା କରିବାକୁ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି। ଯଦି ଦାବୀପ୍ରତି ଉଦାସୀନ ରହି କୌଣସି ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ବିଜୁ ଜନତା ଦଳ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବ ବୋଲି ନେତାମାନେ ଚେତାବନୀ ଦେଇଛନ୍ତି। ଏହି ଦାବିପତ୍ର ସମୟରେ ସ୍ୱୟଂପ୍ରଭା କର, ସୁମିତ୍ରା ପାଢୀ, ଲୋପାମୁଦ୍ରା ବାରିକ, ପ୍ରଦୀପ୍ତ ମହାନ୍ତି, ମୁକ୍ତାର ଖାଁ, ପ୍ରିୟଦର୍ଶନୀ ତରାଇ, ହିରଣ୍ୟ ପଣ୍ଡା, ରାଜେଶ ପଣ୍ଡା, କାଳି ପ୍ରସାଦ ମିଶ୍ର, ଯଯାତି ମହାନ୍ତି, ପ୍ରମୋଦ ରଥ, ମୃତ୍ୟୁଞ୍ଜୟ ମହାନ୍ତି, ଦୁର୍ଗାଶିଷ ମହାନ୍ତି, ପ୍ରତାପ ନାରାୟଣ ମହାପାତ୍ର ସମେତ ଶଥାଧିକ ନେତା ଓ କର୍ମୀ ଉପସ୍ଥିତ ଥିଲେ ।

Leave a Reply