ବାଇକର ବିକଟାଳ ଶଦ୍ଦରେ କୋକୁଆ ଭୟ


କେନ୍ଦ୍ରାପଡା,୨୯ା୬ – ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ କେନ୍ଦ୍ରାପଡା ଜିଲ୍ଲାରେ ସକ୍ରିୟ ଥିବାର ଅନୁଭବ ହେଉନାହିଁ । ସରକାରୀ ସମ୍ପତ୍ତିର ସୁରକ୍ଷା ନାହିଁ । ଜିଲ୍ଲା ଅଧିବାସୀଙ୍କ ସ୍ୱାର୍ଥପ୍ରତି ପ୍ରଶାସନର ନଜର ରହୁନାହି । ପ୍ରଶାସନୀକ ଅଭିଯୋଗ ଜନ ଶୁଣାଣିରେ ଯେତେ ଅଭିଯୋଗ କଲେ ମଧ୍ୟ କାଁ ଭାଁ କେତୋଟି ଛୋଟମୋଟ କାମ ହେଉଛି । କେନ୍ଦ୍ରାପଡା ସହରର ଅବସ୍ଥା କହିଲେ ନ ସରେ । ଶୃଙ୍ଖଳା ଅଛି ବୋଲି ଅନୁଭବ ହେଉନାହିଁ । ପ୍ରତିଦିନ ସହରର ବିଭିନ୍ନ ଛକ ବଜାରରେ ଟ୍ରାଫିକ ଜାମ ହେଉଛି । ଏହି ଘଟଣା ପ୍ରଶାସନ ଜାଣିଥିଲେ ମଧ୍ୟ ରାସ୍ତାରୁ ଜବର ଦଖଲ ହଟୁନାହିଁ ।ସରାକାରୀ ଜମିକୁ ଜବର ଦଖଲ କରି ଆରାମରେ ଘରେ ରହୁଥିବା ବେଳେ ଏହା ଦିନକୁ ଦିନ ବଢିବଢି ଚାଲିଛି । ଏହି ସମସ୍ୟା ସହିତ ଅସାମାଜିକ ଯୁବକଙ୍କ ଦୌରାତ୍ମ୍ୟ ସହର ବାସୀଙ୍କ ମୁଣ୍ଡ ବିନ୍ଧା ବଢାଇ ଦେଇଛି । ଏହି ଯୁବକମାନେ ବାଇକରେ ବିକଟାଳ ଶଦ୍ଦ କରି ସହରରେ ପଇଁତରା ମାରୁଛନ୍ତି । ଏହି ବିକଟାଳ ଶଦ୍ଦ ଶୁଣି ଲୋକେ ଛାନିଆ ହୋଇଯାଉଛନ୍ତି । ହୃଦରୋଗୀଙ୍କ ପାଇଁ ଏହି ଶଦ୍ଦ ବିପଦ ସୃଷ୍ଟି କରିଛି । ଏହା ଦ୍ୱାରା ଶଦ୍ଦ ପ୍ରଦୂଷଣ ହେଉଛି । ପୋଲିସ ଏମାନଙ୍କୁ କାବୁ କରିପାରୁନାହିଁ । ଯାହାଫଳରେ ଅସାମାଜିକ ଯୁବକଙ୍କ ଦୌରାତ୍ମ୍ୟ ବଢି ବଢି ଚାଲିଛି । ସୂଚନା ଯୋଗ୍ୟ ଯେ କଟକ, ଭୂବନେଶ୍ୱରରେ ଏପରି ଅସାମାଜିକ ମାନଙ୍କୁ ପୋଲିସ ଦଣ୍ଡିତ କରୁଛି । ପାଟ୍ରୋଲିଂ କରୁଥିବା ପୋଲିସ କଣ କରିଛି ବୋଲି ସହରରେ ଆଲୋଚନା ହେଉଛି ।


Next Post

କେନ୍ଦ୍ରାପଡାରେ ଇଦ୍‌-ଉଲ-ଜୁହା ପାଳିତ

Thu Jun 29 , 2023
କେନ୍ଦ୍ରାପଡା,୨୯ା୬- କେନ୍ଦ୍ରାପଡା ଜିଲ୍ଲା ସମେତ ସହରରେ ବସବାସ କରୁଥିବା ମୁସଲିମ ସଂପ୍ରଦାୟର ପର୍ବ ଇଦ୍‌-ଉଲ-ଜୁହା ପର୍ବ ଶାନ୍ତି ଶୃଙ୍ଖଳାର ସହ ପାଳିତ ହୋଇଯାଇଛି । ସହରର ବିଭିନ୍ନ ସ୍ଥାନରେ ଥିବା ମସଜିଦ ଓ ଇଦଘା ପଡିଆରେ ସାମୂହିକ ନମାଜ ପ୍ରାର୍ଥନା ସକାଳ ୭ଟା ରୁ ଆରମ୍ଭ ହୋଇ ୮.୩୦ ସୁଦ୍ଧା ଶେଷ ହୋଇଥିଲା । ଇସଲାମ ଧର୍ମର ମହାପୁରୁଷ ଇବ୍ରାହିମ ଆଲ୍ଲାଙ୍କ ସ୍ୱପ୍ନାଗତରେ ତାଙ୍କ ପୁତ୍ର ଇସମାଇଲଙ୍କୁ କୁର୍ବାନୀ ଦେଉଥିଲେ […]

KANIKA

Subscribe