ଚୋରି ମାମଲାରେ ଅଭିଯୁକ୍ତକୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ


କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଚୋରି ଲୁଟ୍ ନିତିଦିନିଆ ଘଟଣା ହୋଇଥିବା ବେଳେ ଏବେ ଏକ ଦୋକାନ ଚୋରି ଘଟଣାରେ ଜଣେ ଅପରାଧୀଙ୍କୁ ଶାସ୍ତି ମିଳିଛି   ମାସ ଭିତରେ ପଟ୍ଟାମୁଣ୍ଡାଇ ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ଜଣେ ଲୁଟେରାଙ୍କୁ ବର୍ଷ ଜେଲ୍ ଦଣ୍ଡାଦେଶ ଦେବା ସହିତ ହଜାର ଟଙ୍କା ଜରିମାନା କରିଛନ୍ତି ଜରିମାନା ଅନାଦେୟ ଅଧିକ ମାସ ଜେଲଦଣ୍ଡ ଭୋଗିବାକୁ ପଡିବ ବୋଲି ଅଦାଲତ ତାଙ୍କ ରାୟରେ ଦର୍ଶାଇଛନ୍ତି

ସୂଚନା ମୁତାବକ,  ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ବାଲିପଡା ଗ୍ରାମର ଜ୍ଞାନରଞନ ଦାସଙ୍କ ମଙ୍ଗଳା ସପ୍ଲାଇ ନାମକ ଦୋକନରୁ ଗତ ମଇ ୨୫ ତାରିଖ ରାତିରେ ଚୋରି ହୋଇଯାଇଥିଲା ଏନେ ଜ୍ଞାନରଞନ ସେହିଦିନ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଅଭିଯୋଗ କରିବା ସହିତ ଦୋକାନ ଆଗରେ ଲାଗିଥିବା ସିସି ଟିଭି କ୍ୟାମେରାରୁ ସମସ୍ତ ପ୍ରମାଣ ଦେଇଥିଲେ ସିସିଟିଭି ଫୁଟେଜ ପୋଲିସ ଇଟେଂଲିଜେନ୍ସ ଆଧାରରେ ଏଏସଆଇ ନନ୍ଦ କିଶୋର ସ୍ୱାଇଁ ତାଙ୍କର ଟିମ୍ କଷଣଅଂଟା ଗ୍ରାମର ଅଭିଯୁକ୍ତ ଅନିଲ କୁମାର ଭୂୟାଁଙ୍କୁ ଗିରଫ କରି ପଟ୍ଟାମୁଣ୍ଡାଇ ଥାନା କେଶ ନମ୍ବର୩୩୨/୨୦୨୩ରେ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା ପରେ ପୋଲିସ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିବା ସହ କୋର୍ଟରେ ଚାର୍ଜସିଟ ଦାଖଲ କରିଥିଲା ପରେ ଘଟଣାସ୍ଥଳର ସାକ୍ଷୀଙ୍କ ବୟାନ ବରିଷ୍ଠ ପ୍ରମାଣ ଆଧାରରେ ଦୋଷୀକୁ କଡ଼ା ଦଣ୍ଡ ପାଇଁ ସରକାରୀ ଓକିଲ ରାଜେନ୍ଦ୍ର ମିଶ୍ର ମଧୁସ୍ମିତା ଦାସ ଯୁକ୍ତି ବାଢ଼ିଥିଲେ ଜି.ଆର. କେଶ ନମ୍ବର ୬୯୮/୨୦୨୩ରେ ଏହି ମାମଲାର ଶୁଣାଣି ପଟ୍ଟାମୁଣ୍ଡାଇ ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ସମିକ୍ଷା ମହାନ୍ତି ସାକ୍ଷ୍ୟ ପ୍ରମାଣକୁ ଭିତି କରି ଅଭିଯୁକ୍ତ ଅନିଲଙ୍କୁ ବର୍ଷ ସଶ୍ରମ କାରାଦଣ୍ଡ ସହ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି