
କେନ୍ଦ୍ରାପଡ଼ା, ୧ା୧୦ : କେନ୍ଦ୍ରାପଡା ସହର ସନ୍ନିକଟ ଗରାପୁରସ୍ଥିତ ଡିଏଭି ପବ୍ଲିକ ସ୍କୁଲ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ସମ୍ମାନ ଜଣାଇ “ଏକ ଅକ୍ଟୋବର ଏକ ଘଣ୍ଟା ଶ୍ରମ ଦାନ” କରି ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମକୁ ସଫଲ ରୂପାୟନ କରିଛନ୍ତି । ଏହି ଅବସରରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସଫେଇ ଉପକରଣ ଧରି ସେବା ମାଧ୍ୟମରେ ସଫେଇ କରି ସ୍ୱଛ ରଖିବାର ସଂକଳ୍ପ ନେଇଥିଲେ । ପ୍ରଥମେ ସେମାନେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସମ୍ମୁଖରେ ଥିବା ସମସ୍ତ ଏ.ଟି.ଏମ. ସଫା କରି ସେଠାରେ ଥିବା ସମସ୍ତ ଅଳିଆ ଆବର୍ଜ୍ଜନା ସଂଗ୍ରହ କରିଥିଲେ । ଏହାପରେ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଧୋଇ ସଫାକରି ଏହାର ପରିସରରେ ଥିବା ସମସ୍ତ ଆବର୍ଜ୍ଜନା ଓ ଅନାବନା ବୃକ୍ଷଲତାକୁ ସଫା କରିଥିଲେ । ଏହାପରେ ନିକଟରେ ଥିବା ମାର୍କେଟ କମ୍ପେ୍ଲକ୍ସକୁ ସଫା କରିଥିଲେ । ବିଦ୍ୟାଳୟର ଏହିପରି ସମାଜସେବା କାର୍ଯ୍ୟକୁ ବୁଦ୍ଧିଜିବୀ ମହଲରେ ଭୂୟସୀ ପ୍ରଶଂସା କରାଯାଇଛି । ଏହି ଅବସରରେ ଶିକ୍ଷୟିତ୍ରୀ ମମତା ବିଶ୍ୱାଳ, ପ୍ରଭାସିନୀ ମହାନ୍ତି, ସୁପ୍ରିୟା ବେହେରା, ଚିନ୍ମୟୀ ଦାଶ, ହରପ୍ରିୟା ଦାଶ, ସୋନି ବେହେରା, କେ. ନାଗାରତନମ, ସଙ୍ଗୀତା ମୁଦୁଲି, ବନ୍ଦିତା ବାଇ, ହିମାଂଶୁ ପ୍ରଧାନ, ଶିରାଜ କମିଲା ହୁସେନ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ରଞ୍ଜନ କୁମାର ବିଶ୍ୱାଳ ଏହି କାର୍ଯ୍ୟକ୍ରମ ବର୍ଷକୁ ଥରେ ନିର୍ଦ୍ଧାରିତ ସମୟରେ ନକରି ନିୟମିତ କରାଯିବା ବୋଲି ପ୍ରକାଶ କରିଥିଲେ ।











