ପଟ୍ଟାମୁଣ୍ଡାଇ ବିଜେଡି ଜନସମ୍ପର୍କ ପଦଯାତ୍ରା


ରାଜ୍ୟ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ପଟ୍ଟାମୁଣ୍ଡାଇ ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି । ପଟ୍ଟାମୁଣ୍ଡାଇ ବ୍ଲକ ବିଜେଡି ସଭାପତି କିଶୋର ସାହୁ ଓ ନଗର ବିଜେଡି ସଭାପତି ବୁଢ଼ା ଲେଙ୍କାଙ୍କ ନେତୃତ୍ୱରେ ବିଜେଡି ନେତା ଓ କର୍ମୀମାନେ ବ୍ଲକ ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା ପରେ ବିଜେଡି ସରକାର ଓ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଉପରେ ସ୍ଲୋଗାନ ଦେଇ ପଟ୍ଟାମୁଣ୍ଡାଇ ସହର ପରିକ୍ରମା କରିଥିଲେ । ଏହା ପରେ ସମ୍ବିଧାନ ପ୍ରଣେତା ଡ଼ ଭି ଆର ଆମ୍ବେଦକର ଓ ବାଇପାସ ଛକ ଠାରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା ପରେ ଏକ ପଥପ୍ରାନ୍ତ ସଭା କରାଯାଇଥିଲା । ଏଥିରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ପୌର ଅଧ୍ୟକ୍ଷ ହେମନ୍ତ ସାହୁ, ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ବିଶ୍ୱାଳ,ଶ୍ୱରୁପାନନ୍ଦ ସାମଲ, ବ୍ଲକ ସାମାଜିକ ଗଣମାଧ୍ୟମ ସଂଯୋଜକ ନୟନ ଗିରି,ବିଜୁ ଯୁବବାହିନୀ ସଭାପତି ସଂଗ୍ରାମ ସ୍ୱାଇଁ, ଜିଲ୍ଲା ଦଳିତ ସେଲ ପ୍ରାକ୍ତନ ସଭାପତି ବାରେଣୀ ସେଠୀ, ସରପଂଚ ପ୍ରିୟବ୍ରତ ଓଝା ଓ ସଂଗ୍ରାମ ବାରିକ, ସମିତି ସଭ୍ୟ ଅଭୟ ସ୍ୱାଇଁ, ଶଶାଙ୍କ ବିଶ୍ୱାଳ, ନିରଞ୍ଜନ ବାରିକ ସୁଶାନ୍ତ ସାମନ୍ତରାୟ, ପ୍ରତାପ ସେଠୀ ବିଜୁ ଯୁବବାହିନୀ ସମ୍ପାଦକ ଦିଲ୍ଲୀପ ସାହୁ, ଆଡ଼ଭୋକେଟ କ୍ଷୀରୋଦ ପ୍ରଧାନ, ପୂର୍ବତନ ସରପଂଚ ସୁବାଷ ଖଟୁଆ, ବିଜୟ ରାଉତ, ଅଶୋକ ପରିଡା, ସମବାୟ ସମିତି ସଭାପତି ସୁଦାମ ରାଉତ, ପୂର୍ଣ୍ଣ ଚନ୍ଦ୍ର ସିଂହ, କୈଳାଶ ମଲିକ, କାଉନସିଲର ସର୍ବଶ୍ରୀ ପ୍ରଶାନ୍ତ ବାରିକ, ଗୋପୀ ବଲ୍ଲଭ ନାୟକ,ଲଷ୍ମୀପ୍ରିୟା ସାହୁ, ମୃତ୍ୟୁଞ୍ଜୟ ପାଢ଼ୀ, ଲାସ୍ୟମୟୀ ସାହୁ, ସନ୍ତୋଷ ଦାସ, ମଧୁସ୍ମିତା ମଲିକ, ପ୍ରିୟଙ୍କା ସେଠୀ, ରୀନାରାଣୀ ମଲିକ, ସୁମନ୍ତ ପାତ୍ର, ଦିଗାମ୍ବର ମିଶ୍ର,ଅଶୋକ ଧଳ,ଜ୍ଞାନାଂଶୁ ସେଠୀ, ମଳୟ ମଲିକ ଓ ବାପି ସାମଲ ଓ ସୌରେନ୍ଦ୍ର ବେହେରା ପ୍ରମୁଖ ବିଜେଡି ସରକାରଙ୍କ ଲୋକାଭିମୁଖୀ ଯୋଜନା ଉପରେ ଆଲୋକପାତ କରିଥିଲେ । ଶେଷରେ ନଗର ବିଜେଡି ସଭାପତି ଖଗେଶ୍ୱର ଲେଙ୍କା ଧନ୍ୟବାଦ ଦେଇଥିଲେ ।


Next Post

ପଟ୍ଟାମୁଣ୍ଡାଇ ସହରର ବିଭିନ୍ନ ସ୍ଥାନରେ ଆବର୍ଜନା ସ୍ଲୋଗାନରେ ସୀମିତ ସ୍ୱଚ୍ଛତା ଅଭିଯାନ

Mon Oct 2 , 2023
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରାଂଚଳ ପକ୍ଷରୁ ସହରରେ ସ୍ୱଚ୍ଛତା ଅଭିଯାନ ଜାରି ରହିଛି । ସୋମବାର ଗାନ୍ଧିଜୟନ୍ତି ଉପଲକ୍ଷେ ପୌରପରିଷଦ ପକ୍ଷରୁ ବ୍ୟାପକ ସଫାଇ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ବେଳେ ସହରର ବିଭିନ୍ନ ସ୍ଥାନରେ ଅଳିଆ ଗାଡି ଗାଡି ପଡି ରହି ଗନ୍ଧମୟ ପରିବେଶ ସୃଷ୍ଟି କରୁଛିା ତେବେ ପୌରାଂଚଳର ସ୍ୱଚ୍ଛତା ଅଭିଯାନ କାନ୍ଥରେ ଚିତ୍ର ଅଙ୍କା ଏବଂ ସ୍ଲୋଗାନ ଲେଖା ମଧ୍ୟରେ ସୀମିତ ରହିଯାଇଛି । ସହର ସାରା […]

You May Like