ପଟ୍ଟାମୁଣ୍ଡାଇ କଲେଜ ଆଲୁମ୍ୟୁନ ଆସୋସିଏସନ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ



ପଟ୍ଟାମୁଣ୍ଡାଇ ୨ା୧୦-ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟର ଆଲୁମ୍ୟୁନି ଆସୋସିଏସନ ପକ୍ଷରୁ ପବିତ୍ର ଗାନ୍ଧିଜୀ ଓ ଶାସ୍ତ୍ରୀଜୀ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ଆଲୁମ୍ୟୁନି ଆସୋସିଏସନର କାର୍ଯ୍ୟକର୍ତା ମାନେ ମହାବିଦ୍ୟାଳୟରେ ଥିବା ଗାନ୍ଧିଜୀଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସ୍ୱଚ୍ଛ ଭାରତ ଅଭିଯାନ ଅନୁଯାଇ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମର ଆୟୋଜନ କରି କଲେଜ ପରିସରରେ ସଫେଇ କାର୍ଯକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୌରଅଧ୍ୟକ୍ଷ ହେମନ୍ତ ସାହୁ ଆଲୁମୁନି ଆସୋସିଏସନର ଉପସଭାପତି ରାଜେନ୍ଦ୍ର କୁମାର ଦାଶ, ସମ୍ପାଦକ ଆଡ଼ଭୋକେଟ ଗୋପିନାଥ ତ୍ରିପାଠୀ, ବରିଷ୍ଠସଦସ୍ୟ ପୂର୍ବତନ ବ୍ଲକ ଅଧ୍ୟକ୍ଷ ନିଶିକାନ୍ତ ପ୍ରଧାନ, ଗୋଦାବରୀଶ ମିଶ୍ର, ସଂଜୟ କର, ବିଶ୍ୱନାଥ ସାହୁ, ଆଇନଜୀବୀ ପ୍ରମୋଦ ସାହୁ, ଶିଶିର ମଲିକ, ଅନ୍ତଜ୍ୟାମି ବେଜ,ରାଜିବ ଲୋଚନ ମିଶ୍ର,, ଡଃ ସୁନିଲ ପ୍ରଧାନ, ଆର କେ ମଧୁସ୍ମିତା ପରିଡା, ପ୍ରଦ୍ୟୁମ୍ନ ପରିଡା, ଆଲୋକ ସାହୁ ପ୍ରମୁଖ ଯୋଗ ଦେଇ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀଙ୍କ, ତ୍ୟାଗପୂତ ଜୀବନ ଉପରେ ଆଲୋକପାତ କରିଥିଲେ ।


Next Post

ପଟ୍ଟାମୁଣ୍ଡାଇ ଏମ ଏନ ହାଇସ୍କୁଲ ପୁରାତନ ଛାତ୍ର ସଂସଦ ବାର୍ଷିକ ଉତ୍ସବ

Mon Oct 2 , 2023
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଏମ ଏନ ହାଇସ୍କୁଲ ପୁରାତନ ଛାତ୍ର ସଂସଦ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଛାତ୍ର ସଂସଦ ସଭାପତି ପ୍ରଫେସର ଦୁର୍ଯ୍ୟୋଧନ ପରିଡାଙ୍କ ପୌରହିତ୍ୟରେ ଆୟୋଜିତ ଉତ୍ସବରେ ପୌର ଅଧକ୍ଷ ହେମନ୍ତ ସାହୁ,ମୁଖ୍ୟଅତିଥି, ପ୍ରଫେସର ବୈଷ୍ଣବ ସିଂ ମୁଖ୍ୟବକ୍ତା ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ସନାତନ ବେହୁରା, ଜଗନ୍ନାଥ ସଂସ୍କୃତି ପ୍ରଚାରକ ପରୀକ୍ଷିତ ମିଶ୍ର, ପ୍ରଧାନଶିକ୍ଷକ ଗଗନ ବିହାରୀ ସୂତାର, ଉପଦେଷ୍ଟା ତ୍ରୈଲୋକ୍ୟ ନାଥ ପଣ୍ଡା, […]

KANIKA