ଜିଗରଣ ୟୁ ଜି ଏମ ଇ ସ୍କୁଲ ଶିକ୍ଷକ ନିଯୁକ୍ତି ଦାବୀ କରି ଧାରଣା


ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଖଡ଼ିଅଂଟା ପଂଚାୟତ ଜିଗରଣ ୟୁଜିଏମ ଏଇ ସ୍କୁଲରେ ୧ମ ରୁ ୮ମ ପର୍ଯ୍ୟନ୍ତ ୧୭୨ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିଲେ ବେଳେ ମାତ୍ର ୪ଜଣ ଶିକ୍ଷକରେ ପାଠପଢା ହେଉଛି ଯାହାଫଳରେ ଶିକ୍ଷାଦାନ ବ୍ୟାହତ ହୋଇପଡିଛି ଆବଶ୍ୟକ ଶିକ୍ଷକ ନିଯୁକ୍ତି ଦାବୀରେ ଅଜୟ ବିଶ୍ୱାଳ, ଅକ୍ଷୟ ବଳ,ନରହରି ଦାସ, ଗୋକୁଳ ରାଉତ, ବେଲାଲସେନ ପରିଡା, ସଚ୍ଚିଦାନନ୍ଦ ରାଉତ, ସୁଦର୍ଶନ ଦାସ, ଅମୁଲ୍ୟ ଦାସ, ବ୍ରଜ କିଶୋର ଭଳ ପ୍ରମୁଖ ସ୍କୁଲ ପରିଚାଳନା କମିଟି ସଦସ୍ୟ ଛାତ୍ରଛାତ୍ରୀମାନେ ସ୍କୁଲ ସମ୍ମୁଖରେ ଧାରଣା ଦେଇ ଶିକ୍ଷକ ନିଯୁକ୍ତି ପାଇଁ ଦାବି କରିଥିଲେ ଖବର ପାଇ ବ୍ଲକ ଶିକ୍ଷାଧିକାରୀ ହରିହର ଦଳାଇ ଘଟଣାସ୍ଥଳରେ ପହଂଚି ଖୁବଶୀଘ୍ର ଶିକ୍ଷକ ନିଯୁକ୍ତି ପାଇଁ ପ୍ରତିଶୃତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା