୧୮ନଂ ୱାର୍ଡ ତାତନାରେ ଘରପୋଡି, ଲକ୍ଷାଧିକ ଟଙ୍କା ସମ୍ପତି ନଷ୍ଟ


କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ୧୮ନଂ ୱାର୍ଡ ତାତନା ଗ୍ରାମର ଚିତରଞ୍ଜନ ସାହୁଙ୍କ ଘରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଦୁଇ ବଖରା ଚାଳଛପର ଘର ସମେତ ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି । ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି । ଖବର ପାଇ ପଟ୍ଟାମୁଣ୍ଡାଇ ତହସିଲଦାର ସମୀର ବେହେରା ଓ ପୌର ପରିଷଦ ଅଧକ୍ଷ ହେମନ୍ତ ସାହୁ ଘଟଣାସ୍ଥଳରେ ପହଂଚି ବିପନ୍ନ ପରିବାରକୁ ସମବେଦନା ଜ୍ଞାପନ କରିଥିଲେ । ଅଗ୍ନିବିପନ୍ନ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ସାଧାରଣରେ ଦାବୀ ହେଉଛି ।