କେନ୍ଦ୍ରାପଡା ପୌରାଞ୍ଚଳ ୧୮ନଂ ୱାର୍ଡରେ“ସ୍ୱଚ୍ଛତା ହିଁ ସେବା”କାର୍ଯ୍ୟକ୍ରମ


କେନ୍ଦ୍ରାପଡା,୧/୧୦- ଜାତିର ପିତା ମହାତ୍ମାଗାନ୍ଧୀଙ୍କ ୧୫୪ତମ ଜୟନ୍ତୀ ପାଳନ ପୂର୍ବଦିନ“ସ୍ୱଚ୍ଛତା ହିଁ ସେବା”କାର୍ଯ୍ୟକ୍ରମ ଅବସରରେ କେନ୍ଦ୍ରାପଡା ପୌରାଞ୍ଚଳର ୧୮ନଂ ୱାର୍ଡକୁ ସ୍ଥାନୀୟ ପୌରସଭ୍ୟ ଚୌଧୂରୀ ସୁକୁମାର ଦାସଙ୍କ ନେତୃତ୍ୱରେ ସଫେଇ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୌରଧ୍ୟକ୍ଷା ସରିତା ସାହୁ ଉପସ୍ଥିତରହି ସଦସ୍ୟମାନଙ୍କୁ ଉତ୍ସାହିତ କରିଥିଲେ । କାକଟଙ୍ଗଳା ମନ୍ଦିର ଠାରୁ ସହରର ମୁଖ୍ୟ ରାସ୍ତା ଦେଇ ବାଲାବାବା ମନ୍ଦିର ପର୍ଯ୍ୟନ୍ତ ସମସ୍ତ ଅଳିଆ ଆବର୍ଜନାକୁ ସଫା କରାଯାଇ ବ୍ଲିଚିଂ ପାଉଡର ପକାଯାଇଥିଲା । ଏହି କାର୍ଯ୍ୟକ୍ରମରେ ୱାର୍ଡ ଅଫିସର ଶ୍ରୀକାନ୍ତ ବାରିକ, ୱାର୍ଡ କୋଡିନେଟର ସଙ୍ଗିତା ସାହୁ, ସ୍ୱଚ୍ଛ ସାଥି ଓ ସ୍ୱଚ୍ଛ ସୁପରଭାଇଜର ସମେତ ସ୍ଥାନୀୟ ଅଞ୍ଚଳର ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଯୋଗ ଦେଇଥିଲେ । ସୂଚନା ଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ସାରା ଦେଶରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି ।


Next Post

କେନ୍ଦ୍ରୀୟ ବିଦ୍ୟାଳୟଠାରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

Sun Oct 1 , 2023
କେନ୍ଦ୍ରାପଡା,୧/୯- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ କେନ୍ଦ୍ରାପଡା କେନ୍ଦ୍ରୀୟବିଦ୍ୟାଳୟ ବାରିମୂଳଠାରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମର ଆୟୋଜନ କରା ଯାଇଥିଲା । ଏହି କାର୍ଯ୍ୟକ୍ରମ ଅନୁଯାୟୀ ୧ ଅକ୍ଟୋବର ଦିନ ୧୦ ବେଳେ ଏକ ଘଣ୍ଟା ଶ୍ରମ ଦାନ କରିବା ପାଇଁ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ/ଶିିକ୍ଷୟତ୍ରୀ ତଥା ଅଭିଭାବକ ମାନେ ବିଦ୍ୟାଳୟ ପରିସର, ନିକଟସ୍ଥ ସାହି ତଥା ଜେଲ୍ ପରିସରକୁ ସଫା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିଥି […]

KANIKA