କେନ୍ଦ୍ରାପଡାରେ ଜିଲ୍ଲା ସ୍ତରୀୟ ସପ୍ତଦଶ ସଂସ୍କୃତ ଦିବସ



କେନ୍ଦ୍ରାପଡା ୬/୯ : କେନ୍ଦ୍ରାପଡ଼ା ଜିଲ୍ଲାଉପକଣ୍ଠ ବଳଦେବ ଉଚ୍ଚ ବିଦ୍ୟାଳୟଠାରେ ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ, କେନ୍ଦ୍ରାପଡ଼ା ଶାଖାର ସଭାପତି ପଣ୍ଡିତ ପ୍ରମୋଦ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ସପ୍ତଦଶ ବାର୍ଷିକ ସଂସ୍କୃତ ଦିବସ ସମାରୋହ ପାଳିତ ହୋଇଯାଇଛି । କେନ୍ଦ୍ରାପଡା ଜିଲ୍ଲା ଶିକ୍ଷାଧିକାରୀ ପବିତ୍ର ମୋହନ ବାରିକ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ। ସଂସ୍କୃତ ଭାଷାର ପ୍ରଚାର ପ୍ରସାର ପାଇଁ ଯତ୍ପର ନାସ୍ତି ଚେଷ୍ଟାକରିବାକୁ ପ୍ରତିଶ୍ରୁତି ଦେଇଥିଲେ। ବିଶିଷ୍ଟ ଅତିଥି ଭାବେ ମାନସ ଭୂଷଣ ହୃଷୀକେଶ ରଥ, ମୁଖ୍ୟବକ୍ତା ସଂସ୍କୃତ ଭାରତୀ ପୂର୍ବ ସମ୍ଭାଗ ଅଧ୍ୟକ୍ଷ ପଣ୍ଡିତ ନୃସିଂହ ଚରଣ ପଣ୍ଡା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କେନ୍ଦ୍ରାପଡା ଶାଖା ସଂସ୍କୃତ ଶିକ୍ଷକ ସଂଘ ପ୍ରାକ୍ତନ ସଭାପତି ଶରତ କୁମାର ପାଣି, କେନ୍ଦ୍ରାପଡା ଓଷ୍ଟା ସଂଘ ସଭାପତି ଅଶୋକ କୁମାର ପରିଡ଼ା, ବଳଦେବ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଟିଟିକାନ୍ତ ନାୟକ ଯୋଗଦେଇ ସଂସ୍କୃତ ଭାଷାର ମହତ୍ୱ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ନଅଟି ବ୍ଲକରୁ ଆସିଥିବା ପିଲାମାନଙ୍କର ଜିଲ୍ଲାସ୍ତରୀୟ ଗୀତାପାଠ ପ୍ରତିଯୋଗିତାକରାଯାଇ ପ୍ରଥମ ,ଦ୍ୱିତୀୟ,ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନଙ୍କୁ ସାର୍ଟିଫିକେଟ ସହ ଅର୍ଥରାଶି ପ୍ରଦାନ କରିବା ସହତି ଅବସର ନେଇଥିବା ଶିକ୍ଷକମାନଙ୍କୁ ଉପଢୈ।କନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ସଂସ୍କୃତ ବିଷୟରେ ଶତପ୍ରତିଶତ ନମ୍ବର ରଖିଥିବା ପିଲାମାନଙ୍କୁ ସମ୍ମାନିତ କରାଯାଇଥିଲା।ପଣ୍ଡିତ ଉମାକାନ୍ତ ମହାପାତ୍ର ବେଦପାଠ, ମାନସ ମୁଦ୍ରା ଅତିଥି ପରିଚୟ, ସଂଘ ସମ୍ପାଦକ ଭଗବାନ ସାହୁ ବିବରଣୀ ପାଠ କରିଥିଲେ। ସର୍ବଶ୍ରୀ କଳ୍ପତରୁ ଦାଶ, ପ୍ୟାରୀ ମୋହନ ସ୍ୱାଇଁ, ଅଭିରାମ ସାହୁ, ବିପିନ ତ୍ରିପାଠୀ, ନକୁଳ ଦାଶ, ବିଷ୍ଣୁ ଚରଣ ପାଣି, ଶ୍ରୀନାଥ ମିଶ୍ର, ଜୟନ୍ତ ପଣ୍ଡା, ଜୟନ୍ତ ଶତପଥୀ, ସୁରେଶ ପାଣି, ହାଡିବନ୍ଧୁ ଭୂୟାଁ, ବିଜୟ ସାହୁ, ସୂଜୟକୁମାର ବେଉରା, ପ୍ରସନ୍ନ ଦାଶ, ରବିନ୍ଦ୍ର ବିଶ୍ୱାଳ, ପ୍ରଶାନ୍ତ ଦାସ, ମାଗୁଣି ବେହେରା ସତ୍ୟବ୍ରତ ନନ୍ଦ, ଶ୍ରୀବତ୍ସ ତ୍ରିପାଠୀ, ଅକ୍ଷୟ ପତ୍ରୀ, ସରୋଜ ଦାଶ, ନର୍ମଦା ବେହେରା ସମେତ ଶତାଧିକ ସଂସ୍କୃତ ଶିକ୍ଷକ ଯୋଗଦେଇଥିଲେ। ବଳଦେବ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସହିତ କର୍ମଚାରୀଙ୍କ ମିଳିତସହଯୋଗରେ ସଂସ୍କୃତ ଦିବସ ବେଶ୍ ଶୃଙ୍ଖଳିତ ପରିବେଶରେ ପାଳିତ ହୋଇଥିଲା । ପରିଶେଷରେ ପଣ୍ଡିତ ଅମର ସିଂହ ଧନ୍ୟବାଦ ପ୍ରଦାନ କରିଥିଲେ। ଦ୍ୱିତୀୟ ଅଧିବେଶନରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା।


Be the first to comment

Leave a Reply

Your email address will not be published.