କେନ୍ଦ୍ରାପଡା ଗଣପର୍ବ ଗଜଲକ୍ଷ୍ମୀ ପୂଜା କମିଟିମାନଙ୍କର ମିଳିତ ବୈଠକ

0
IMG-20261015-WA0061 (1)

ଶନିବାର ଦିନ ପ୍ରତିବାଦ ପୂରଣ ସ୍ୱରୂପ କେନ୍ଦ୍ରାପଡା ସହର ୧୨ ଘଣ୍ଟା ବନ୍ଦ ଡାକରା


କେନ୍ଦ୍ରାପଡ଼ା,୧୫ା୧୦: କେନ୍ଦ୍ରାପଡା ନୂଆବସ୍ ଷ୍ଟାଣ୍ଡ ଠାରେ ଆଜି ସଂଧ୍ୟା ସମୟରେ କେନ୍ଦ୍ରାପଡା ସହରର ସମସ୍ତ ପୂଜା କମିଟି ସଭାପତି ଓ ସମ୍ପାଦକ ମାନଙ୍କୁ ନେଇ ଚଳିତ ବର୍ଷର ପୂଜାକୁ ଶାନ୍ତି ଶୃଙ୍ଖଳାର ସହିତ ସମାପନ ନିମନ୍ତେ ନିଷ୍ପତି ନିଆଗଲା । ଜିଲ୍ଲା ପ୍ରଶାସନକୁ ଗତ ଅଗଷ୍ଟ ମାସ ଠାରୁ ପୂଜା ପାଳନ ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ନିମନ୍ତେ ରାତି ୧୨ ଘଟିକା ପର୍ଯ୍ୟନ୍ତ ମାଇକ୍ ଓ କାର୍ଯ୍ୟକ୍ରମ ପରିବେଷଣ ନିମନ୍ତେ ଅନୁମତି ଦେବାକୁ ଜଣାଇ ଥିଲେ ମଧ୍ୟ ଏଥିରେ ପଦକ୍ଷେପ ନିଆଗଲା ନାହିଁ କିମ୍ବା ଅନୁମତି ଦିଆଗଲା ନାହିଁ । ଏଣୁ ପ୍ରଶାସନ ଦ୍ୱାରା ଆହ୍ୱତ ୧୪/୧୦/୨୦୨୬ ବୈଠକରେ କୈାଣସି ଆଲୋଚନା କରାନଯିବା ଫଳରେ ସମସ୍ତ ସଦସ୍ୟ ଫେରି ଆସିଥିଲେ । ଏହା ପରେ ମଧ୍ୟ ପ୍ରଶାସନ ତରଫରୁ କୈାଣସି ସୂଚନା ମିଳିନଥିଲା ଫଳରେ ସମସ୍ତ ପୂଜା କମିଟିର ସଦସ୍ୟ ଆସନ୍ତା ଶନିବାର ଦିନ ପ୍ରତିବାଦ ପୂରଣ ସ୍ୱରୂପ କେନ୍ଦ୍ରାପଡା ସହର ୧୨ ଘଣ୍ଟା ବନ୍ଦ ରଖିବାକୁ ନିଷ୍ପତି ଗ୍ରହଣ କରାଗଲା । ଏହି ବୈଠକ ରମେଶ ରାଉତରାୟ, ସୁବାଶ ସାହୁ, ଯୁଗଳ ବେହେରା, ଅଶୋକ କୁମାର ଲେଙ୍କା, ନରେନ୍ଦ୍ର କୁମାର ସାହୁ, ଜୟନ୍ତ କୁମାର ସାହୁ, ପାପୁନି ଦାସ ସମେତ ସମସ୍ତ ପୂଜାକମିଟିର ସଭାପତି ଓ ସମ୍ପାଦକମାନେ ଉପସ୍ଥିତ ଥିଲେ ।


Leave a Reply

Your email address will not be published. Required fields are marked *