ଏସିଡ ଆକ୍ରମଣ ସମାଜ ପାଇଁ ଆହ୍ୱାନ, ସଚେତନତା, ସତର୍କତା ହି ସମାଧାନ ମଧ୍ୟସ୍ଥତା ମୋକଦମାର ତ୍ୱରିତ ସମାଧାନ


ପଟ୍ଟାମୁଣ୍ଡାଇ ତାଲୁକ ଆଇନ୍ ସେବା ସମିତିର ସଚେତନତା


ପଟ୍ଟାମୁଣ୍ଡାଇ ତା ୬/୯- କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ତାଲୁକ ଆଇନ୍ ସେବା ସମିତି ଏକ ନିଆରା ସଚେତନତା କାର୍ଯ୍ୟକ୍ରମ ପଟ୍ଟାମୁଣ୍ଡାଇ ବରିଷ୍ଠ ନାଗରିକ ମଞ୍ଚ ଚିତ୍ତବିନୋଦନ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ସଚେତନତା ସଭାରେ ପଟାମୁଣ୍ଡାଇ ତାଲୁକ ଆଇନ୍ ସେବା ସମିତି ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଜଜ ବିଦ୍ୟାଧର ପୃଷ୍ଟି ପୌରହିତ୍ୟ କରି ସାମ୍ପ୍ରତିକ ସମୟରେ ଛାତ୍ରୀ ଯୁବତୀ ଓ ମହିଳାଙ୍କ ଉପରେ ଏସିଡ ଆକ୍ରମଣ ସମାଜ ପାଇଁ ଆହ୍ୱାନ ସୃଷ୍ଟି କରିଛି ।  ଏସିଡ ଆକ୍ରମଣ ର ଶିକାର ହୋଇ ବହୁ ଛାତ୍ରୀ ନିରୀହା ଯୁବତୀ ଓ ମହିଳା ମାନେ ବିକଳାଙ୍ଗ ହେବା ଦେଖା ଯାଉଛି ।  ପ୍ରେମଜନିତ ବିଫଳତା ଜମିବାଡ଼ି ବିବାଦ, ବ୍ୟକ୍ତିଗତ କଳହ ଆଦି ବିଭିନ୍ନ ଘଟଣାରେ ପ୍ରତିଶୋଧ ପାଇଁ ଅଡିଡ଼ ଆକ୍ରମଣ ଘଟଣା ଘଟୁଛି ।  ସରକାର ଏହାର ନିରାକରଣ ପାଇଁ କଠୋର ଆଇନଗତ ବ୍ୟବସ୍ଥା ମଧ୍ୟ ଅଡିଡ଼ ଆକ୍ରମଣ ଘଟଣା କୁ ସଂପୂର୍ଣ୍ଣ ରୋକି ପାରିନାହିଁ ।  ତେଵେ ଆଇନଗତ ସଚେତନତା ଓ ଆବଶ୍ୟକ ସତର୍କତା ଏସିଡ ଆକ୍ରମଣ ଘଟଣା ରୋକି ପାରିବ ବୋଲି ଅତିରିକ୍ତ ଜିଲ୍ଲା ଜଜ ଶ୍ରୀ ପୃଷ୍ଟି ମତ ପ୍ରକାଶ କରି ଛାତ୍ରୀ ଯୁବତୀ ଓ ମହିଳା ମାନେ ବିଭିନ୍ନ ବର୍ଗର ଲୋକଙ୍କ ସହିତ ସମ୍ପର୍କ ସ୍ଥାପନ ପୂର୍ବରୁ ସମ୍ପୃକ୍ତ ବ୍ୟକ୍ତି ବିଷୟରେ ଠିକଣା ଭାବେ ଯାଞ୍ଚ କରିବାକୁ ପରାମର୍ଶ ଦେଇଥିଲେ ।  ଏହାଛଡା ଆବଶ୍ୟକ ବିଚାର ପତି ଓ କୋର୍ଟ କର୍ମଚାରୀ ଅଭାବରୁ ବିଭିନ୍ନ ମୋକଦମାର ତ୍ୱରିତ ସମାଧାନ ହୋଇ ନପାରି ଅଶାନ୍ତି ଓ ସାମାଜିକ ବିଶୃଖଳା ଦେଖାଯାଉଛି ।  ଏହାର ତ୍ୱରିତ ସମାଧାନ ପାଇଁ ଆଇନଗତ ମଧ୍ୟସ୍ଥତାର ଆବଶ୍ୟକତା ରହିଛି ।  