ବଳଦେବଙ୍କ ଜନ୍ମୋତ୍ସବ ପାଳନ


କେନ୍ଦ୍ରାପଡା ୩୦/୮- କେନ୍ଦ୍ରାପଡାର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ଜନ୍ମୋତ୍ସବ ଆନନ୍ଦ ଉଲ୍ଲାସରେ ପାଳନ କରାଯାଇଛି । ଆଜି ପ୍ରାତ କାଳରେ ଜୟମଙ୍ଗଳା ଆଳତୀ, ନିତିସ୍ନାନ କରାଯାଇ ଖେଚୁଡିଧୂପ ଲାଗି କରାଯାଇଥିଲା । ଏହାପରେ ଶ୍ରୀଜୀଉଙ୍କର ବସ୍ତ୍ର ଉଲ୍ଲଗୀ କରାଯିବା ପରେ ନୂତନ ବସ୍ତ୍ର ପରିଧାନ କରାଯିବା ପରେ ପୁରୀ ଶ୍ରୀକ୍ଷେତ୍ରରୁ ଆସିଥିବା ରାକ୍ଷୀ ବନ୍ଧନ କରାଯାଇଥିଲା । ପରେ ପରେ ଲକ୍ଷେ ତୁଳସୀ ଅର୍ପଣ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା । ଏହି ଉପଲକ୍ଷେ ପାଳିଆ ପଣ୍ଡାଙ୍କ ତତ୍ୱାବଧାନରେ ଏକ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ବିଶେଷ କରି ଜନ୍ମ ଦିନ ଉପଲକ୍ଷେ ଖିରି ପିଠା ଶ୍ରୀଜୀଉଙ୍କୁ ଅର୍ପଣ କରାଯାଇ ସମବେତ ହଜାର ହଜାର ଭକ୍ତମାନଙ୍କୁ ଏହି ପ୍ରସାଦ ପ୍ରଦାନ କରାଯାଇଥିଲା । ଏହି ଅବସରରେ ରଥ ଦାଣ୍ଡରେ ଜନ୍ମୋତ୍ସବ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଥିଲା । ବିଳମ୍ବିତ ରାତି ପର୍ଯ୍ୟନ୍ତ ଭକ୍ତଙ୍କ ଗହଳି ଲାଗି ରହିଥିଲା ।


Next Post

ନାନକାର ଗୋବିନ୍ଧଜୀଉପାଟଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖୋଲାଯିବା ପାଇଁ ଦାବିପତ୍ର ପ୍ରଦାନ

Thu Aug 31 , 2023
କେନ୍ଦ୍ରାପଡା, ୩୦ା୮- ଗତକାଲି କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମ ପଞ୍ଚାୟତର ନାନକାର ଗ୍ରାମ କେନାଲ କଡରେ ଥିବା ଗୋବିନ୍ଦଜୀଉପାଟଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗତ ଜାନୁୟାରୀ୨୦୨୦ ମସିହା ୧୯ତାରିଖ ଠାରୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଶ୍ୟାମସୁନ୍ଦରପୁର ନୋଡାଲ ହାଇସ୍କୁଲ ସହିତ ମିଶ୍ରଣ କରି ବନ୍ଦ କରିଦେବା ଫଳରେ ନାନକାର ଗ୍ରାମର ୪ନଂ ୱାର୍ଡ ଓ ଚକ୍ରୋଡା ଗ୍ରାମ ପଞ୍ଚାୟତର ୧୩ନଂ ୱାର୍ଡ ଗୋବିନ୍ଦଜୀଉପାଟଣା ଓ ବିରିବାଟି ଗ୍ରାମକୁ […]

KANIKA