କେନ୍ଦ୍ରାପଡା,୨୯ା୬- କେନ୍ଦ୍ରାପଡା ଜିଲ୍ଲା ସମେତ ସହରରେ ବସବାସ କରୁଥିବା ମୁସଲିମ ସଂପ୍ରଦାୟର ପର୍ବ ଇଦ୍-ଉଲ-ଜୁହା ପର୍ବ ଶାନ୍ତି ଶୃଙ୍ଖଳାର ସହ ପାଳିତ ହୋଇଯାଇଛି । ସହରର ବିଭିନ୍ନ ସ୍ଥାନରେ ଥିବା ମସଜିଦ ଓ ଇଦଘା ପଡିଆରେ ସାମୂହିକ ନମାଜ ପ୍ରାର୍ଥନା ସକାଳ ୭ଟା ରୁ ଆରମ୍ଭ ହୋଇ ୮.୩୦ ସୁଦ୍ଧା ଶେଷ ହୋଇଥିଲା । ଇସଲାମ ଧର୍ମର ମହାପୁରୁଷ ଇବ୍ରାହିମ ଆଲ୍ଲାଙ୍କ ସ୍ୱପ୍ନାଗତରେ ତାଙ୍କ ପୁତ୍ର ଇସମାଇଲଙ୍କୁ କୁର୍ବାନୀ ଦେଉଥିଲେ । ଏହି ସମୟରେ ପୁଅ ସ୍ଥାନରେ ଏକ ପଶୁ ଆସିଯିବାରୁ ତାକୁ କୁର୍ବାନୀ ଦେଇଥିଲେ । ଏହି କୁର୍ବାନୀକୁ ମନେପକାଇବା ପାଇଁ ଆଜିର ପର୍ବରେ ମୁସଲମାନ ସମ୍ପ୍ରଦାୟର ସଚଳ ପରିବାର ପଶୁକୁ କୁର୍ବାନୀ ଦେଇଥାନ୍ତି । ଏହି କୁର୍ବାନୀ ଉପରେ ଗରୀବ ଲୋକଙ୍କ ଅଧିକାର ଥାଏ । ଗରିବ ଲୋକମାନଙ୍କୁ କୁର୍ବାନୀ ଅଂଶ ପ୍ରଦାନ କରାଯାଇ ମହାପୁରୁଷ ଇବ୍ରାହିମଙ୍କୁ ସ୍ମରଣ କରାଯାଇଥାଏ ବୋଲି ସମାଜସେବୀ ଆକମଲ ଅଲ୍ଲୀ କହିଛନ୍ତି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ପର୍ବ ପାଳନ କରାଯାଇଥିବା ବେଳେ ପୋଲିସ ପ୍ରଶାସନ ପକ୍ଷରୁ ପେଟ୍ରୋଲିଂ ବ୍ୟବସ୍ଥା କରାଯାଇଥିଲା ।
kanikanews.in
Next Post
ବ୍ରାହ୍ମଣୀ ନଦୀରେ ପୁଣି କୁମ୍ଭୀର ଆତଙ୍କ, ଶୌଚ ବେଳେ ଟାଣି ନେଲା କୁମ୍ଭୀର ,କ୍ଷତ ବିକ୍ଷତ ମୃତଦେହ ଊଦ୍ଧାର
Fri Jun 30 , 2023
କେନ୍ଦ୍ରାପଡ଼ା ଜିଲ୍ଲା ଇନ୍ଦୁପୁର ଅନ୍ତର୍ଗତ ଘାଘରା ପଂଚାୟତ ଘାଗରାଡିଆ ଗ୍ରାମର ଜଣେ ବ୍ୟକ୍ତିଙ୍କୁ କୁମ୍ଭୀର ଟାଣି ନେଇ ଥିବା ଖବର ମିଳିଛି । ସକାଳୁ ସକାଳୁ ପାଖ ବ୍ରାହ୍ମଣୀ ନଦୀକୁ ଶୌଚ ହେବା ପାଇଁ ଯାଇଥିବା ବେଳେ ଛକି ରହିଥିବା କୁମ୍ଭୀର ପାଣି ଭିତରକୁ ଟାଣି ନେଇଥିଲା । ସେ ହେଲେ ଘାଗରାଡିଆ ଗ୍ରାମର ଗଙ୍ଗାଧର ତରାଇ (୫୬) । ତାଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀ ଓ ଗ୍ରାମବାସୀଙ୍କ […]

You May Like
- 1 year ago
ପୁର୍ବତନ ସୈନିକ ସଂଘ ପରିବାର ଜଳଛତ୍ର କାର୍ଯ୍ୟକ୍ରମ
- 2 years ago
୨୦ ତାରିଖରୁ ରାଜ୍ୟରେ ବସ୍ ମାଲିକ ସଂଘ ପକ୍ଷରୁ ଧର୍ମଘଟ