ଉଦ୍‌ଘାଟନ ପୂର୍ବର ଫଳକ ଭାଙ୍ଗିଲେ ଦୁର୍ବୃତ୍ତ


କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ଅନ୍ତର୍ଗତ ନିପାଣିଆ ସେତୁ ଉଦ୍‌ଘାଟନ ଓ ନିପାଣିଆ ଗ୍ରାମକୁ ରାସ୍ତା ନିର୍ମାଣ ନିମନ୍ତେ ଶିଳାନ୍ୟାସ ପାଇଁ ଆଜି ଶ୍ରୀ ଅତନୁ ସବ୍ୟସାଚୀ ନାୟକ ଯିବାର ଥିଲା । ମାତ୍ର ଏହା ପୂର୍ବରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଲଗାଯାଇଥିବା ଫଳକକୁ ଗତକାଲି ରାତିରେ କେହି ଦୁର୍ବୃତ୍ତ ଭାଙ୍ଗି ଦେଇଥିଲେ ଏହି ଘଟଣା ପରେ ବିଭାଗ ପକ୍ଷରୁ ବିକଳ୍ପ ବ୍ୟବସ୍ଥା କରାଯାଇଥିଲା ଓ ମନ୍ତ୍ରୀ ସେଠାକୁ ଯାଇ ନିପାଣିଆ ସେତୁ ଉଦ୍‌ଘାଟନ କରିଥିଲେ । ଏହା ସହ ରାସ୍ତା ନିର୍ମାଣ ନିମନ୍ତେ ମଧ୍ୟ ଶିଳାନ୍ୟାସ କରାଯାଇଥିଲା । ପ୍ରାୟ ୪ କୋଟି ୮ ଲକ୍ଷ ଟଙ୍କା ବ୍ୟୟରେ ଏହି ସେତୁ ନିର୍ମାଣ କରାଯାଇଛି । ଏହି ଉଦ୍‌ଘାଟନ ଉତ୍ସବରେ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ରାଜେଶ ପ୍ରଧାନ, ସହକାରୀ ଯନ୍ତ୍ରୀ ଦୁଃଖବନ୍ଧୁ ପ୍ରଧାନ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।


Next Post

ଜଙ୍ଗଲ ଜମିରେ ହୋଟେଲ ନିର୍ମାଣ ବିଧାୟକଙ୍କ ସଂପୃକ୍ତି ଅଭିଯୋଗକୁ ମିଥ୍ୟା ବୋଲି ପ୍ରେସ ବିବୃତିରେ ପ୍ରକାଶ କଲେ ବରିଷ୍ଠ ବିଜେଡି ନେତା କ୍ଷିରୋଦ ପ୍ରଧାନ

Sun Oct 1 , 2023
ପଟ୍ଟାମୁଣ୍ଡାଇ ୧/୧୦ -ଜଙ୍ଗଲ ଜମିରେ ରାଜନଗର ବିଧାୟକ ଧ୍ରୁବ ସାହୁ ହୋଟେଲ କରିଥିବା ନେଇ ପଟ୍ଟାମୁଣ୍ଡାଇ ମେଡିକାଲଛକ ଓ ରାଜନଗରରେ ଗତ ୨୯ ତାରିଖରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ, କୁଶପୁତଳିକା ଦାହ, ଖବରଦାତା ସମ୍ମିଳନୀ କରାଯାଇଥିବା ବେଳେ ରବିବାର ବରିଷ୍ଠ ବିଜେଡି ନେତା ଆଇନଜୀବୀ କ୍ଷୀରୋଦ ପ୍ରଧାନ ଏକ ପ୍ରେସ ବିବୃତିରେ ଜବାବ ରଖିଛନ୍ତି । ସେ ରାଜନଗର କଂଗ୍ରେସ ଆଣିଥିବା ଅଭିଯୋଗକୁ ଖଣ୍ଡନ କରିବା ସଂଙ୍ଗେ କଂଗ୍ରେସର ଏହା […]

KANIKA