ଗୁଲନଗର ପଞ୍ଚାୟତରେ ଗଣେଶମେଢ ମେଲଣ ଓ ଭସାଣୀ ଉତ୍ସବ


କେନ୍ଦ୍ରାପଡା, ୨୫/୯: କେନ୍ଦ୍ରାପଡା ସହର ଉପଖଣ୍ଡ ଗୁଲନଗର ପଞ୍ଚାୟତରେ ଗଣେଶମେଢ ମେଲଣ ଓ ଭସାଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଭାସାଣୀ ଊତ୍ସବରେ ପାଞ୍ଚାତୟରୁ ୯ଟି ମେଢ ଯୋଗ ଦେଇଥିଲେ । ପ୍ରାତ ୮ଟାରୁ ଏହି ଉତ୍ସବ ଆରମ୍ଭ କରାଯାଇଥିଲା । ସମସ୍ତ ୯ଟି ମେଢ ଗ୍ରାମ ପରିକ୍ରମା କରି ଅପରାହ୍ନ ୨ଟା ସମୟରେ ଗୋବରୀନଦୀ ଚଟିପୋଲ ନିକଟ ମେଲଣ ପଡିଆରେ ଏକାଠି ହୋଇଥିଲେ । ସେଠାରେ ସମସ୍ତ ମେଢଗୁଡିକୁ ଭୋଗଲାଗି କାରାଯାଇଥିଲା । ଏହାପରେ ପୂର୍ବରୁ ଲଟେରି ମାଧ୍ୟମରେ ନିର୍ଦ୍ଧାରିତ କରାଯାଇଥିବା ମେଢଗୁଡିକ କ୍ରମାନୁସାରେ ମେଲଣ ପଡିଆରୁ ବାହାରି କଟକ ଚାନ୍ଦବାଲି ରାସ୍ତା ଦେଇ ତିନିମୂହାଣୀ, କଲେଜ ଛକ ଓ ଉଦୟନଗର ଛକ ଦେଇ ପୁନ୍ନବାର ଗୁଲନଗର ଛକକୁ ଆସିଥିଲେ । ସେଠାରୁ ଗୁଲନଗର ଗ୍ରାମ ପରିକ୍ରମା କରି ନିଜନିଜ ମେଢ ଗୁଡିକୁ ଗୋବରୀ ନଦୀରେ ବିର୍ସଜିତ କରିଥିଲେ । ଏହି ମେଢ ଗୁଡିକ ହେଲା ଜୟଦୁର୍ଗା କ୍ଲବ(ଥାନପତି), ହେଙ୍କଡ କ୍ଲବ, ମଦନମୋହନ କ୍ଲବ, ଗଣପତି ୟୁଥ କ୍ଲବ, ତ୍ରିନାଥ କ୍ଲବ, ବାବା ସମ୍ବରେଶ୍ୱର କ୍ଲବ, ଗୋବିନ୍ଦଜୀୟୁ କ୍ଲବ, ମହାଲକ୍ଷ୍ମୀ କ୍ଲବ, ଯୁବଶକ୍ତି ୟୁଥ କ୍ଲବ । ମେଲଣ ପଡିଆରୁ କଟକ ଚାନ୍ଦବାଲି ରାସ୍ତା ଅତିକ୍ରମ କରିବାକୁ ମେଢଗୁଡିକୁ ପ୍ରାୟ ୫ଘଣ୍ଟା ସମୟ ଲାଗିଥିଲା । କାରଣ ମେଢ ଗୁଡିକରେ ଲଗାଯାଇଥିବା ସାଉଣ୍ଡବକ୍ସ ରାସ୍ତାକୁ ଅବରୋଧ କରୁଥିଲା । ଯାହାଫଳରେ ସାଧାରଣ ଲୋକମାନେ ନାହି ନଥିବାର ଅସୁବିଧାର ସମ୍ମୁଖିନ ହୋଇଥିଲେ । ଭିଡକୁ ନିୟନ୍ତ୍ରଣ କରିବା ସଦରଥାନା ପୋଲିସକୁ ନାକେଦମ ହୋବାକୁ ପଡିଥିଲା । କଟକ ଚାନ୍ଦବାଲି ରାସ୍ତାରେ କିପରି ଅନୁମତି ଦିଆଯାଇଛି ତାହା ସାଧାରଣ ଲୋକମାନେ ଆଲୋଚନା କରୁଥିଲେ । ଗ୍ରାମର ସରପଞ୍ଚ ପ୍ରତିନିଧି କରୁଣାକର ସାହୁଙ୍କ ନେତୃତ୍ୱରେ ଏହି ସମସ୍ତ କାର୍ଯ୍ୟ ଅନୁଷ୍ଠିତ କରାଯାଇଥିଲା । ସଦରଥାନା ପୋଲିସ ପକ୍ଷରୁ ଶାନ୍ତଶୃଙ୍ଖଳା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।


Next Post

ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

Mon Sep 25 , 2023
କେନ୍ଦ୍ରାପଡ଼ା, ତା୨୫/୦୯: ଆସନ୍ତା ଅକ୍ଟୋବର ୧ ତାରିଖରେ କେନ୍ଦ୍ରାପଡ଼ା ପୌର ପରିଷଦ ଟାଉନ୍‌ହଲ୍ ପରିସରରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳନ କରାଯିବ । ଏହି ଉପଲକ୍ଷେ ଆଜି ଅପରାହ୍ଣ ୪ଘଟିକା ସମୟରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ପୀତାମ୍ବର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ନାଗରିକମାନଙ୍କୁ ସାମାଜିକ ନିରାପତା ଓ ବଂଚିବାର ଅଧିକାରକୁ ସୁଦୃଢ଼ କରିବା ସହ […]

KANIKA