ଗରାପୁର ଶିବାନନ୍ଦ ଆଶ୍ରମ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଫଳ ବଣ୍ଟନ



କେନ୍ଦ୍ରାପଡ଼ା, ୨୨ା୯: ବିଶ୍ୱ ଦିବ୍ୟ ଜୀବନ ସଙ୍ଘର ପ୍ରତିଷ୍ଠାତା ସଦଗୁରୁଦେବ ସ୍ୱାମୀ ଶିବାନନ୍ଦ ମହାରାଜଙ୍କର ୧୩୬ତମ ଜୟନ୍ତୀ କେନ୍ଦ୍ରାପଡାର ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମ ପକ୍ଷରୁ ପାଳିତ ହୋଇଯାଇଥିବା ବେଳେ ଆଜି ପୂର୍ବାହ୍ନରେ ଆଶ୍ରମ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀମାନଙ୍କୁ ଫଳ, ବିସ୍କୁଟ ଓ ଚକଲେଟ ପ୍ରଭୃତି ବଣ୍ଟନ କରାଯାଇଛି । ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀ ଏବଂ ଜଗନ୍ନାଥ କ୍ୟାନସର ଏଡ୍ ଫାଉଣ୍ଡସେନର ସମ୍ପାଦିକା ଗାୟତ୍ରୀ ମହାନ୍ତି ଶ୍ୟାମଗୁଡିଆସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ବିଭିନ୍ନ ୱାର୍ଡର ଅନ୍ତେବାସୀ ରୋଗୀମାନଙ୍କୁ ଫଳ, ବିସ୍କୁଟ, ଚକୋଲେଟ ଓ ବିଭୁତି ପ୍ରଦାନ କରିବା ସହିତ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରି ପ୍ରାର୍ଥନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଅନିତା ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା. ପ୍ରହରାଜ, ଡାକ୍ତରଖାନା ପରିଚାଳକ ପ୍ରଭାତ କୁମାର ନାୟକ, ସୁନିତା ପ୍ରଧାନ, ବଳଦେବ ସେନାର ସଭାପତି ପପୁନ ସ୍ୱାଇଁ, ହିମାଂଶୁ ରାଉତ, ପଦ୍ମଲୋଚନ ସାହୁ, ନିଳମାଧବ ବେହେରା, ଚୈତନ୍ୟ ସାମଲ, ମଧୁସ୍ମିତା ନନ୍ଦ, ତୃପ୍ତିମୟୀ ବାରିକ, ଗୀତାଞ୍ଜଳି ନାଥ, ପ୍ରାକ୍ତନ ଚିଫ ଫାର୍ମାସିଷ୍ଟ ପ୍ରତାପ ଚନ୍ଦ୍ର ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ । ଆସନ୍ତା ୨୪ତାରିଖରେ ବିଶ୍ୱ ଦିବ୍ୟ ଜୀବନ ସଙ୍ଘର ସଭାପତି ସ୍ୱାମୀ ଚିଦାନନ୍ଦ ସରସ୍ୱତୀଙ୍କ ଜନ୍ମ ଜୟନ୍ତୀ ମହାସମାରୋହରେ ଆଶ୍ରମ ପକ୍ଷରୁ ପାଳନ କରାଯିବ ବୋଲି ସୂଚନା ଦିଆଯାଇଛି । ବ୍ରହ୍ମଚାରୀ ନୃସିଂହ ନାଥ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading