ଡିଜେଲ ଟ୍ୟାଙ୍କର ଉପରେ ଚଢାଉ, ୩ ଗିରଫ

ଡିଜେଲ ଟ୍ୟାଙ୍କର ଉପରେ ଚଢାଉ, ୩ ଗିରଫ

 

କେନ୍ଦ୍ରାପଡା,୧୧/୯- ମାର୍ଶାଘାଇ ପୋଲିସ ଏହି ଥାନା ଅର୍ନ୍ତଗତ କୁସୁନପର ଜାତୀୟ ରାଜପଥ ପାର୍କିଂ ନିକଟରୁ ରବିବାର ଦିନ ୩ଜଣ ଚୋରା ଡିଜେଲ ମାଫିଆଙ୍କୁ ମାର୍ଶାଘାଇ ପୋଲିସ ଗିରଫ କରିବା ସହିତ ଟ୍ୟାଙ୍କର ଜବତ୍ କରିଛି । ଗିରଫ ହୋଇଥିବା ଅଭିଯୁକ୍ତମାନେ ମାର୍ଶାଘାଇ ଥାନା କୁସୁନପୁର ଗ୍ରାମର ଦିପ୍ତି ରଂଜନସାହୁ(୨୬) ଏବଂ ସ୍ମୃତି ରଂଜନ ସାହୁ (୨୩) ଓ (ଓଡି-୦୫-ଏମ-୨୫୫୯)ଟାଙ୍କର ଡ୍ରାଇଭର ପୁରୀ ଜିଲ୍ଲା କଣାସ ଥାନା ଅର୍ନ୍ତଗତ ସିରେଇ ଗ୍ରାମର ସନ୍ତୋଶ କୁମାର ସାହୁ(୩୭) ବୋଲି ପୋଲିସ ସୁଚନା ଦେଇଛି । ଅଭିଯୁକ୍ତମାନେ ଟ୍ୟାଙ୍କରଟିରୁ ୫୩ନମ୍ବର ଜାତୀୟ ରାଜପଥ କୁସୁନୁପୁର ପାର୍କିଂ ନିକଟରେ ଡିଜେଲ କାଢୁଥିବା ସମୟରେ ମାର୍ଶାଘାଇ ପୋଲିସ ଚଢାଉ କରିଥିଲେ । ଏମାନଙ୍କ ନିକଟରୁ ପୋଲିସ ୬୦ଲିଟର ଡିଜେଲ ସମେତ ତେଲ ବାହାର କରିବା ପାଇଁ ସରଞ୍ଜାମ ଏବଂ ଡିଜେଲ ବୋଝେଇ ଟ୍ୟାଙ୍କରକୁ ଯବତ କରିଥିଲେ । ଅଭିଯୁକ୍ତମାନଙ୍କୁ ଆଜି କେନ୍ଦ୍ରାପଡା ନ୍ୟାୟାଳୟକୁ ଚାଲଣ କରାଯାଇଥିବା ଥାନା ଅଧିକାରୀ ପ୍ରଜ୍ଞା ପରମିତା ଜେନା ସୂଚନା ଦେଇଛନ୍ତି ।