ବ୍ରାହ୍ମଣୀ କଲେଜ ଛାତ୍ର ସଂସଦ ନିର୍ବାଚନରେ ବିସିଜେଡିର ବିପୁଳ ବିଜୟ

0
WhatsApp Image 2026-10-15 at 20.20.52


ପଟ୍ଟାମୁଣ୍ଡାଇ ତା ୧୫/୧୦- କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀ ତଥା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଦାଣ୍ଡିସାହି ବ୍ରାହ୍ମଣୀ କଲେଜ ଛାତ୍ର ସଂସଦ ନିର୍ବାଚନରେ ବିସିଜେଡି ର ବିପୁଳ ବିଜୟ ଘଟିଛି I କଲେଜର ସମସ୍ତ ୯ଟି ପଦବୀ ରେ ବିସିଜେଡିର ବିପୁଳ ବିଜୟ ଘଟିଛି I ଘୋଷତ ଫଳାଫଳ ଅନୁଯାୟୀ ସଭାପତି-ସୁରଜ ଦାସ ଉପସଭାପତି -ସଂଗ୍ରାମ ଜେନା ସାଧାରଣସମ୍ପାଦକ – ଅଞ୍ଜଳିପ୍ରିୟା ଧଳ ସହସାଧାରଣସମ୍ପାଦକ ଶୁଭଲଷ୍ମୀ ବେହେରା କ୍ରୀଡା ସମ୍ପାଦକ – ରୋଶନ କୁମାର ମଲ୍ଲିକ ସହକ୍ରୀଡା ସମ୍ପାଦକ -ବିଷ୍ଣୁ ପ୍ରସାଦ ମଲିକ ସାଂସ୍କୃତିକ ସମ୍ପାଦକ -ରାହୁଲ ଜେନା ସହ ସାଂସ୍କୃତିକ ସମ୍ପାଦକ ପ୍ରତୀକ୍ଷା ଦାସ ଡି ଏସ ଏ ସମ୍ପାଦକ -ଲିପି ଜେନା ସହ ଡି ଏସ ଏ ସମ୍ପାଦକ ସୁଭାଶିଷ ସାମଲ ନିର୍ବାଚିତ ହୋଇଛନ୍ତି I ନବ ନିର୍ବାଚିତ ଛାତ୍ର ସଂସଦ କର୍ମକର୍ତ୍ତାମାନଙ୍କୁ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ବ୍ଲକ ବିଜେଡି କାର୍ଯ୍ୟକାରୀ ସଭାପତି ଜ୍ୟୋତି ରଞ୍ଜନ ପ୍ରଧାନ ଜିଲ୍ଲା ପରିଷଦ ସଦସ୍ୟା ପ୍ରିୟ ଦର୍ଶନୀ ତରାଇ ଅଣ୍ଢରା ସୋସାଇଟି ସଭାପତି ବୃନ୍ଦାବନ ମଲ୍ଲିକ କୃଷକନେତା ଚିତ୍ତ ରଞ୍ଜନ ମଲ୍ଲିକ ଓ ଯୁବନେତା ରଶ୍ମି ରଞ୍ଜନ ସ୍ୱାଇଁ ପ୍ରମୁଖ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରିଛନ୍ତି I


Leave a Reply

Your email address will not be published. Required fields are marked *