ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ ୯ ଦିନରେ,୧୯୪ ସ୍କୁଲରେ ପାଠପଢ଼ା ଠପ୍


ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘ ଆହ୍ବାନ କ୍ରମେ ଆଜି ପଟ୍ଟାମୁଣ୍ଡାଇ ବ୍ଳକ ଓ ପୌରଚଂଳର ସମସ୍ତ ପ୍ରାଥମିକ ଶିକ୍ଷକ ମାନଙ୍କ ଆନ୍ଦୋଳନ ୯ ଦିନରେ ପହଂଚିଛି । ଶିକ୍ଷକ ମାନେ ସମୂହ ଛୁଟି ନେଇ ଚଳିତ ମାସ ୮ ତାରିଖରୁ ଆରମ୍ଭ ହୋଇଥିବା ଧାରଣା ଆଜି ୯ ମ ଦିନରେ ପହଂଚିଛି । ଶହଶହ ଶିକ୍ଷକ ବ୍ଳକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ବର୍ଷାରେ ଓଦା ହୋଇ  ପ୍ରତିବାଦ ଜଣାଇବା ସହ ଆଜି ମଧ୍ୟ ଧାରଣାରେ ବସିଛନ୍ତି । ଦାବି ପୁରଣ ନହେବା ପର୍ଯ୍ୟନ୍ତ ଏହି ଧାରଣା ଓ ସମୁଁହ ଛୁଟି ଅବ୍ୟାହତ ରହିବ ବୋଲି  ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଜିଦରେ ଅଟଳ ରହିଛନ୍ତି  । ଶିକ୍ଷକ ଶିକ୍ଷୟତ୍ରୀ ମାନେ ଆନ୍ଦୋଳନକୁ ଓଲ୍ଲାଇବା ଯୋଗୁ ପଟ୍ଟାମୁଣ୍ଡାଇରେ ବିଭିନ୍ନ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ା ଠପ ହୋଇଯାଇଛି । ଆସନ୍ତା କାଲିଠାରୁ ବିଭିନ୍ନ ସ୍କୁଲ ପରିଚାଳନା କମିଟି ଓ ଅଭିଭାବକ ମାନେ ଧାରଣାରେ ସାମିଲ ହେବେ ବୋଲି  ପଟ୍ଟାମୁଣ୍ଡାଇ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରାୟ ୫ଶହରୁ ଅଧିକ ଶିକ୍ଷକ ପଟ୍ଟାମୁଣ୍ଡାଇ ବ୍ଳକ ଶିକ୍ଷା ଅଧିକାରୀଙ୍କୁ  ଛୁଟି ଦରଖାସ୍ତ ଦେଇ ଧାରଣାରେ ବସିଛନ୍ତି।  ପ୍ରାଥମିକ ଶିକ୍ଷକ ମାନେ ଛୁଟିରେ ଯିବାରୁ ପଟ୍ଟାମୁଣ୍ଡାଇ ବ୍ଳକରେ ୧୧୩ ଟି ପ୍ରାଥମିକ ବିଦ୍ୟାଳୟ ଓ ୭୮ଟି ୟୁପି ସ୍କୁଲରେ ପାଠପଢ଼ା ଠପ ହୋଇଯାଇଛି।  ଶିକ୍ଷକ ଶିକ୍ଷୟତ୍ରୀ ମାନେ ଛୁଟିରେ ରହିବାରୁ ପଟ୍ଟାମୁଣ୍ଡାଇ ବ୍ଳକରେ ପ୍ରାଥମିକ ଶିକ୍ଷକ ବ୍ୟବସ୍ଥା ରେ ଏକ ଅଭାବନୀୟ  ସ୍ଥିତି ଉପୁଜିଛି। ପଟ୍ଟାମୁଣ୍ଡାଇ ବ୍ଳକ ଓ ପୌରାଂଚଳରେ  ପ୍ରାଥମିକ ବିଦ୍ୟାଳୟରେ ପାଠ ପଢ଼ୁଥିବା ୧୮ ହଜାର  ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ଡୋରି ବନ୍ଧା ହୋଇଛି। ପାଠପଢ଼ାଇବା ପାଇଁ ବିକଳ୍ପ ବ୍ୟବସ୍ଥା ଉଚ୍ଚ କତ୍ତୃପକ୍ଷ ଗ୍ରହଣ କରିବେ ବୋଲି କହିଛନ୍ତି। ଗତ ୮ ତାରିଖରୁ ଶିକ୍ଷକ ଶିକ୍ଷୟତ୍ରୀ ମାନେ କେବଳ ଧାରଣ ଦେଉଥିବା ବେଳେ ଆଜି ଠାରୁ ସମୁଁହ ଛୁଟିରେ ଅଛନ୍ତି। ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବ୍ଳକ ଶିକ୍ଷା ଅଧିକାରୀ ଓ ସ୍ଥାନୀୟ ପୁଲିସକୁ ଘଟଣା ବିଷୟରେ ଲିଖିତ ଭାବେ ଅବଗତ କରାଯାଇଛି।  ଆଜି ପଟ୍ଟାମୁଣ୍ଡାଇ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ  ବ୍ଳକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟଳୟରେ ସବୁ ଶିକ୍ଷକ ଧାରଣାରେ ବସିଛନ୍ତି। । ରାଜ୍ୟ ସଂଘର ନିଷ୍ପତ୍ତି ଅନୁଯାଇ ରାଜ୍ୟରେ ସମସ୍ତ ପ୍ରାଥମିକ ବିଦ୍ୟାଳୟର ପ୍ରାଥମିକ ଶିକ୍ଷକ ମାନେ ସମୁହ ଛୁଟିରେ ଯିବା ନିଷ୍ପତ୍ତିରେ ସାମିଲ ହୋଇଥିବାରୁ ରାଜ୍ୟ ଶିକ୍ଷକ ସଂଘର କର୍ମକର୍ତ୍ତା ମଳୟ କୁମାର ଜେନା ପଟ୍ଟାମୁଣ୍ଡାଇ ସଂଘକୁ ଧନ୍ୟବାଦ ଜଣାଇଛନ୍ତି । ଆଜି ଏହି ଧାରଣାରେ ପୂର୍ବତନ ଏବିଓ ପ୍ରଦୀପ ସାମନ୍ତରାୟ, ଶିକ୍ଷକ ନେତା ବିଶ୍ବ ରଂଜନ ଦାଶ, ପ୍ରେମାନନ୍ଦ ଜୀବନ ଦାସ, ରାଜ୍ୟ ନେତା ମଳୟ କୁମାର ଜେନା, ଅଭିଭାବକ ଗୋପିନାଥ ତ୍ରିପାଠୀ, ରବିନ୍ଦ୍ର ବେହେରା, ରଜନୀ ଦାଶ, ଚନ୍ଦ୍ରଶେଖର ମହାପାତ୍ର, ରଂଜନ ସାହୁ, ମୃତ୍ୟୁଞ୍ଜୟ ନାୟକ, ସଂଜୟ ସାହୁ, ଦିବାକର ଦାଶ, ଅନ୍ତର୍ଯ୍ୟାମୀ ବେଜ, ଅଦୈତ୍ୟ ପ୍ରସାଦ ବିଶ୍ବାଳ, ସୁରେନ୍ଦ୍ର କୁମାର ମଳିକ, ଗୋଦାବରିଶ ମିଶ୍ର, ଲୋକନାଥ ନାୟକ, ସୁଜାତା ଦାସ, ଅଜୟ ସ୍ବାଇଁ, ସୁକଦେବ ସେଠୀ, ପ୍ରଦୀପ ତରାଇ, ସୁବାସ ନାୟକ, ମହମ୍ମଦ ମସିଉଳ୍ଲା, ଉମାକାନ୍ତ ବେହେରା, କୁଞ୍ଜଲତା ସାହୁ, ମମତା ଷଡଙ୍ଗୀ, ସଂଜୟ ତ୍ରିପାଠୀ, ଶଶିକଳା ପଣ୍ଡା, ସରୋଜୀନି ଦାସ, ଗୀତାଞ୍ଜଳି ବେହେରା, ମନିତାରାଣୀ ଦାସ, , ଇନ୍ଦିରା ଆଚାର୍ଯ୍ୟ,ଜୟନ୍ତ ନାୟକ, ସସ୍ମିତା ଦାଶ, ସଂଘମିତ୍ରା ସାମନ୍ତ, ମୀନତୀ ଜେନା, ନିବେଦିତା ଦାସ,  କୃପାସିନ୍ଧୁ ନାୟକ, ଅନିରୁଦ୍ଧ ଦାସ, ଜ୍ଞାନ ରଂଜନ ପରିଡା,  ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ।


Discover more from

Subscribe now to keep reading and get access to the full archive.

Continue reading