ଏଥର ଝଲସିବ ମଢିଆଳ ଗଙ୍ଗାଭାଗୀରଥର ଚାନ୍ଦି ମେଢ



କେନ୍ଦ୍ରାପଡ଼ା,୨୯ା୮: ଏଥର ଆହୁରି ଝଲସିବ କେନ୍ଦ୍ରାପଡା ସହରର ମଢିଆଳସ୍ଥିତ ଗଙ୍ଗାଭାଗୀରଥ ପୂଜା କମିଟି ପକ୍ଷରୁ ପ୍ରସ୍ତୁତ ଚାନ୍ଦି ମେଢ । ନୂଆ ରୂପରେ ଏଥର ଚମକିବ ଗଙ୍ଗାଭାଗୀରଥ ମେଢ । ପୂର୍ବରୁ ଏହି ମେଢର ୧କ୍ୱିଣ୍ଟାଲ ୨୦କେଜିର ଚାନ୍ଦି ମେଢ ଥିଲା । ଚଳିତ ବର୍ଷ ୨୦କେଜି ଓଜନର ଚାନ୍ଦି ସିଂହାସନ ପ୍ରସ୍ତୁତ କରାଯିବା ସହିତ ମା’ଗଙ୍ଗାଙ୍କର ପୂର୍ବରୁ ଥିବା ୫ଶହ ଗ୍ରାମର ସୁନା ମୁକୁଟକୁ ବଢାଯାଇ ୭ଶହ ଗ୍ରାମର ସୁନା ମୁକୁଟ ପ୍ରସ୍ତୁତ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏଥିସହିତ ଚଳିତ ବର୍ଷ ପୂଜାରେ ଚିତାକର୍ଷକ ମେଲୋଡି କାର୍ଯ୍ୟକ୍ରମ ମଧ୍ୟ କରାଯିବ । ୩ତାରିଖ ସନ୍ଧ୍ୟାରେ ଇରା ମହାନ୍ତି ମେଲୋଡି ଅନୁଷ୍ଠିତ ହେବାକୁ ଥିବା ବେଳେ ୪ତାରିଖ ସନ୍ଧ୍ୟାରେ ପ୍ରଜ୍ଞା ଖଟୁଆଙ୍କ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଏଥିସହିତ ଶ୍ରୀକାକୁଲମ ଭେଙ୍କଟେଶ୍ୱର ମ୍ୟୁଜିକାଲ ପ୍ରୋଗ୍ରାମ ମଧ୍ୟ ହେବାକୁ ଥିବା ବେଳେ ଚଳିତ ବର୍ଷ କଲିକତା ଢାଞ୍ଚାରେ ଚିତାକର୍ଷକ ସାଜସଜା ମଧ୍ୟ କରାଯିବାର ବ୍ୟବସ୍ଥା ହୋଇଥିବା ପୂଜା କମିଟି ପକ୍ଷରୁ ସୂଚନା ମିଳିଛି ।


Next Post

ମହିଳା ପୋଷ୍ଟମାଷ୍ଟର ବେକରୁ ସୁନା ଚେନ ଲୁଟ, ଥାନାରେ ଏତଲା

Wed Aug 30 , 2023
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୋଷ୍ଟମାଷ୍ଟରଙ୍କ ବେକରୁ ଲୁଟେରାମାନେ ସୁନା ଚେନ ଲୁଟି ନେଇଥିବା ନେଇ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଅଭିଯୋଗ ହୋଇଛି । ସ୍ଥାନୀୟ ପୋଲିସ ଏ ସମ୍ପର୍କରେ ଏକ ମୋକଦମା ରୁଜୁ କରି ଲୁଟ ମାମଲାର ତଦନ୍ତ ଚଳାଇଛି । ପ୍ରକାଶ ଯେ ପଟ୍ଟାମୁଣ୍ଡାଇ ହେଡ଼ ପୋଷ୍ଟ ଅଫିସର ମହିଳା ପୋଷ୍ଟ ମାଷ୍ଟର ରେଣୁବାଳା ନାୟକ ଆଜି ସନ୍ଧ୍ୟା ୬.୩୦ମିନିଟ ସମୟରେ ଅଫିସ କାର୍ଯ୍ୟ ସାରି ଚାଲି ଚାଲି […]

KANIKA