୧୮ତମ ଜିଲ୍ଲାସ୍ତରୀୟ କ୍ୟୁରୋସି ଓ ସପ୍ତମ ଟ୍ୟୁମସି ଚମ୍ପିଆନସିପ୍‌

୧୮ତମ ଜିଲ୍ଲାସ୍ତରୀୟ କ୍ୟୁରୋସି ଓ ସପ୍ତମ ଟ୍ୟୁମସି ଚମ୍ପିଆନସିପ୍‌

କେନ୍ଦ୍ରାପଡା,୧/୧୦- କେନ୍ଦ୍ରାପଡା ଜିଲ୍ଲାର ୧୮ତମ ଜିଲ୍ଲାସ୍ତରୀୟ କ୍ୟୁରୋସି ଏବଂ ସପ୍ତମ ଟ୍ୟୁମସି ଚମ୍ପିଆନସିପ୍ ଗରାପୁରସ୍ଥିତ ସୌଭାଗ୍ୟ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡା ତାଇକୋଣ୍ଡୋ ସଂଘର ସଭାପତି ବିମଳ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ କପାଳେଶ୍ୱର ପଞ୍ଚାୟତ ସରପଞ୍ଚ କଳ୍ପନା ମହାନ୍ତି ମୁଖ୍ୟ ଅତିଥି ଓ ଓଡିଶା ତାଇକୋଣ୍ଡୋ ସଂଘର ସଭାପତି କୃଷ୍ଣଚନ୍ଦ୍ର ଦାସ, ଭୁବନେଶ୍ୱର ତାଇକୋଣ୍ଡୋ ସଂଘର ସଭାପତି ସଞ୍ଜୟ କୁମାର ଜଗଦେବ, ଭୁବନେଶ୍ୱର ତାଇକୋଣ୍ଡୋ ସଂଘର ସମ୍ପାଦକ ବିଜୟ କୃଷ୍ଣ ପରିଡା, କଟକ ତାଇକୋଣ୍ଡୋ ସଂଘର ସମ୍ପାଦକ ଶ୍ରୀକାନ୍ତ ପରିଡା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଏହି ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ । ଏହି ପ୍ରତିଯୋଗୀତାରେ ଜିଲ୍ଲାର ୧୦ଟି ଶାଖାରୁ ୨୦୦ରୁ ଉର୍ଦ୍ଧ ବାଳକ ଓ ବାଳିକା ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଥିଲେ । ଏହି ପ୍ରତିଯୋଗୀତାର କୃତି ପ୍ରତିଯୋଗୀମାନେ ଆସନ୍ତା ଡିସେମ୍ବର ମାସରେ କଟକଠାରେ ହେବାକୁ ଥିବା ରାଜ୍ୟସ୍ତରୀୟ ଓପନ୍ ଚମ୍ପିଆନସିପ୍‌ରେ ଅଂଶଗ୍ରହଣ କରିବେ ବୋଲି କେନ୍ଦ୍ରାପଡା ଜିଲ୍ଲା ତାଇକୋଣ୍ଡୋ ସଂଘର ସମ୍ପାଦକ କିଶୋର ଚନ୍ଦ୍ର ମହାନ୍ତି ସୂଚନା ଦେଇଛନ୍ତି ।