ବିଭିନ୍ନ ମୋକଦମାର ଆଇନ ଗତ ବ୍ୟବସ୍ଥା ବିଷୟରେ ସଚେତନ ହୋଇ ଆଇନଗତ ବ୍ୟବସ୍ଥା ମାଧ୍ୟମରେ ମଧ୍ୟସ୍ଥତା କରାଗଲେ ବହୁ ଜଟିଳ ମୋକ ଦମା ମଧ୍ୟ ଖୁବଶୀଘ୍ର ସମାଧାନ ହୋଇପାରିବ ବୋଲି ମତ ପ୍ରକାଶ କରି ଅତିରିକ୍ତ ଜିଲ୍ଲା ଜଜ ଶ୍ରୀପୃଷ୍ଟି ଏ ଦିଗରେ ଜନସାଧାରଣ ସଚେତନ ହୋଇ ଆଗେଇ ଆସିବାକୁ ପରାମର୍ଶ ଦେଇଥିଲେ ।  ଏହି ସଭାରେ ବରିଷ୍ଠ ନାଗରିକ ମଞ୍ଚ ସଭାପତି ପ୍ରଫେସର ଅନିରୁଦ୍ଧ ରାଉଳ, ସରକାରୀ ଓକିଲ ଧିରେନ୍ଦ୍ରନାଥ ସାହୁ, ଡ. କେଳୁଚରଣ ସ୍ୱାଇଁ ଗାଳ୍ପିକ ପ୍ରଦୀପ ନାୟକ ପ୍ରଫେସର ରମେଶ ଚନ୍ଦ୍ର ଜେନା, ପ୍ରଫେସର କୈଳାସ ଚନ୍ଦ୍ର ପାତ୍ର, ପ୍ରଫେସର ପରିକ୍ଷୀତ ପାତ୍ର ଶିକ୍ଷା ବିତ କଣ୍ଡୁରୀ ଚରଣ ସ୍ୱାଇଁ ପଣ୍ଡିତ ତ୍ରୈଲୋକ୍ୟ ପ୍ରସାଦ ମିଶ୍ର ଇଂ ତ୍ରିଲୋଚନ ସୂତାର ଚର୍ତୁଭୂଜ ରାଉଳ, ଇ° ତପନ ପାତ୍ର, ବିଜୟ କୁମାର ରାଉତ, ସୁରେଶ ଚନ୍ଦ୍ର ଜେନା, ସଚିତ୍ର କୁମାର ବେହୁରା, ସନ୍ତୋଷ କୁମାର ରାଉତ, ଗନ୍ଧର୍ବ ଲେଙ୍କା ଗୋପାଳ ଖଣ୍ଡାଇ, ବଂଶୀଧର ନାୟକ, ଜଗନ୍ନାଥ ନାୟକ,ଖଗେଶ୍ୱର ଖଣ୍ତାଇ,ପ୍ରମୋଦ ସାହୁ, ରିଟେନର ଗୀତାଞ୍ଜଳୀ ପ୍ରୁଷ୍ଟି, ଓକିଲ ସୁମନ୍ତ କୁମାର ମାଝି, ପ୍ରମୁଖ ଯୋଗ ଦେଇ ଏସିଡ ଆକ୍ରମଣ ପ୍ରତିହତ ପାଇଁ ସଚେତନତା ଓ ମଧ୍ୟସ୍ଥତା ମାଧ୍ୟମରେ ବିଭିନ୍ନ ମୋକଦମାର ସମାଧାନ କରି ସୁସ୍ଥ ସମାଜ ଗଠନ କରିବାକୁ ପଟ୍ଟାମୁଣ୍ଡାଇ କଲେଜ ଏନ୍. ସି. ସି. ଛାତ୍ର ଛାତ୍ରୀ, ପଟ୍ଟାମୁଣ୍ଡାଇ ମହିଳା କଲେଜ ଛାତ୍ରୀ ଓ ସଚେତନ ନାଗରିକମାନଙ୍କୁ ଆହ୍ବାନ ଦେଇ ସଚେତନତା ସୃଷ୍ଟି କରିଥିଲେ। ଏହି ନିଆରା ସଚେତନତା କାର୍ଯ୍ୟକ୍ରମକୁ ଲିଗାଲଏଡର ଅପର୍ଣ୍ଣା ସାମଲ, ମୋହନ ଦାଶ ବବିତା ମଲିକ, ରଞ୍ଜିତା ମଲିକ ସଂଗ୍ରାମ ମଲିକ ଯୋଗ ଦେଇ ପରିଚାଳନା କରିଥିଲେ। ଶେଷରେ ପାବନି କୁମାର ରାଉତ ଧନ୍ଯବାଦ ଦେଇଥିଲେ।


Be the first to comment

Leave a Reply

Your email address will not be published.