କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ୧୮ନଂ ୱାର୍ଡ ତାତନା ଗ୍ରାମର ଚିତରଞ୍ଜନ ସାହୁଙ୍କ ଘରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଦୁଇ ବଖରା ଚାଳଛପର ଘର ସମେତ ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି । ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି । ଖବର ପାଇ ପଟ୍ଟାମୁଣ୍ଡାଇ ତହସିଲଦାର ସମୀର ବେହେରା ଓ ପୌର ପରିଷଦ ଅଧକ୍ଷ ହେମନ୍ତ ସାହୁ ଘଟଣାସ୍ଥଳରେ ପହଂଚି ବିପନ୍ନ ପରିବାରକୁ ସମବେଦନା ଜ୍ଞାପନ କରିଥିଲେ । ଅଗ୍ନିବିପନ୍ନ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ସାଧାରଣରେ ଦାବୀ ହେଉଛି ।
kanikanews.in
Next Post
ପଟ୍ଟାମୁଣ୍ଡାଇରେ ଜିଏସଟି ଏନଫୋର୍ସମେଂଟ ବିଭାଗର ଚଢାଉ
Tue Sep 12 , 2023
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ସହରରେ ଥିବା ଏକ ଗ୍ରୋସରୀ ହୋଲସେଲ ଦୋକାନ ଉପରେ ପାରାଦୀପ ଜିଏସଟି ଏନଫୋରସମେଂଟ ବିଭାଗ ପକ୍ଷରୁ ମଙ୍ଗଳବାର ଚଢାଉ କରାଯାଇଛି । ଜିଏସଟି ମୁଖ୍ୟାଳୟର ନିର୍ଦେଶ କ୍ରମେ ପାରାଦୀପ ଜୋନର ଡେପୁଟୀ କମିଶନର ରମେସ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ଏକ ୮ଜଣିଆ ଟିମ ଏହି ଗ୍ରୋସରୀ ଦୋକାନ ଉପରେ ଚଢାଉ କରିଥିଲେ । ମାତ୍ର ଯାଞ୍ଚ ବେଳେ ସେପରି କିଛି ମିଳିନଥିବାରୁ ଷ୍ଟକ ଯାଂଚ କରାଯାଇ […]
